ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ ସାରା ଅଲି ଖାନ ଆଜିକାଲି ସେମାନଙ୍କର ଆଗାମୀ ରୋମାଣ୍ଟିକ-ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ' ସହ ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ଭିକି ଏବଂ ସାରା ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ଏହି ଯୋଡି ରାଜସ୍ଥାନରେ ପହଞ୍ଚିଛନ୍ତି । ସେଠାରେ ସାରା ଅଜମେର ସରିଫ ଦରଗା ପରିଦର୍ଶନ କରିଛନ୍ତି । ଏହା ପରେ ଭିକି-ସାରା ସେମାନଙ୍କ ପ୍ରଶଂସକଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ସମୟ ବିତାଇବା ସହ ଭେଣ୍ଡି ଭଜା ସହ ରୁଟି ମଧ୍ୟ ଖାଇଛନ୍ତି । ସୋସିଆଲ ମିଡିଆରେ ଏହି ମୁହୂର୍ତ୍ତର ଅନେକ ଫଟୋ ଉଭୟ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ପ୍ରଶଂସା କରିଛନ୍ତି।
ଭିକି କୌଶଲ ଏବଂ ସାରା ଅଲି ଖାନ ରାଜସ୍ଥାନର ପିଙ୍କ ସିଟି ରାଜ୍ୟରେ 170 ସଦସ୍ୟ ଥିବା ଏକ ପରିବାରକୁ ଭେଟିଛନ୍ତି । ଭିକି ନିଜ ଇନଷ୍ଟାଗ୍ରାମରେ ସେମାନଙ୍କ ସହ ବିତାଇଥିବା ସମୟର ଅନେକ ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ଗପସପ ସେଶନ, 170 ସଦସ୍ୟଙ୍କ ମିଳିତ ପରିବାର, ସହ-ପରିବାର, ବଡ ପରିବାର, ବଡ ହୃଦୟ, ସମସ୍ତଙ୍କୁ ହୃଦୟରୁ ରାମ ରାମ । ପୋଷ୍ଟକୁ ଦେଖି ଅନେକ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।