ଓଡିଶା

odisha

ETV Bharat / entertainment

The Great Indian Family: ଆସିଲା ଟ୍ରେଲର, ଭଜନ କୁମାର ଭୂମିକାରେ ବିକି କୌଶଲ - ବିକି କୌଶଲ

ବିକି କୌଶଲ ଏବଂ ମାନୁଷୀ ଚିଲରଙ୍କ ଅଭିନୀତ ଚଳଚ୍ଚିତ୍ର 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ଖୁବଶୀଘର ରିଲିଜ ହେବାକୁ ଯାଉଛି । ପୂର୍ବରୁ ପୋଷ୍ଟର ଏବଂ ପ୍ରଥମ ଗୀତ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

The Great Indian Family
The Great Indian Family

By ETV Bharat Odisha Team

Published : Sep 13, 2023, 8:07 AM IST

ହାଇଦ୍ରାବାଦ:ଜରା ବଚକେ ଜରା ହଟକେର ସଫଳତା ପରେ ବର୍ତ୍ତମାନ 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ବିକି କୌଶଲ । ଏହି ଫିଲ୍ମରେ ବିକିଙ୍କ ବିପକ୍ଷରେ ପୂର୍ବତନ ମିସ୍ ୱାର୍ଲ୍ଡ ତଥା ବଲିଉଡ ଅଭିନେତ୍ରୀ ମାନୁଷୀ ଚିଲର ନଜର ଆସିବେ । ଏହି ଫିଲ୍ମଟି ଚଳିତ ବର୍ଷ ସେପ୍ଟେମ୍ବର 22ରେ ରିଲିଜ ହେବ । ଏନେଇ ଫିଲ୍ମର ପୁରା ଟିମ ଜୋରଦାର ପ୍ରମୋସନରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଟ୍ରେଲର ରିଲିଜର ଅଧଘଣ୍ଟା ମଧ୍ୟରେ 5 ହଜାର ଭିୟୁ ମିଳିସାରିଲାଣି।

ଏହାପୂର୍ବରୁ ସୋମବାର ଦିନ ବିକି କୌଶଲ ଫିଲ୍ମର ଏକ ପୋଷ୍ଟର ସେୟାର କରି କ୍ୟାପସନରେ, "ଆସନ୍ତାକାଲି ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଟ୍ରେଲର ରିଲିଜ ହେବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ପ୍ରତିଶୃତି ଅନୁଯାୟୀ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । 1 ମିନିଟ୍ 55 ସେକେଣ୍ଡର ଟ୍ରେଲରରେ ସମସ୍ତ ଷ୍ଟାରକାଷ୍ଟଙ୍କ ଝଲକ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ବିକି ସ୍ଥାନୀୟ ଗାୟକ ଭଜନ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ଟ୍ରେଲର ବିକିଙ୍କଠାରୁ ଆରମ୍ଭ ହୋଇଛି, ଯିଏ ନିଜକୁ ପରିଚିତ କରନ୍ତି ଏବଂ ସେ ବଳରାମପୁରର ରାଜା ବୋଲି କହିଛନ୍ତି । ବିକି ଓରଫ ଭଜନ କୁମାର ଗୀତ ଗାଇବାକୁ ଭଲ ପାଆନ୍ତି ଏବଂ ଛୋଟ ଛୋଟ ଇଭେଣ୍ଟରେ ନିଜ ଅଭ୍ୟାସ ଜାରି ରଖନ୍ତି, କିନ୍ତୁ ତାଙ୍କ ଅଜବ ଚିନ୍ତାଧାରା ଥିବା ପରିବାର ନେଇ ସେ ଚିନ୍ତିତ ଅଟନ୍ତି । ତାଙ୍କ ପରିବାର ପୂଜା ଇତ୍ୟାଦି ଆୟୋଜନ କରନ୍ତି । ସେମାନେ ଭଜନ ମଧ୍ୟ କରନ୍ତି, ଯେଉଁଥିରେ ମୁଖ୍ୟତ ଭଜନ କୁମାର ଅର୍ଥାତ୍ ବିକି ଗୀତ ଗାଆନ୍ତି । ସେ ଜଣେ ଶାନ୍ତ ବ୍ୟକ୍ତି, ଯିଏ ନିଜ ଜୀବନକୁ ଖୁବ ଆରାମରେ ବଞ୍ଚନ୍ତି ।

ଏହା ମଧ୍ୟ ପଢନ୍ତୁ:ଭିନ୍ନ ଲୁକ୍‌ରେ ବିକି କୌଶଲ, ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲିର ପ୍ରଥମ ଗୀତ ରିଲିଜ

ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ହେଉଛି ବଲିଉଡର ପରବର୍ତ୍ତୀ କମେଡି ଫିଲ୍ମ । ତେବେ ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ପ୍ରଥମ ଗୀତ 'କହ୍ନେୟା ଟ୍ୱିଟର ପେ ଆଜା' ରିଲିଜ ହୋଇଥିଲା । ଏହାକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଫିଲ୍ମ ଟ୍ରେଲରକୁ ମଧ୍ୟ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥରା ପାଇଁ ବିକି ଏବଂ ମାନୁଷୀ ସ୍କ୍ରିନ ସେୟାର କରିଥିବା ବେଳେ 22 ସେପ୍ଟେମ୍ବରରେ ଫିଲ୍ମ ହଲରେ ରିଲିଜ ହେବ । ବିକି ଏବଂ ମନୁଷୀଙ୍କ ବ୍ୟତୀତ ୟଶପାଲ ଶର୍ମା, କୁମୁଦ ମିଶ୍ର, ମନୋଜ ପହୱା, ସୃଷ୍ଟି ଦୀକ୍ଷିତଙ୍କ ଭଳି ଅଭିନେତା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ୟଶ ରାଜ ପ୍ରଡକ୍ସନ୍ସର ବ୍ୟାନରରେ ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି।

ABOUT THE AUTHOR

...view details