ଓଡିଶା

odisha

ETV Bharat / entertainment

ଦୁନିଆକୁ ଅଲବିଦା କହିଲେ ଜୁନିଅର ମେହମୁଦ, କ୍ୟାନ୍ସରରେ ହାରିଲେ ଜୀବନ - ଅଭିନେତା ଜୁନିଅର ମେହମୁଦ

Junior Mehmood Passes Away: ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ । କ୍ୟାନ୍ସରରେ ପୀଡିତ ଥିବା ଅଭିନେତା ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟ ଖେଳିଯାଇଛି । ଅଧିକ ପଢନ୍ତୁ, Actor Junior Mehmood, Junior Mehmood Actor, Junior Mehmood death

ଦୁନିଆକୁ ଅଲବିଦା କହିଲେ ଜୁନିଅର ମେହମୁଦ, କ୍ୟାନ୍ସରରେ ହାରିଲେ ଜୀବନ
ଦୁନିଆକୁ ଅଲବିଦା କହିଲେ ଜୁନିଅର ମେହମୁଦ, କ୍ୟାନ୍ସରରେ ହାରିଲେ ଜୀବନ

By ETV Bharat Odisha Team

Published : Dec 8, 2023, 9:50 AM IST

ହାଇଦ୍ରାବାଦ: ପୁଣି ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭିନୟର ଯାଦୁ ସୃଷ୍ଟି କରିଥିବା ଅଭିନେତା ଜୁନିଅର ମେହମୁଦ ଆଉ ନାହାଁନ୍ତି । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, କିଛି ଦିନ ପୂର୍ବରୁ ହିଁ ସେ ଏହି ପେଟ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତ୍ରୀ ୨.୧୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଅଭିନେତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ବିୟୋଗରେ ମନୋରଞ୍ଜନ ଜଗତ ବ୍ୟତୀତ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଜୁନିଅର ମେହମୁଦଙ୍କ ପୁଅ ହସନେନ ଗଣମାଧ୍ୟମକୁ କହିଛନ୍ତି, "କେବଳ ୧୮ ଦିନ ପୂର୍ବରୁ ବାପା ପେଟ କର୍କଟ ରୋଗ (ଶେଷ ପର୍ଯ୍ୟାୟ) ରେ ପୀଡିତ ଥିବା ସୂଚନା ପାଇଥିଲି । ଦେଶର ସର୍ବବୃହତ କର୍କଟ ହସ୍ପିଟାଲର ଟାଟା ମେମୋରିଆଲ ହସ୍ପିଟାଲର ଡିନ୍ କହିଥିଲେ ଯେ, ବର୍ତ୍ତମାନ ତାଙ୍କ ଜୀବନର ମାତ୍ର ଦୁଇ ମାସ ବାକି ଅଛି ଏବଂ ଏପରି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନାରେ ରଖିବା ଠିକ୍ ହେବ ନାହିଁ। ଏହି ଷ୍ଟେଜ୍‌ରେ କର୍କଟ ରୋଗର ଚିକିତ୍ସା ସମୟ ଜୁନିଅର ମେହମ୍ମୁଦଙ୍କ ପାଇଁ ଗୁରୁତର ହେବା ସହ କେମୋଥେରାପି ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବ । ଯଦି ସେ ତାଙ୍କ ଶେଷ ମୁହୂର୍ତ୍ତକୁ ଘରେ ଅତିବାହିତ କରନ୍ତି ତେବେ ଭଲ ହେବ । ଏଣୁ ତାଙ୍କୁ ଘରେ ଚିକିତ୍ସା କରାଯାଉଥିଲା । ଫଳରେ ସେ ଘରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ।"

ସୂଚନା ଥାଉ କି, ଜୁନିଅର ମେହମୁଦ ଅସୁସ୍ଥ ସମୟରେ ଜନି ଲିଭର, ସଚିନ ପିଲଗାଓକର ଏବଂ ଜିତେନ୍ଦ୍ରଙ୍କ ପରି ସେଲିବ୍ରିଟି ତାଙ୍କୁ ଭେଟିବାକୁ ଆସିଥିଲେ । ଏବଂ ତାଙ୍କ ସୁସ୍ଥ କାମନା ମଧ୍ୟ କରିଥିଲେ । ଅଭିନୟ କ୍ୟାରିଅର କଥା କହିବାକୁ ଗଲେ, ସେ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଦୀର୍ଘ ଚାରି ଦଶନ୍ଧି ଧରି କ୍ୟାରିଅରରେ ସାତଟି ଭାଷାରେ ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ରାଜେଶ ଖନ୍ନାଙ୍କଠାରୁ ଅମିତାଭ ବଚ୍ଚନ ଏବଂ ରାଜ କପୁର ପର୍ଯ୍ୟନ୍ତ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆଉ ନାହାନ୍ତି CID ଇନ୍ସପେକ୍ଟର ଫେଡରିକ୍ସ, ୫୭ ବର୍ଷ ବୟସରେ ଦୀନେଶ ଫଡନିସଙ୍କ ନିଧନ

ଜୁନିଅର ମେହମୁଦ ତାଙ୍କ ସମୟର ବଡ଼ କଳାକାରମାନଙ୍କ ସହ ଅନେକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କାର୍ଯ୍ୟ କରି 60 ଏବଂ 70 ଦଶକରେ ନିଜର ପରିଚୟ ସୃଷ୍ଟି କରିଥିଲେ । ପରେ, ବୟସ୍କ କଳାକାର ଭାବରେ ସେ ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ନୈନିହାଲ, ମୋହବତ୍ ଜିନ୍ଦେଗୀ ହେ, ସଂଘର୍ଷ, ବ୍ରହ୍ମଚାରି, ଫରିସ୍ତା, କଟି ପତଙ୍ଗ, ଆନ ମିଲୋ ସଜନା, ଅଞ୍ଜନା, ଦୋ ଦୋସ୍ତ, ୟାଦଗର, ଆନ୍ ମିଲୋ ସାଜନା, ଜୋହର ମେହମୁଦ ନେ ହଂକଂ, କାରୱା, ହାଥୀ ମେରେ ସାଥି, ଛୋଟି ବୋହୂ, ଚିଙ୍ଗାରି, ହରେ ରାମ ହରେ କୃଷ୍ଣ, ଗୀତ ଗାଥା ଚଲ୍ ପରି ଅନେକ ଚଳଚ୍ଚିତ୍ର ଏବଂ କିଛି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି ।

ABOUT THE AUTHOR

...view details