ହାଇଦ୍ରାବାଦ:ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେବଙ୍କ ପରଲୋକ । ଆଜି (24 ଅଗଷ୍ଟ) ସକାଳେ ସୀମା ଦେବ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା । ସୀମା ଦେବ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବୋଲି କୁହାଯାଉଛି । ତାଙ୍କୁ ଅଲଜାଇମର (ଭୁଲିଯିବାର ରୋଗ) ରୋଗ ମଧ୍ୟ ହୋଇଥିଲା । ସେ ପୁଅ ଅଭିନାଙ୍କ ସହ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ରହୁଥିଲେ । ସୀମା ଦେବଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ 4.30 ସମୟରେ ଶିବାଜୀ ପାର୍କ ଶ୍ମଶାନ ଘାଟରେ କରାଯିବ । ଏହି ଖବରକୁ ଅଭିନେତ୍ରୀଙ୍କ ପୁଅ ତଥା ଚଳଚ୍ଚିତ୍ର ନିର୍ମାତା ଅଭିନୟ ଦେଓ ନିଶ୍ଚିତ କରିଛନ୍ତି ।
ସୀମା ଦେଓ ଅଭିନେତା ରମେଶ ଦେବଙ୍କୁ ବିବାହ କରିଥିଲେ । ରମେଶ ଦେବ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ । 2 ଫେବୃଆରୀ 2022ରେ ହୃଦଘାତରେ ରମେଶ ଦେବଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ 93 ବର୍ଷ ବୟସ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଅମିତାଭଙ୍କ ସହ କରିଛନ୍ତି ଅଭିନୟ
'ଆନନ୍ଦ'ରେ ରମେଶ ଦେବ ଅମିତାଭ ବଚ୍ଚନଙ୍କ ବନ୍ଧୁ ଡକ୍ଟର ପ୍ରକାଶ କୁଲକର୍ଣ୍ଣି ଭୂମିକାରେ ଅଭିନୟ କରିଥିଲେ । ସେହି ଫିଲ୍ମରେ ସୀମା ଦେବ ତାଙ୍କ ପତ୍ନୀ ଭୂମିକାରେ ଥିଲେ । ଅମିତାଭ ବଚ୍ଚନ ତାଙ୍କୁ ଫିଲ୍ମରେ ଭାଉଜ ସମ୍ବୋଧନ କରୁଥିଲେ ।