ଓଡିଶା

odisha

By

Published : Jun 1, 2022, 6:36 AM IST

Updated : Jun 1, 2022, 7:35 AM IST

ETV Bharat / entertainment

Singer KK Passes Away: ଅଫେରା ରାଇଜରେ ପ୍ରସିଦ୍ଧ ଗାୟକ KK, ସ୍ତବ୍ଧ ସଙ୍ଗୀତ ଜଗତ

ବଲିଉଡର ପ୍ରସିଦ୍ଧ ଗାୟକ ତଥା କେକେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ ବିୟୋଗ ହୋଇଛି । 53 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ

ବଲିଉଡ ପ୍ରସିଦ୍ଧ ଗାୟକ KKଙ୍କ ବିୟୋଗ
ବଲିଉଡ ପ୍ରସିଦ୍ଧ ଗାୟକ KKଙ୍କ ବିୟୋଗ

କୋଲକାତା:ବଲିଉଡର ପ୍ରସିଦ୍ଧ ଗାୟକ ତଥା କେକେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ ବିୟୋଗ ହୋଇଛି । 53 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ପରେ ସେ ହୋଟେଲକୁ ଫେରିଥିଲେ । ଏହା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତରେ କଳା ଜଗତ ସ୍ତବ୍ଧ ହୋଇଛି । କେକେଙ୍କ ବିୟୋଗକୁ ଶ୍ରୋତାଙ୍କ ବିଶ୍ବାସ କରିବା ଅସମ୍ଭବ ହୋଇଛି । କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବଲିଉଡର ବହୁ କଳାକାର ଓ କଣ୍ଠଶିଳ୍ପୀ ଶୋକ ପ୍ରକାଶ କରିଛନ୍ତି ।

କେକେଙ୍କ ସ୍ବରରେ ଥିଲା ଯାଦୁ । ତାଙ୍କର ପ୍ରତିଟି ଗୀତରେ ଶ୍ରୋତା ହଜି ଯାଉଥିଲେ । ବଲିଉଡରେ ଅନେକ ଫିଲ୍ମରେ ସେ ଗୀତ ଗାଇଛନ୍ତି । ସେ ଗାଇ ଥିବା ପ୍ରତିଟି ଗୀତକୁ ଗୁଣୁ ଗୁଣାନ୍ତି ଯୁବପିଢି । 1968 ଅଗଷ୍ଟ 23ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ କେକେ । ବଲିଉଡ ଫିଲ୍ମ ପାଇଁ ସେ ଅଧିକ ଗୀତ ଗାଇଥିଲେ । ଏହାବାଦ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବଙ୍ଗଳା, ଗୁଜୁରାଟୀ ଭଳି ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଲୋକଙ୍କ ହୃଦୟରେ ଘର କରିଥିଲେ । 'ୟାରୋ' ଗୀତରୁ ସଫଳତାର ପାହାଚ ଚଢିଥିଲେ କେକେ । ଫିଲ୍ମ 'ହମ ଦିଲ ଦେ ଚୁକେ ହେ ସନମ'ର 'ତଡପ ତଡପ କେ ଇସ ଦିଲ ସେ' ଗୀତ ତାଙ୍କୁ ଆହରୁ ଲୋକପ୍ରିୟ କରାଇଥିଲା । ଏହାଛଡା 'କାଇଟସ' ଫିଲ୍ମରେ 'ଜିନ୍ଦେଗି ଦୋ ପଲ କି', ଜନ୍ନତ ଫିଲ୍ମର 'ଜରା ସା ଦିଲ ମେଁ ଦେ ଜଗା' ଭଳି ହିଟ ଗୀତ ଗାଇଥିଲେ । ଓମ ଶାନ୍ତି ଓମ ଫିଲ୍ମର 'ଆଖୋ ମେ ତେରୀ ଗୀତ', ବଚନା ଏ ହସିନୋ ଫିଲ୍ମର ଖୁଦା ଜାନେ, ବଜରଙ୍ଗୀ ଭାଇଜାନର ଫିଲ୍ମର 'ତୁ ଜୋ ମିଲା' ଭଳି ସୁପରହିଟ ଗୀତ ଗାଇଛନ୍ତି କେକେ । ହେଲେ ଆଉ ତାଙ୍କ ସ୍ବର ଶୁଣିବାକୁ ମିଳିବ ନାହିଁ । ସବୁଦିନ ପାଇଁ ନୀରବି ଯାଇଛି ହୃଦୟରେ ଯାଦୁ ଭରୁଥିବା ସ୍ବର । ଶ୍ରୋତାଙ୍କ ପାଇଁ ତାଙ୍କ ସ୍ବର ଏବେ ସ୍ମୃତି ପାଲଟିଛି ।

କେକେଙ୍କ ବିୟୋଗରେ ଶୋକରେ ବୁଡିଛନ୍ତି ସଙ୍ଗୀତପ୍ରେମୀଠୁ ନେଇ କଳାକାର ଜଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେକେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, '' ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ । ତାଙ୍କର ପ୍ରତି ଗୀତ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ଭାବନାକୁ ପ୍ରତିଫଳିତ କରିଥିଲା । ତାଙ୍କ ଗୀତ ମାଧ୍ୟମରେ ସେ ସର୍ବଦା ମନେ ରହିବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କେକେଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, କେକେ ଜଣେ ଦକ୍ଷ ଏବଂ ପ୍ରସିଦ୍ଧ ଗାୟକ ଥିଲେ । ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଏହା ଭାରତୀୟ ସଙ୍ଗୀତ ପାଇଁ ଏକ ବଡ଼ କ୍ଷତି । ତାଙ୍କର ପ୍ରତିଭାଶାଳୀ ସ୍ୱର ସହିତ ସେ ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ମନରେ ଏକ ଅବିସ୍ମରଣୀୟ ଭାବନା ଛାଡିଛନ୍ତି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ବୋଲି କହିଛନ୍ତି ଗୃହମନ୍ତ୍ରୀ ।

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କେକେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କିଷ୍ଣକୁମାର କୁନ୍ନଥଙ୍କ ପ୍ରତିଟି ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସେ ଜଣେ ପ୍ରତିଭାବାନ ଗାୟକ ଥିଲେ । ତାଙ୍କର ଏପରି ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ।

କେକେ କୋଲକାତାର ନଜରୁଲ ମଞ୍ଚରେ ତାଙ୍କର ଶେଷ କନସର୍ଟ କରିଛନ୍ତି । ସେ ଦୁଇଦିନ ପାଇଁ କୋଲକାତାରେ ଲାଇଭ କନସର୍ଟରେ ଯୋଗ ଦେବାକୁ ଯାଇଥିଲେ । ପ୍ରଥମ ଦିନ କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଦିନ କନସର୍ଟ ପରେ ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି କେକେ । ସମୟ କେତେ ଯେ ନିଷ୍ଠୁର ହୋଇପାରେ ଏ ଦୁର୍ଘଟଣା ହିଁ ପ୍ରମାଣ କରୁଛି ।

Last Updated : Jun 1, 2022, 7:35 AM IST

ABOUT THE AUTHOR

...view details