ଓଡିଶା

odisha

ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ବରୁଣ ତେଜ, ଆଗାମୀ ଫିଲ୍ମ 'ମଟକା'ର ଟିଜର ରିଲିଜ - ବରୁଣ ତେଜଙ୍କ ଫିଲ୍ମ ମଟକା ଟିଜର ରିଲିଜ

Varun Tej Birthday: ସାଉଥ ତାରକା ବରୁଣ ତେଜ ଆଜି ତାଙ୍କ ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବରୁଣ ତାଙ୍କ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ 'ମଟକା'ର ଟିଜର ରିଲିଜ କରି ଫ୍ୟାନ୍ସଙ୍କୁ ଜନ୍ମଦିନ ଭେଟି ଦେଇଛନ୍ତି ।

ଜନ୍ମଦିନରେ ବରୁଣ ତେଜଙ୍କ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'ମଟକା'ର ଟିଜର ରିଲିଜ
ଜନ୍ମଦିନରେ ବରୁଣ ତେଜଙ୍କ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'ମଟକା'ର ଟିଜର ରିଲିଜ

By ETV Bharat Odisha Team

Published : Jan 19, 2024, 4:28 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ବରୁଣ ତେଜଙ୍କ ୩୪ତମ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପରିବାର ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଉଛନ୍ତି । ସେପଟେ ବରୁଣ ଆଜିର ଖାସ ଦିନରେ ନିଜ ଫ୍ୟାନ୍ସଙ୍କୁ ନିଜ ଆଗାମୀ ଫିଲ୍ମ ନେଇ ଏକ ଉପହାର ଦେଇଛନ୍ତି । ସେ ତାଙ୍କ ଆଗାମୀ ପାନ ଇଣ୍ଡିଆ ଫିଲ୍ମ 'ମଟକା'ର ଟିଜର ରିଲିଜ କରି ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି ।

ବରୁଣ ଏହି ଟିଜରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ମୁଁ ପ୍ରତିଶୃତି ଦେଉଛି ଏହି ଫିଲ୍ମ 'ମଟକା' ହିଟ୍ କରିବ । ବରୁଣଙ୍କ ଏହି ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ ଭାଷାରେ ରିଲିଜ କରିବ । କରୁଣା କୁମାର ଏହି ଫିଲ୍ମ ଲେଖିଛନ୍ତି ଏବଂ ସେ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଡକ୍ଟର ବିଜେନ୍ଦ୍ର ରେଡ୍ଡି ତିଗାଲା ଏବଂ ରଜନୀ ତଲୁରୀ ।

ଏହି ଚଳଚ୍ଚିତ୍ରରେ ଜି.ଭି ପ୍ରକାଶ କୁମାରଙ୍କ ସଙ୍ଗୀତ ରହିଛି । ୱାୟରା ଏବଂ ଏସଆରଟି ଏଣ୍ଟରଟେନମେଣ୍ଟ ଦ୍ବାରା ଏହି ଫିଲ୍ମ ପ୍ରସ୍ତୁତ ହେଉଥିବା ବେଳେ ଏହି ଫିଲ୍ମରେ ବରୁଣ ତେଜ, ମୀନାକ୍ଷୀ ଚୌଧୁରୀ, ନୋରା ଫତେହି, ନବୀନ ଚନ୍ଦ୍ର, କନ୍ନଡ କିଶୋର, ଅଜୟ ଘୋଷ, ମିମି ଗୋପୀ, ରୂପାଲକ୍ଷ୍ମୀ, ବିଜୟାରାମ ରାଜୁ, ଜଗଦୀଶ ଏବଂ ରାଜ ତିରନାଦାସ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ୱାଘା ବର୍ଡରରେ ରିଲିଜ ହେଲା 'ବନ୍ଦେ ମାତରମ୍'

ସୂଚନା ଥାଉ କି, ବରୁଣ ତେଜଙ୍କ ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍' ଚଳିତ ବର୍ଷ ରିଲିଜ ହେବାକୁ ପ୍ରସ୍ତୁତ । ଭାରତୀୟ ବାୟୁସେନାର ପୃଷ୍ଠଭୂମି ଉପରେ ଆଧାରିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମ ଫେବୃଆରୀ 16 ତାରିଖରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ସହ ବରୁଣ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ବଲିଉଡ ଅଭିନେତ୍ରୀ ମାନୁଷୀ ଚିଲରଙ୍କ ଏହା ପ୍ରଥମ ତେଲୁଗୁ ଫିଲ୍ମ । ଏହି ଚଳଚ୍ଚିତ୍ରରେ ବରୁଣ ତେଜଙ୍କ ଭୂମିକାର ନାମ ଅର୍ଜୁନ ଦେବ ଯିଏ ଜଣେ ପାଇଲଟ ଏବଂ ମାନୁଷୀ ଚିଲ୍ଲର ରାଡାର ଅଧିକାରୀ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଚଳଚ୍ଚିତ୍ରର କାହାଣୀ ପ୍ରକୃତ ଘଟଣା ଉପରେ ଆଧାରିତ । ଦେଶଭକ୍ତିରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ରର କାହାଣୀ ବାୟୁସେନା ହିରୋଜଙ୍କ ଅଦମ୍ୟ ସାହସ ଏବଂ ଦେଶପ୍ରେମକୁ ଏହି ଫିଲ୍ମରେ ପ୍ରକାଶ କରାଯାଇଛି ।

ABOUT THE AUTHOR

...view details