ଓଡିଶା

odisha

ETV Bharat / entertainment

ଏ ୱତନ୍ ମେରେ ୱତନ୍‌ର ଘୋଷଣା କଲେ ବରୁଣ ଧାୱନ, କ୍ରାନ୍ତିକାରୀ ଭୂମିକାରେ ସାରା ! - Ae Watan Ae Mere Watan

ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ରକୁ ମଜାଳିଆ ଢଙ୍ଗରେ ଘୋଷଣା କରିଛନ୍ତି ବରୁଣ ଧାୱନ । ସାରାଙ୍କ ଆଗାମୀ ଚଳଚ୍ଚିତ୍ରର ନାମ ହେଉଛି ଏ ୱତନ୍ ... ମେରେ ୱତନ୍ । ଅଧିକ ପଢନ୍ତୁ

ଏ ୱତନ୍ ମେରେ ୱତନ୍‌ର ଘୋଷଣା କଲେ ବରୁଣ ଧାୱନ, କ୍ରାନ୍ତିକାରୀ ଭୂମିକାରେ ସାରା !
ଏ ୱତନ୍ ମେରେ ୱତନ୍‌ର ଘୋଷଣା କଲେ ବରୁଣ ଧାୱନ, କ୍ରାନ୍ତିକାରୀ ଭୂମିକାରେ ସାରା !

By

Published : Oct 5, 2022, 1:17 PM IST

ମୁମ୍ବାଇ:ସାରା ଅଲି ଖାନ ଏକ ଭିଡିଓ ସେୟାର କରି ତାଙ୍କର ଆଗାମୀ ଫିଲ୍ମ 'ଏ ୱତନ… ମେରେ ୱତନ' (Sara Ali Khan Ae Watan Ae Mere Watan) ଘୋଷଣା କରିଛନ୍ତି । ବରୁଣ ଧାୱନ ମଧ୍ୟ ଏହି ଫିଲ୍ମର ଘୋଷଣାକୁ ସାରାଙ୍କ 'ନମସ୍ତେ ଦର୍ଶକ' ଷ୍ଟାଇଲରେ ଟ୍ବିଷ୍ଟ ଦେଇଛନ୍ତି । ସାରା ଏବଂ ବରୁଣ ଏକାଠି 'କୁଲି ନମ୍ବର 1'ରେ କାମ କରିଥିଲେ । ସାରାଙ୍କ ଫିଲ୍ମ ଏକ ଆମାଜନ ପ୍ରାଇମ ଅରିଜିନାଲ ହେବ । ସାରା ଏହି ଚଳଚ୍ଚିତ୍ରରେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ଅଭିନୟ କରିବେ, 1942 ମସିହାରେ ଭାରତ ଛାଡ ଆନ୍ଦୋଳନର ପୃଷ୍ଠଭୂମିରେ ଏକ କାଳ୍ପନିକ କାହାଣୀ । ସାରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବରୁଣଙ୍କ ଏହି ଭିଡିଓ ସେୟାର କରିଛନ୍ତି ।

'ଏ ୱତନ୍… ମେରେ ୱତନ୍' ରେ ସାରା ଅଲି ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ବରୁଣ ଧାୱନ ତାଙ୍କ ସିଗ୍‌ନେଚର ଷ୍ଟାଇଲରେ ଏହାର ଖୁଲାସା କରିଛନ୍ତି । ତେବେ ଏହି ଘଟଣାର କାହାଣୀ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଛି । ସାରା ଅଲି ଖାନ ସେୟାର କରିଥିବା ଭିଡିଓରେ ବରୁଣ ଧାୱନ ବହୁତ ଉତ୍ସାହିତ ଥିବା ଦେଖାଯାଉଛି । ସେ କହିଛନ୍ତି, “ମୁଁ ଆପଣଙ୍କ ପାଇଁ ବିଗ୍ ନ୍ୟୁଜ୍ ଆଣିଛି । ଆମାଜନ ଭିଡିଓରେ ଏକ ନୂଆ ଫିଲ୍ମ ଆସୁଛି ଯେଉଁଥିରେ ସୁନ୍ଦର, ଅମୃତା ସିଂଙ୍କ ସ୍କ୍ବେୟାର ରୁଟ ସାରା ଅଲି ଖାନ ମୁଖ୍ୟ ଭୂମିକାରେ ଅଛନ୍ତି ।''

ଖୁବ ଶୀଘ୍ର ପ୍ରକାଶ ପାଇବ ସାରାଙ୍କ ଲୁକ

ବରୁଣ ଧାୱନ ଆହୁରି କହିଛନ୍ତି, “ତାହାଲେ, ନମସ୍ତେ ଦର୍ଶକୋ, ଏହା ଏକ ଘୋଷଣା ୱତନ… ମେରେ ୱତନ୍‌ । ଏହି ଭିଡିଓ ସେୟାର କରି ସାରା ଲେଖିଛନ୍ତି, ବରୁଣ ଧାୱନ ବହୁତ କିଛି କହିଛନ୍ତି । ଖୁବ୍ ଶୀଘ୍ର ଫିଲ୍ମରୁ ମୋର ଲୁକ୍ ସେୟାର କରିବି, ଯୋଡି ରହନ୍ତୁ ଦର୍ଶକ । ଆମାଜନରେ ଖୁବ୍ ଶୀଘ୍ର ଏ ୱତନ୍ ମେରେ ୱତନ୍ ଆସିବ ।

କନ୍ନନ୍ ଆୟରଙ୍କ ଦ୍ୱାରା ନିର୍ଦ୍ଦେଶିତ

ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ଏ ୱତନ୍… ମେରେ ୱତନ୍ ଏକ ରୋମାଞ୍ଚକର ଡ୍ରାମା । ଏହି ଚଳଚ୍ଚିତ୍ରକୁ ଦରବ ଫାରୁକି ଏବଂ କନ୍ନନ ଆୟର ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମାଟିକ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ୍ସ କରଣ ଜୋହର ଏବଂ ଅପୂର୍ବ ମେହେଟ୍ଟାଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି । ଏହାର ସହ-ନିର୍ମାତା ହେଉଛନ୍ତି ସୋମନ୍ ମିଶ୍ରା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି କନ୍ନନ୍‌ ଆୟର ।

ABOUT THE AUTHOR

...view details