ହାଇଦ୍ରାବାଦ: ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କ ଫିଲ୍ମ 'ଭେଡିଆ'କୁ ନେଇ ଟର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମର ଭୟାନକ ଟିଜର ରିଲିଜ ହୋଇଥିଲା(varun dhawan and samantha ruth prabhu citadel) । ଭେଡିଆ ଚଳଚ୍ଚିତ୍ରର ଟିଜର୍କୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ବରୁଣ ଧାୱନ ତାଙ୍କର OTT ଡେବ୍ୟୁ କରିବାକୁ ଯାଉଛନ୍ତି ତାହା ପୁଣି ଦକ୍ଷିଣର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ । ତେବେ ବରୁଣ ଏବଂ ସାମନ୍ଥାଙ୍କ ଯୋଡିକୁ ଦର୍ଶକ ଖୁବ ଶୀଘ୍ର ଦେଖିବାକୁ ପାଇବେ । ବରୁଣ-ସାମନ୍ଥା ଖୁବ୍ ଶୀଘ୍ର 'Citadel' ସିରିଜର ଭାରତୀୟ ସଂସ୍କରଣ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରିୟଙ୍କା ଚୋପ୍ରା Citadelର ଗ୍ଲୋବାଲ ସିରିଜରେ ଅଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ସାମନ୍ଥା ଏହି ଧାରାବାହିକ ପାଇଁ କାମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସାମନ୍ଥା ଆମେରିକାରେ ଫିଟନେସ୍ ଟ୍ରେନିଂ ନେଉଛନ୍ତି । ମିଡିଆ ରିପୋର୍ଟ ମୁତାବକ ବରୁଣ ଧାୱନ ଏବଂ ସାମନ୍ଥା ଆସନ୍ତା ମାସରୁ ଏହି ସିରିଜ୍ ପାଇଁ ଓ୍ବାର୍କସପ୍ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ସ୍ପାଇ ଥ୍ରୀଲର ସିରିଜ୍ । ଏହା ଭାରତୀୟ ସଂସ୍କରଣରେ ପ୍ରସ୍ତୁତ କରାଯାଉଛି । ଏଥି ସହିତ, ସାମନ୍ଥା ସିରିଜ୍ ପାଇଁ ଆମେରିକାରେ ସ୍ଟ୍ରିଟ୍ ଡାଏଟ୍ ସହିତ ରୁଟିନ୍ ଫଲୋ କରୁଛନ୍ତି । ଏଥିପାଇଁ ଓ୍ବାର୍କସପ୍ ମଧ୍ୟ ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି|
କାହାଣୀ କ’ଣ ହେବ ?