ହାଇଦ୍ରାବାଦ: ଆଜି ଭାରତ-ଆଫଗାନିସ୍ତାନ ସହ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଭାରତୀୟ ଟିମ ରୋହିତ ଶର୍ମାଙ୍କ ନେତୃତ୍ବରେ ମାହୋଲିରେ ଖେଳାଯିବ ଏହି ମ୍ୟାଚ । ହେଲେ ଆଫଗାନିସ୍ତାନ ବିପକ୍ଷରେ ଭାରତର ଏହି ପ୍ରଥମ ମ୍ୟାଚ ଖେଳିବେ ନାହିଁ ବିରାଟ କୋହଲି । ଝିଅ ଭାମିକାଙ୍କ ପାଇଁ ସେ ଆଜିର ମ୍ୟାଚ ଖେଳିବେନି । କାରଣ ଆଜି ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅ ଭାମିକାଙ୍କ ଜନ୍ମଦିନ । ଝିଅର ଜନ୍ମଦିନ ପାଳନ ପାଇଁ ବିରାଟ ଆଜିର ମ୍ୟାଚରୁ ବିରତି ନେଇଥିବା ଜଣାପଡିଛି ।
ପୂର୍ବରୁ ଟିମ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ଼ କହିଥିଲେ ଯେ, ବିରାଟ କୋହଲି ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଥମ ମ୍ୟାଚ ଖେଳିବେ ନାହିଁ । ତେବେ ବର୍ତ୍ତମାନ ବିରାଟ ଆଜିର ମ୍ୟାଚରେ କାହିଁକି ସାମିଲ ହେବେନାହିଁ ତାହା ଜଣାପଡିଛି । ଆଜି ତାଙ୍କ ଝିଅ ଭାମିକା କୋହଲିଙ୍କୁ ୨ ବର୍ଷ ପୁରି ୩ୟ ବର୍ଷରେ ପାଦ ଥାପିଛନ୍ତି । ଲାଡଲିଙ୍କ ଜନ୍ମଦିନ ପାଇଁ ବିରାଟ ଏହି ମ୍ୟାଚରୁ ବିରତି ନେଇଛନ୍ତି । ଉଭୟ ଅନୁଷ୍କା ଓ ବିରାଟ ଝିଅର ଜନ୍ମଦିନ ଏକାଠି ଧୁମଧାମରେ ପାଳନ କରିବା ସହ ଫ୍ୟାମିଲି ସମୟ ବିତାଇବେ । ଏହାପରେ ବିରାଟ ୧୪ ଜାନୁଆରୀରେ ଇନ୍ଦୋରରେ ଆୟୋଜିତ ଟିମର ୨ୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳିବେ ବୋଲି ଜଣାପଡିଛି ।
ତେବେ ଝିଅ ଭାମିକାଙ୍କ ଜନ୍ମଦିନରେ ବିରାଟ ନିଜ ଝିଅ ସହ ସୁନ୍ଦର ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିରାଟ ନିଜ ଏକ୍ସରେ ୨ଟି ପୋଷ୍ଟ ସେୟାର କରିଛନ୍ତି । ଗୋଟିଏ ପୋଷ୍ଟରେ ଉଭୟ ବାପା ଝିଅ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ବିରାଟ-ଅନୁଷ୍କା ଏବଂ ଭାମିକା ବିଚରେ ଚାଲୁଥିବାର ନଜର ଆସିଛନ୍ତି । ଏହାକୁ ସେୟାର କରି ବିରାଟ ଜନ୍ମଦିନ ଶୁଭେଚ୍ଛା ଭାମିକା ବୋଲି ଲେଖିଛନ୍ତି ।