ଓଡିଶା

odisha

ETV Bharat / entertainment

ଇରାନ ହିଜାବ ବିରୋଧି ଆନ୍ଦୋଳନକୁ ସମର୍ଥନ କଲେ ଉର୍ବଶୀ ରୌତେଲା, କାଟିଲେ ନିଜ କେଶ - Urvashi Rautela Iranian women

ଇରାନରେ ଆରମ୍ଭ ହୋଇଥିବା ହିଜାବ ଲଢେଇରେ ମହିଳାଙ୍କୁ ସମର୍ଥନ କରିବାକୁ ଉର୍ବଶୀ ରୌତେଲା ଆଗକୁ ଆସିଛନ୍ତି । ଏଥିପାଇଁ ଅଭିନେତ୍ରୀ ନିଜ କେଶ କାଟିଛନ୍ତି । ଅଧିକ ପଢନ୍ତୁ

ଇରାନୀୟ ମହିଳାଙ୍କ ସମର୍ଥନରେ ଉର୍ବଶୀ ରୌତେଲା, କାଟିଲେ ନିଜ କେଶ
ଇରାନୀୟ ମହିଳାଙ୍କ ସମର୍ଥନରେ ଉର୍ବଶୀ ରୌତେଲା, କାଟିଲେ ନିଜ କେଶ

By

Published : Oct 17, 2022, 12:52 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇସାରିଛନ୍ତି । ଇରାନରେ ମହସା ଅମିନୀ (Mahsa Amini)ଙ୍କ ହତ୍ୟାକୁ ବିରୋଧ କରି ସେ କେଶ କାଟିଛନ୍ତି (Protest In Iran Against Hijab)। ଏନେଇ ଉର୍ବଶୀ ରୌତେଲା ଖୋଦ୍‌ ନିଜ ଇନଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହା କହିଛନ୍ତି । ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ଅଭିନେତ୍ରୀଙ୍କୁ ନୀଳ ସୁଟ ପିନ୍ଧି ବସିଥିବାର ଦେଖିବାକୁ ମିଳିଛି । ଏହି ସମୟରେ, ତାଙ୍କ ସାମ୍ନାରେ ବସିଥିବା ଜଣେ ବ୍ୟକ୍ତି ତାଙ୍କ କେଶ କାଟୁଥିବା ନଜର ଆସିଛନ୍ତି । ଉର୍ବଶୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଉଲ୍ଲେଖନୀୟ ଯେ, ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱରେ ବ୍ୟାପିଛି । ବିଶେଷ କଥା ହେଉଛି ମହିଳାମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି, ଯେଉଁଥିରେ ସାରା ବିଶ୍ବରୁ ବଡ ବ୍ୟକ୍ତିତ୍ବମାନେ ଯୋଗ ଦେଉଛନ୍ତି ଏବଂ ସେମାନଙ୍କୁ ସମର୍ଥନ କରୁଛନ୍ତି । ବର୍ତ୍ତମାନ ଉର୍ବଶୀ ରୌତେଲା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

କେଶ କାଟିଲେ ଉର୍ବଶୀ ରୌତେଲା

ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ସେୟାର କରି ଉର୍ବଶୀ କହିଛନ୍ତି ଯେ, ଇରାନର ମହିଳା ଏବଂ ସେହି ଝିଅମାନଙ୍କ ସମର୍ଥନରେ ମୁଁ ମୋର କେଶ କାଟୁଛି । ଉର୍ବଶୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'କେଶ କାଟିଦେଲି.. ମୁଁ ଇରାନ ମହିଳା ଏବଂ ଝିଅଙ୍କ ସମର୍ଥନରେ ମୋର କେଶ କାଟୁଛି, ଯାହାକୁ ଇରାନ ପୋଲିସ ଦ୍ୱାରା ଗିରଫଦାରୀ ପରେ ମହସା ଅମିନୀଙ୍କୁ ମୃତ୍ୟୁର ପ୍ରତିବାଦରେ ହତ୍ୟା କରାଯାଇଥିଲା । ଏହା ସହିତ ଉତ୍ତରାଖଣ୍ଡର 19 ବର୍ଷୀୟା ଝିଅ ଅଙ୍କିତା ଭଣ୍ଡାରୀଙ୍କ ପାଇଁ... ମହିଳାମାନଙ୍କୁ ସମ୍ମାନ ଦିଅ, ଏହା ମହିଳା ଆନ୍ଦୋଳନର ଏକ ବିଶ୍ୱସ୍ତରୀୟ ପ୍ରତୀକ ।'

ଉର୍ବଶୀ ରୌତେଲା ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'କେଶ ମହିଳାଙ୍କର ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ସର୍ବସାଧାରଣରେ କେଶ କାଟିବା ଦ୍ୱାରା, ମହିଳାମାନେ ଦର୍ଶାଉଛନ୍ତି ଯେ ସେମାନେ ସମାଜର ସୌନ୍ଦର୍ଯ୍ୟ ମାନଦଣ୍ଡ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ସେମାନେ କିପରି ପୋଷାକ ପିନ୍ଧନ୍ତି, କିମ୍ବା ଆଚରଣ କରନ୍ତି, କୌଣସି ଜିନିଷକୁ କିମ୍ବା କାହାକୁ ନିର୍ଦ୍ଦେଶ ଦେବେ ନାହିଁ । ଯେତେବେଳେ ମହିଳାମାନେ ଏକାଠି ହୁଅନ୍ତି ଏବଂ ଜଣେ ମହିଳାଙ୍କ ପ୍ରସଙ୍ଗକୁ ସମଗ୍ର ମହିଳା ଜାତିର ପ୍ରସଙ୍ଗ ଭାବରେ ବିଚାର କରନ୍ତି । ବର୍ତ୍ତମାନ ନାରୀବାଦରେ ଏକ ନୂଆ ଉତ୍ସାହ ଦେଖାଦେବ ।

ସୂଚନାଯୋଗ୍ୟ ଯେ, ଇରାନ୍‌ର ୨୨ ବର୍ଷୀୟା ମହସା ଅମିନୀ ହିଜାବ ପିନ୍ଧିନଥିବାରୁ ତାଙ୍କୁ ଇରାନ୍‌ ପୋଲିସ ଗିରଫ କରିଥିଲା । କିଛି ରିପୋର୍ଟରେ କୁହାଯାଇଥିଲା ଯେ, ଅମିନୀଙ୍କୁ ଗିରଫ କରାଯିବା ପରେ ସେ କୋମାକୁ ଚାଲିଯାଇଥିଲେ ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଅନ୍ୟପକ୍ଷରେ ଅମିନୀ ହିଜାବ ପିନ୍ଧି ନ ଥିବାରୁ ପୋଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା, ଯେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅନେକ ସୋଶାଲ ମିଡିଆ ୟୁଜର୍ସ ଦାବି କରିଛନ୍ତି । ପୋଲିସର ସୂଚନାନୁସାରେ, ଅମିନୀଙ୍କୁ ଗିରଫ କରାଯିବା ପରେ ଅସୁସ୍ଥ ହୋଇପଡିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details