ହାଇଦ୍ରାବାଦ: ସୋସିଆଲ ମିଡିଆ ସେନ୍ସେନ ଉର୍ଫି ଜାଭେଦ ନିଜ ଫ୍ୟାଶନ ପାଇଁ ସର୍ବଦା ଶିରୋନାମାରେ ରହିଥାନ୍ତି । ପ୍ରତିଦିନ ସେ ଅଜବ ପୋଷାକ ପିନ୍ଧିଥିବାର ନଜର ଆସିଥାନ୍ତି । ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଇଛି । ବର୍ତ୍ତମାନ ଏହି ଅଭିନେତ୍ରୀ ଫିଲ୍ମକୁ ନେଇ ଲାଇମ ଲାଇଟକୁ ଆସିଛନ୍ତି। ରିପୋର୍ଟ ଅନୁସାରେ, ଉର୍ଫି ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଏକତା କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଲଭ, ସେକ୍ସ ଔର ଧୋକା ୨' ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ସୂଚନା ଅନୁସାରେ, 'ଲଭ, ସେକ୍ସ ଔର ଧୋକା ୨'ର ନିର୍ମାତା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକା ପାଇଁ ଉର୍ଫିଙ୍କ ସହ କଣ୍ଟାକ୍ଟ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉର୍ଫି ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍ ହୋଇଥିବାରୁ 'ଲଭ୍, ସେକ୍ସ ଔର ଧୋକା 2' ପାଇଁ ଅଫର କରାଯାଇଛି । ତେବେ ଏକତା କପୁରଙ୍କ ଏହି ଫିଲ୍ମରେ ଉର୍ଫିଙ୍କ ମୁଖ୍ୟ ଭୂମିକାରେ ନଜର ଆସିବା ଖବର ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ତେବେ ଏନେଇ ଏକତା କପୁର କିମ୍ବା ଉର୍ଫିଙ୍କ ଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନା ଥାଉ କି, ଉର୍ଫି ନିକଟରେ ଡିଜାଇନର୍ ଯୋଡି ଆବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କ ରାମ୍ପ ୱାର୍କ ପାଇଁ ଶିରୋନାମାରେ ଥିଲେ। ଏଥିସହ 'ବିଗ୍ ବସ୍ OTT', 'ସ୍ପ୍ଲିଟ୍ସଭିଲ୍ଲା'ରେ କାମ କରିବା ପରେ ଉର୍ଫିଙ୍କ ପୋଷାକ କେବଳ ଧ୍ୟାନ ଆକର୍ଷଣ କରିନଥିଲା, ବରଂ ସେ ଅନେକ ଟ୍ରୋଲର ମଧ୍ୟ ସମ୍ମୁଖୀନ ହୋଇଥିଲେ। ଏଥିସହ ତାଙ୍କ ପୋଷାକ ହେତୁ ଉର୍ଫି ଇଣ୍ଡଷ୍ଟ୍ରିର ସମସ୍ତ ସେଲିବ୍ରେଟଙ୍କ ସହ ବିବାଦ ମଧ୍ୟ ହୋଇଥିଲା । ଏନେଇ ଉର୍ଫି ମଧ୍ୟ ସମସ୍ତଙ୍କୁ ଏକ ଉଚିତ ଜବାବ ଦେଇଥିଲେ।