ମୁମ୍ବାଇ:ଉର୍ଫି ଜାଭେଦ୍ ତାଙ୍କର ଅତରଙ୍ଗି ପୋଷାକ ହେତୁ ଜଣାଶୁଣା । ଯେତେବେଳେ ଯେକୌଣସି ସ୍ଥାନରେ ଉର୍ଫି ଜାଭେଦଙ୍କୁ ଦେଖାଯାଏ, ସର୍ବପ୍ରଥମେ ତାଙ୍କ କପଡା ଉପରେ ନଜର ପଡେ କି ଆଜି ସେ କ’ଣ ଭିନ୍ନ ପୋଷାକ ପିନ୍ଧିଛନ୍ତି । ସୋମବାର ଦିନ ଉର୍ଫି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ। ପ୍ରତୀକ ସହଜପାଲ ମଧ୍ୟ ତାଙ୍କ ସହ ଥିଲେ । ଦୁହେଁ 'ବିଗ୍ ବସ୍ OTT' ସିଜନ 1ରେ ଭାଗ ନେଇଥିଲେ । ସେବେଠାରୁ ସେମାନଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହି ଆସିଛି । ଗଣେଶ ଚତୁର୍ଥୀ ଅବସରରେ ଦୁହେଁ ଭଗବାନ ଗଣେଶଙ୍କର ଦର୍ଶନ ନେଇଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଫଟୋ ସେୟାର କରିଛନ୍ତି ।
ଉର୍ଫି ଜାଭେଦ ଏବଂ ପ୍ରତୀକ ସହଜପାଲ ଏହି ସମୟରେ ବାପ୍ପାଙ୍କ ଭକ୍ତିରେ ଲୀନ ଥିବା ଦେଖିବାକୁ ମିଳିଛି । ଗଣେଶ ଚତୁର୍ଥୀ ପୂର୍ବରୁ ଦୁହେଁ ବାପ୍ପାଙ୍କ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଥିଲେ। ଦୁହେଁ ଏହାର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ଉର୍ଫି ଜାଭେଦଙ୍କୁ ଭାରତୀୟ ପୋଷାକରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଉର୍ଫି ଏକ ଲାଲ ରଙ୍ଗର ଭାରୀ କୁର୍ତ୍ତା ଏବଂ ଶରାରା ପିନ୍ଧିଥିଲେ । ଏହା ସହିତ ମ୍ୟାଚିଂ ଦୁପଟ୍ଟା ମଧ୍ୟ ପକାଇଥିଲା ଏବଂ ତାଙ୍କ କେଶକୁ ପୋନିଟେଲ କରିଥିଲେ । ଏହା ସହିତ ହାତରେ ଅଳତା ଲାଗଇଥିଲେ । ତେବେ ଏଥର ଉର୍ଫି ଜାଭେଦଙ୍କ ପୋଷାକ ନୁହେଁ, ବରଂ ସେ ପିନ୍ଧିଥିବା ଡିଜାଇନ୍ର ଚଷମା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଉର୍ଫିଙ୍କର ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ଲୁକକୁ ପ୍ରଶଂସା କରୁଛନ୍ତି । ଏହି ସମୟରେ ପ୍ରତୀକ ସହଜପାଲଙ୍କୁ ପାରମ୍ପାରିକ ରୂପରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ନୀଳ ଜିନ୍ସ ସହିତ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ଦୁହେଁ ମନ୍ଦିରରେ ବାପ୍ପାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ଏବଂ ପରେ ବାହାରକୁ ଆସି ଏକାଠି ଅନେକ ଫଟୋ କ୍ଲିକ୍ କରିଥିଲେ । ଯାହା ବର୍ତ୍ତମାନ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି ।