ଓଡିଶା

odisha

Uorfi Javed Death Threat: ପୁଣି ଉର୍ଫିଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ

By

Published : Aug 17, 2023, 1:51 PM IST

ଉର୍ଫି ଜାଭେଦଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଏ ସମ୍ପର୍କରେ ଖୋଦ୍‌ ଉର୍ଫି ଜାଭେଦ୍ ଟ୍ୱିଟରରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଉର୍ଫି ଜାଭେଦ୍
ଉର୍ଫି ଜାଭେଦ୍

ହାଇଦ୍ରାବାଦ: ବିଗ୍ ବସ୍ OTT ଫେମ୍ ଉର୍ଫି ଜାଭେଦ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଡ୍ରେସିଂ ସେନ୍‌ସ ହେତୁ ଉର୍ଫି ଜାଭେଦଙ୍କ ନାମ ପ୍ରତିଦିନ ହେଡଲାଇନରେ ରହିଥାଏ । ହେଲେ ବର୍ତ୍ତମାନ ସମୟରେ ଉର୍ଫିଙ୍କୁ ନେଇ ଏକ ବଡ ଖବର ଆସୁଛି । ଉର୍ଫି ଜାଭେଦଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଏ ସମ୍ପର୍କରେ ଖୋଦ୍‌ ଉର୍ଫି ଜାଭେଦ୍ ଟ୍ବିଟ କରି ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: OMG 2 BO Collection day 6: ଏତେ ପ୍ରଶଂସା ପରେ ବି 100 କୋଟି ଛୁଇଁ ପାରିନି ଅକ୍ଷୟଙ୍କ ଫିଲ୍ମ

ଅତରଙ୍ଗୀ ଫ୍ୟାଶନ୍ ସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ୍ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଜଣେ ୟୁଜର ତାଙ୍କୁ ଧମକ ଦେଇଛନ୍ତି । ୟୁଜର ଲେଖିଛନ୍ତି- ‘‘ଖୁବ୍ ଶୀଘ୍ର ତୋତେ ଗୁଳି ମରାଯିବ । ଖୁବ୍ ଶୀଘ୍ର ମିଶନ୍ ପୂରା ହେବ, ତୁମେ ଯେଉଁ ମଇଳା ବିସ୍ତାର କରି ରଖିଛ, ଭାରତରେ ସେହି ସମସ୍ତ ମଇଳା ସଫା ହୋଇଯିବ ।’’ ଉର୍ଫି ଜାଭେଦ୍ ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି - ‘‘ମୋ ଜୀବନର ନିୟମିତ ଦିନ ।’’

ଏହା ମଧ୍ୟ ପଢନ୍ତୁ: କନସର୍ଟ ବେଳେ ମଞ୍ଚରେ ପଡିଗଲେ ନିକ ଜୋନାସ, ଭାଇରାଲ ହେଲା ଭିଡିଓ

ଉର୍ଫିଙ୍କ ଓ୍ବାର୍କ ଫ୍ରଣ୍ଟ ବିଷୟରେ କହିବା ତ, ତାଙ୍କୁ ବିଗ୍ ବସ୍ OTTରୁ ଏକ ପରିଚୟ ମିଳିଥିଲା । ତେବେ ଏହି ସୋ’ରେ ତାଙ୍କର ଯାତ୍ରା କିଛି ଖାସ୍‌ ନଥିଲା । ସେ ଏକ ସପ୍ତାହ ମଧ୍ୟରେ ଘରୁ ବାହାରି ଯାଇଥିଲେ । କିନ୍ତୁ ଘରୁ ବାହାରିବା ମାତ୍ରେ ଉର୍ଫିଙ୍କ ଫ୍ୟାଶନ୍ ସେନ୍ସ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ​​ଏବଂ ଦେଖୁ ଦେଖୁ ସେ ଲୋକପ୍ରିୟ ହୋଇଯାଇଥିଲେ । ତାଙ୍କର ବିମାନବନ୍ଦର ଲୁକ୍ ପ୍ରଥମ ଥର ପାଇଁ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ କ୍ରପ୍‌ ଜ୍ୟାକେଟ ସହିତ ନିଜ ବିକିନିକୁ ଫ୍ଲଣ୍ଟ କରୁଥିବାର ନଜର ଆସିଥିଲେ । ଉର୍ଫି ଅନେକ ଡେଲି ସୋପ୍‌ରେ ଛୋଟ ମୋଟ ଭୂମିକା ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନୀ ଅଭିନେତ୍ରୀଙ୍କ ପ୍ରେମରେ ବଲିଉଡ ଅଭିନେତା ! କହିଲେ ‘ମେରେ ହୋ ଜାଓ’

ନିକଟରେ ଉର୍ଫି ବିଗ୍ ବସ୍ OTT 2ରେ ଅତିଥି ଭାବରେ ପ୍ରବେଶ କରିଥିଲେ । ସେ ଘର ଭିତରେ ଥିବା ସମସ୍ତଙ୍କୁ ଭେଟିଥିଲେ। ପୂଜା ଭଟ୍ଟ ଉର୍ଫିଙ୍କର ବହୁତ ପ୍ରଶଂସା କରିଥିଲେ।

ABOUT THE AUTHOR

...view details