ନୂଆଦିଲ୍ଲୀ: ଚଳଚ୍ଚିତ୍ରର ଫିଲ୍ମ ପାଇରେସୀ କରିବା ପାଇଁ ସିନେମାଟୋଗ୍ରାଫ୍ ସଂଶୋଧିତ ବିଲ୍ 2023କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନରେ ସଂଶୋଧିତ ସିନେମାଟୋଗ୍ରାଫି ବିଲ୍ 2023 ଆଗତ ହେବ। ଏହା ଘୋଷଣା କରିବାର କିଛି ସମୟ ପରେ ଫିଲ୍ମ ତାରକାମାନେ ଏହାକୁ ସ୍ବାଗତ କରି ସୋସିଆଲ ମିଡିଆରେ ଖୁସି ଜାହିର କରିଛନ୍ତି ।
ବୁଧବାର ସଂଶୋଧିତ ସିନେମାଟୋଗ୍ରାଫ୍ ବିଲ୍ 2023କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ସିନେମାଟୋଗ୍ରାଫ୍ ଆକ୍ଟ 2023 ସଂସଦର ଆଗାମୀ ଅଧିବେଶନରେ ଆଗତ କରାଯିବ । କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଫିଲ୍ମ ପାଇରେସୀ ବା ଚୋରି ଉପରେ କିଛି ନିୟମ ଲାଗୁ ପାଇଁ ଦୀର୍ଘ ଦିନର ଦାବି ରହିଥିଲା । ଚଳଚ୍ଚିତ୍ର ଜଗତ, କଳାକାର ଏବଂ ପ୍ରଶଂସକଙ୍କ ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଭାରତୀୟ ଚଳଚ୍ଚିତ୍ରକୁ ଆଗକୁ ବଢିବାରେ ସହାୟକ ହେବା ସହ ଲୋକାଲ କଣ୍ଟେଣ୍ଟକୁ ବିଶ୍ବବ୍ୟାପୀ କରାଇବାରେ ଏକ ବୈପ୍ଳବିକ ପଦକ୍ଷେପ ପ୍ରମାଣିତ ହେବ।"
ସେପଟେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଅନେକ ବଲିଉଡ ସେଲିବ୍ରିଟି । ବଲିଉଡ ଅଭିନେତା ଅଜୟ ଦେବଗନ୍ ନିଜ ଟ୍ବିଟର ହ୍ୟାଣ୍ଡଲରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଶଂସା କରି ଲେଖିଛନ୍ତି, "ସିନେମାଟୋଗ୍ରାଫ୍ ଆକ୍ଟରେ ସକ୍ରିୟ ଭାବରେ ସଂଶୋଧନ କରିବା ପାଇଁ ଧନ୍ୟବାଦ । ଏହାଦ୍ବାରା ଫିଲ୍ମ ଦେଖିବାର ମଜା ନଷ୍ଟ ହେବ ନାହିଁ ।