ହାଇଦ୍ରାବାଦ:ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀ ପରି ଭେଟେରାନ ଅଭିନେତାଙ୍କ ଲିପଲକ ସିନକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ପୂର୍ବରୁ ଧର୍ମେନ୍ଦ୍ର ଏନେଇ ପ୍ରତିକ୍ରିୟା ରଖିବା ପରେ ଏବେ ଶବାନା ମଧ୍ୟ ମୁହଁ ଖୋଲିଛନ୍ତି ।
ଶବାନା କହିଛନ୍ତି, ଯେତେବେଳେ ଆମେ ଚୁମ୍ବନ ଦେଇଥାଉ ଲୋକମାନେ ହସନ୍ତି ଏବଂ ପ୍ରୋତ୍ସାହିତ କରନ୍ତି । କିନ୍ତୁ ସୁଟିଂ ସମୟରେ ମୋର କୌଣସି ଅସୁବିଧା ନଥିଲା, ସମସ୍ତେ ଜାଣନ୍ତି ଯେ ମୁଁ ଫିଲ୍ମରେ ଅଧିକ ଚୁମ୍ବନ ଦେଇ ନାହିଁ, କିନ୍ତୁ ଧର୍ମେନ୍ଦ୍ରଙ୍କ ପରି ତାରକା ଏବଂ ସୁନ୍ଦର ଅଭିନେତାଙ୍କୁ କିଏ ବା କିସ କରିବାକୁ ନ ଚାହିଁବ । ଶବାନାଙ୍କ ଏଭଳି କହିବା ପରେ ତାଙ୍କ ସ୍ବାମୀ ତଥା ଲୋକପ୍ରିୟ ଲେଖକ ଜାଭେଦ ଅଖତର ପ୍ରତିକ୍ରିୟା ଦେଇଛନ୍ତି ।
ଯେତେବେଳେ ଶବାନା ଆଜମୀଙ୍କୁ ତାଙ୍କ ସ୍ୱାମୀ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯାଇଥିଲା, ଭେଟେରାନ ଅଭିନେତ୍ରୀ କହିଛନ୍ତି ଯେ ସେ ଏଥିରେ କିଛି ସମସ୍ୟା ନାହିଁ, ବରଂ ତାଙ୍କ ସହ ଫିଲ୍ମ ଦେଖିବାବେଳେ ମୁଁ ବହୁତ ହଙ୍ଗାମା କରିଥିଲି, ମୁଁ ଉତ୍ସାହିତ ଥିଲି । ପୁରା ଫିଲ୍ମ ସରିବା ଯାଏଁ ତାଳି ଏବଂ ସିଟି ବଜାଇଥିଲି । ସେ ଏଭଳି ପ୍ରତିକ୍ରିୟା ଦେଉଥିଲେ କି ସେ ମୋତେ ଜାଣି ନାହାନ୍ତି ।