ଓଡିଶା

odisha

ETV Bharat / entertainment

ଆଉ ନାହାନ୍ତି ଅଭିନେତା ଶିବ କୁମାର ସୁବ୍ରମଣ୍ୟମ୍‌, ବଲିଉଡରେ ଶୋକର ଛାୟା

ବଲିଉଡର ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କର ଦେହାନ୍ତ ହୋଇଛି । ମୀନାକ୍ଷୀ ସୁନ୍ଦରେଶ୍ୱର, ଟୁ ଷ୍ଟେଟ୍‌ସ, ପ୍ରହାର ଏବଂ ହିଚ୍‌କି ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

By

Published : Apr 11, 2022, 10:21 AM IST

ବଲିଉଡର ଜଣାଶୁଣା ଅଭିନେତା ଶିବ କୁମାର ସୁବ୍ରମଣ୍ୟମ୍‌ଙ୍କ ଦେହାନ୍ତ
ବଲିଉଡର ଜଣାଶୁଣା ଅଭିନେତା ଶିବ କୁମାର ସୁବ୍ରମଣ୍ୟମ୍‌ଙ୍କ ଦେହାନ୍ତ

ହାଇଦ୍ରାବାଦ: ବଲିଉଡର ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମ୍ (Shiv Kumar Subramaniam death)ଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଅଭିନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ଶିବ କୁମାରଙ୍କ ମୃତ୍ୟୁର କାରଣ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।

ଏହି ଖବର ଉପରେ ଦୁଃଖ ପ୍ରକାଶ କରି ବିନା ସରବର ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି 'ଅତ୍ୟନ୍ତ ଦୁଃଖଦ ଖବର । ପୁଅ ଜହାନଙ୍କ ମୃତ୍ୟୁର ଦୁଇ ମାସ ପରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପୁଅ ଜହାନଙ୍କର ବ୍ରେନ ଟ୍ୟୁମର ହୋଇଥିଲା । 16 ତମ ଜନ୍ମଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା ।' ସୂଚନାନୁସାରେ, ସୁବ୍ରମଣ୍ୟମ୍‌ଙ୍କ ଅନ୍ତିମ ସଂସ୍କାର ଆଜି ସକାଳ 11 ଟା ସମୟରେ ମୋକ୍ଷଧାମ୍ ହିନ୍ଦୁ ଶ୍ମଶାନ ଭୂମିରେ କରାଯିବ।

ଶିବ କୁମାର ସୁବ୍ରମଣ୍ୟମଙ୍କୁ ଗତ ବର୍ଷ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ମୀନାକ୍ଷୀ ସୁନ୍ଦରେଶ୍ୱର'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସାନ୍ୟା ମଲହୋତ୍ରା ମୁଖ୍ୟ ଭୂମିକାରେ ଥିଲେ । ଏହା ବ୍ୟତୀତ ଅଭିନେତା ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ସେ କିଛି ଚଳଚ୍ଚିତ୍ର ପାଇଁ ସ୍କ୍ରିନ୍ ପ୍ଲେ ମଧ୍ୟ ଲେଖିଛନ୍ତି । ଅଭିନେତା ବିଦୁ ବିନୋଦ ଚୋପ୍ରାଙ୍କ ଫିଲ୍ମ 'ପରିନ୍ଦା' ଏବଂ ସୁଧୀର ମିଶ୍ରଙ୍କ ଫିଲ୍ମ 'ହଜାରୋ ଖ୍ବାହିସେ ଏସି'ର ସ୍କ୍ରିନ୍ ପ୍ଲେ ଲେଖିଥିଲେ ।

ତାଙ୍କର ଚିତ୍ତାକର୍ଷକ କ୍ୟାରିଅର୍ ସମୟରେ ତାଙ୍କୁ ପରିନ୍ଦା ପାଇଁ ସର୍ବଶ୍ରେଷ୍ଠ ପଟକଥା ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ହଜାରୋ ଖ୍ବାହିସେ ଏସି ପାଇଁ ସର୍ବଶ୍ରେଷ୍ଠ କାହାଣୀ ପ୍ରଦାନ କରାଯାଇଥିଲା । ଏମାନଙ୍କ ବ୍ୟତୀତ ଶିବ କୁମାରଙ୍କୁ 'ଟୁ ଷ୍ଟେଟ୍‌ସ', 'ତିନ ପତ୍ତୀ', 'ପ୍ରହାର' ଏବଂ ରାନୀ ମୁଖାର୍ଜୀ ଅଭିନୀତ 'ହିଚ୍‌କି'ରେ ମଧ୍ୟ ଦେଖିବାକୁ ମିଳିଥିଲା । ଶିବ କୁମାର ସୁବ୍ରମଣ୍ୟମ୍ ଟିଭି ଶୋ 'ମୁକ୍ତି ବନ୍ଧନ୍'ରେ ମଧ୍ୟ କାମ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details