ହାଇଦ୍ରାବାଦ:ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲାଇକ । ନିକଟରେ ରୁବିନା ତାଙ୍କ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପ୍ରିଣ୍ଟେଡ୍ ଆଉଟଫିଟରେ ଏକ ରିଲ୍ ସେୟାର କରିଥିଲେ । ଏହାପରେ ସେ ଗର୍ଭବତୀ ଥିବା ରୁମର ହେଉଥିଲା । ଏହାପୂର୍ବରୁ ରୁବିନା ଏବଂ ଅଭିନବ ଶୁକ୍ଲାଙ୍କୁ ଏକ କ୍ଲିନିକ୍ରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକମାନେ ଗର୍ଭଧାରଣ ବିଷୟରେ କଳ୍ପନା କରିବା ଆରମ୍ଭ କରି ଦେଇଥିଲେ । ରୁବିନା ଏହାପରେ ଆଉ ଏକ ଫଟୋ ସେୟାର କରି ନିଜ ପ୍ରତିକ୍ରିୟା ଦେଇଥିଲେ । ଏହାପରେ ବି ଚର୍ଚ୍ଚା କମିନଥିଲା । ତେବେ ବର୍ତ୍ତମାନ ରୁବିନାଙ୍କ ସ୍ୱାମୀ ତଥା ଅଭିନେତା ଅଭିନବ ଶୁକ୍ଲା ଅଭିନେତ୍ରୀଙ୍କ ଗର୍ଭବତୀ ରୁମର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ ରୁବିନାଙ୍କ ଗର୍ଭବତୀ ରୁମର ଉପରେ ଅଭିନବ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଗୁଡ଼ିକ କେବଳ ରୁମର । ମୁଁ ସେତେବେଳେ ଯାତ୍ରା କରୁଥିଲି, ତେଣୁ ମୁଁ ଏହା ବିଷୟରେ ଅଧିକ ପଢି ନଥିଲି । ପ୍ରକୃତରେ କ’ଣ ଘଟିଛି ଏବଂ ଲୋକମାନେ ଏ ବିଷୟରେ କଥାବାର୍ତ୍ତା କରୁଛନ୍ତି ମୁଁ ଜାଣେ ନାହିଁ ।" ସେ ଏକ ଫଟୋ ପୋଷ୍ଟ କରିଥିଲେ ଏବଂ ଲୋକମାନେ ଏହା ଉପରେ ମନ୍ତବ୍ୟ ଦେବା ଆରମ୍ଭ କଲେ ଏବଂ ମୋର ଏହା ବିଷୟରେ କିଛି କହିବାର ନାହିଁ । ଲୋକମାନେ କଳ୍ପନା କରନ୍ତୁ ।"