ଓଡିଶା

odisha

ETV Bharat / entertainment

ଶିଜାନଙ୍କ ପରିବାରର ଚାଞ୍ଚଲ୍ୟକର ବୟାନ: ମାଆଙ୍କ ସହ ତୁନିଷାଙ୍କର ନଥିଲା ଭଲ ସମ୍ପର୍କ, ଅଭିନେତ୍ରୀଙ୍କୁ ଦେଉନଥିଲେ ଟଙ୍କା - ତୁନିଷାଙ୍କ ମାଆ ଜବରଦସ୍ତି କରାଉଥିଲେ କାମ

ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁକୁ ନେଇ ମାମଲା ଜଟିଳ ହେବାରେ ଲାଗିଛି । ଗୋଟିଏ ପଟେ ମୃତ ଅଭିନେତ୍ରୀଙ୍କ ମାଆ ଅଭିଯୁକ୍ତ ଶିଜାନ ଖାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ, ଶିଜାନଙ୍କ ପରିବାର ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଶିଜାନଙ୍କ ପରିବାରର ଖୁଲାସା
ଶିଜାନଙ୍କ ପରିବାରର ଖୁଲାସା

By

Published : Jan 2, 2023, 2:07 PM IST

ମୁମ୍ବାଇ: ଅଭିନେତ୍ରୀ ତୁନିଷା ଶର୍ମା ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । ନିକଟରେ ଅଭିନେତ୍ରୀଙ୍କ ମାଆ ଅଭିଯୁକ୍ତ ଶିଜାନଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଏହି ମାମଲାରେ ଶିଜାନଙ୍କ ପରିବାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଖୋଲାଖୋଲି ଆଲୋଚନା କରିଥିଲେ । ଅଭିନେତାଙ୍କ ଭଉଣୀ ଶଫାକ ନାଜ୍‌ ଏବଂ ଫଲକ ନାଜ କହିଛନ୍ତି ଯେ, ‘‘ଶିଜନଙ୍କୁ ଜେଲରେ ହଇରାଣ କରାଯାଉଛି । ସେ କହିଛନ୍ତି ଯେ, ‘ଆମେ ମଧ୍ୟ ତୁନିଶାଙ୍କ ପାଇଁ ନ୍ୟାୟ ଚାହୁଁଛୁ । ସେ ଆମ ଭଳି ଛୋଟ ପିଲାଟି ଥିଲା।’’

ଶିଜାନଙ୍କ ପରିବାର କହିଛନ୍ତି, ‘ଧର୍ମ ପରିବର୍ତ୍ତନ କରିବା ପାଇଁ ଆମେ କେବେ ବି କାହା ଉପରେ ଚାପ ପକାଇ ପାରିବୁ ନାହିଁ। ତୁନିଷାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ହିଜାବ ପିନ୍ଧିଥିଲେ । ଏହା କରିବାକୁ ଆମେ ତାଙ୍କୁ ବାଧ୍ୟ କରନଥିଲୁ, ବରଂ ଏହା ସିରିଏଲର ଏକ ଅଂଶ ଥିଲା । ଶିଜାନଙ୍କ ମାଆ କହିଛନ୍ତି ଯେ, ତୁନିଷା ଟିଭିରେ କାମ କରିବାକୁ ଚାହୁଁନଥିଲେ, ସେ ଦୁନିଆ ଦେଖିବାକୁ ଚାହୁଁଥିଲେ । ଫଲକ କହିଛନ୍ତି ଯେ, ପ୍ରଥମ ଥର ପାଇଁ ତୁନିଷା ଆମ ସହିତ ସମୁଦ୍ର କୂଳ ଦେଖିବାକୁ ଯାଇଥିଲେ । ତାଙ୍କ ମାଆ ତାଙ୍କୁ କୌଣସି ସ୍ଥାନକୁ ଯିବାକୁ ଦେଉନଥିଲେ । ପରିବାର ସହିତ ତୁନିଷାଙ୍କ ସମ୍ପର୍କ ଭଲ ନଥିଲା । ଉଭୟ ମାଆ ବିନିତା ଶର୍ମା ଏବଂ ମାମୁଁ ସଞ୍ଜୀବ କୌଶଲ ଦୁହେଁ ସ୍ୱର୍ଗତ ଅଭିନେତ୍ରୀଙ୍କ ଟଙ୍କା ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣ କରୁଥିଲେ । ଏପରିକି ତୁନିଷା ଯେବେ ବି ଟଙ୍କା ମାଗୁଥିଲେ, ସେମାନେ ତା ଠାରୁ ଅଧିକ ଦେଉନଥିଲେ ।’

ଶିଜାନଙ୍କ ଓକିଲ ମଧ୍ୟ ଦାବି କରିଥିଲେ କି, ‘‘ବନିତା ଶର୍ମା ଥରେ ତାଙ୍କ ଝିଅକୁ ଚାପୁଡ଼ା ମାରିବା ସହ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଶିଜାନଙ୍କ ପରିବାର କହିଛନ୍ତି ଯେ ବିନିତା ଶର୍ମା ମୋ ପୁଅ ବିରୋଧରେ ମିଥ୍ୟା ଅଭିଯୋଗ କରୁଛନ୍ତି । ଆମେ କେବେ ହେଲେ ତୁନିଷାଙ୍କୁ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ କହି ନାହୁଁ । ଆମେ ତୁନିଷାଙ୍କ ଜନ୍ମଦିନରେ କିଛି ଖାସ୍‌ ଯୋଜନା କରୁଥିଲୁ । ଜାନୁଆରୀ 4ରେ ତାଙ୍କର ଜନ୍ମଦିନ ଥିଲା, ତେଣୁ କିଛି ଖାସ୍‌ କରିବାକୁ ଚାହୁଁଥିଲୁ । କାରଣ ତାଙ୍କ ବାପାଙ୍କ ବିୟୋଗ ପରେ ଅଭିନେତ୍ରୀ କୌଣସି ଖୁସିର ଦିନକୁ ସେଲିବ୍ରେଟ ପାରିନଥିଲେ । ସେ କହିଛନ୍ତି ଯେ ଆମର ଜଣେ ଝିଅ ଚାଲିଯାଇଛି ଏବଂ ବର୍ତ୍ତମାନ ବନିତା ଚାହୁଁଛନ୍ତି ଯେ, ଆମ ପୁଅ ଶିଜନ ମଧ୍ୟ ଦୁଃଖରେ ଆତ୍ମହତ୍ୟା କରନ୍ତୁ।’’

ABOUT THE AUTHOR

...view details