ଓଡିଶା

odisha

ETV Bharat / entertainment

Tunisha Sharma Case: ଇସଲାମ୍‌ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଯାଉଥିଲା କହିଲେ ତୁନିଷାଙ୍କ ମାଆ - ତୁନିଷାଙ୍କୁ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା

ଶିଜାନ ଖାନ୍‌ (Tunisha Sharma's co-star Sheezan Khan) ଡ୍ରଗ୍ସ ସେବନ କରୁଥିଲେ । ଏମିତି କି ‌ଇସଲାମ୍‌ ଧର୍ମ ଆପଣାଇବା ପାଇଁ ଝିଅ ତୁନିଷାକୁ ବାଧ୍ୟ କରୁଥିଲେ ବୋଲି କହିଛନ୍ତି ତୁନିଷା ଶର୍ମାଙ୍କ ମାଆ । ଅଧିକ ପଢନ୍ତୁ

ବନିତା ଶର୍ମାଙ୍କ ପ୍ରତିକ୍ରିୟା
ବନିତା ଶର୍ମାଙ୍କ ପ୍ରତିକ୍ରିୟା

By

Published : Dec 30, 2022, 4:19 PM IST

ମୁମ୍ବାଇ:ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲା (Tunisha Sharma Death Case)ରେ ପ୍ରତିଦିନ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହି ମାମଲାରେ ଅଭିନେତ୍ରୀଙ୍କ ମାଆ ବନିତା ଶର୍ମା ଅଭିଯୁକ୍ତ ଶିଜାନ ଖାନଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ କରିଛନ୍ତି । ବନିତାଙ୍କ ଦାବି ଅନୁଯାୟୀ, ଶିଜାନ (Tunisha Sharma's co-star Sheezan Khan) ଡ୍ରଗ୍ସ ସେବନ କରୁଥିଲେ। ଏମିତି କି ‌ଇସଲାମ୍‌ ଧର୍ମ ଆପଣାଇବା ପାଇଁ ସେ ମୋ ଝିଅକୁ ବାଧ୍ୟ କରୁଥିଲେ । ଏଥିପାଇଁ ସେ ତୁନିଷାଙ୍କୁ ଉର୍ଦ୍ଦୁ ଶିଖାଉଥିଲେ । ନିକଟରେ ବଲିବ ପୋଲିସ ତୁନିଷାଙ୍କ ମାଆ, ତାଙ୍କ ମାମୁଁ ପବନ ଶର୍ମା ଏବଂ ଡ୍ରାଇଭରଙ୍କୁ ତାଙ୍କ ବୟାନ ରେକର୍ଡ କରିବା ପାଇଁ ଡାକିଥିଲେ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର 24ରେ ତୁନିଷା ଟିଭି ସୋ' ଅଲିବାବା ଦାସ୍ତାନ ଏ କାବୁଲ୍‌ର ସେଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । 20 ବର୍ଷୀୟା ଯୁବତୀ ଏବଂ ଘରର ଏକମାତ୍ର ଝିଅର ମୃତ୍ୟୁରେ ତୁନିଷା ଶର୍ମାଙ୍କ ମାଆ ପୂରାପୂରି ଭାଙ୍ଗି ପଡିଛନ୍ତି । ସେ ତୁନିଷାଙ୍କ ଆତ୍ମହତ୍ୟା ପାଇଁ ଶିଜାନ ଖାନଙ୍କୁ ଦାୟୀ କରିଛନ୍ତି । ତୁନିଷାଙ୍କ ମାଆ ତାଙ୍କ ଝିଅ ପାଇଁ ନ୍ୟାୟ ଦାବି କରୁଛନ୍ତି । ବନିତା ଶର୍ମା ଅଭିଯୋଗ କରିଛନ୍ତି ଯେ ଶିଜାନଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ତାଙ୍କ ଝିଅ ଡିପ୍ରେସନରେ ଥିଲେ । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ, ଶିଜାନଙ୍କ ଯୋଗୁଁ ତାଙ୍କ ଝିଅ ଏହି ପଦକ୍ଷେପ ନେଇଛନ୍ତି ।

ବନିତା କହିଛନ୍ତି, "ତୁନିଷା ମୋ ଝିଅ ଥିଲା, ମୁଁ ତାକୁ ସବୁ ଦିନ ପାଇଁ ହରାଇଦେଲି । ମୁଁ ସେହି ପୁଅକୁ କେବେ କ୍ଷମା କରିବି ନାହିଁ । ଶିଜାନ ଡ୍ରଗ୍ସ ସେବନ କରୁଥିଲା ।" ଏଥି ସହିତ, ଏହା ପୂର୍ବରୁ ତୁନିଷାଙ୍କ ମାମୁଁ ପବନ ଶର୍ମା ମଧ୍ୟ ଅଭିନେତାଙ୍କ ବିରୋଧରେ ଅନେକ ବଡ ଅଭିଯୋଗ ଆଣିଛନ୍ତି। ନିକଟରେ ସେ କହିଥିଲେ ଯେ ଶିଜାନଙ୍କ ସଂସ୍ପର୍ଶରେ ଆସିବା ପରେ ତୁନିଷାଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆସିଥିଲା। ସେ କହିଥିଲେ ଯେ ଶିଜାନଙ୍କ ସହ ବନ୍ଧୁତା ପରେ ତୁନିଷା ହିଜାବ ପିନ୍ଧିବା ଆରମ୍ଭ କରିଥିଲେ।"

ଏହା ବି ପଢନ୍ତୁ: Anant-Radhika Engagement: 10 ମିନିଟର ପରଫମାନ୍ସ ପାଇଁ ଏତିକି କୋଟି ଟଙ୍କା ନେଇଛନ୍ତି ମିକା

ଏହା ବ୍ୟତୀତ ବନିତା ଆହୁରି ମଧ୍ୟ ଦାବି କରିଛନ୍ତି, "ଶିଜାନଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଅଛି । ମୁଁ ତାଙ୍କୁ କହିଥିଲି ଯେ ଯଦି ତୁମର ଅନ୍ୟ କୌଣସି ଝିଅର ସମ୍ପର୍କରେ ଥାଅ ତେବେ ଆମକୁ କୁହ । ମୋ ଝିଅ ସହ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରିବାକୁ ମୁଁ ତାଙ୍କୁ କହିଥିଲି । କିନ୍ତୁ ସେ ମୋତେ କହିଥିଲେ- ସରି ଆଣ୍ଟି, ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି ନାହିଁ।"

ଏହା ବି ପଢନ୍ତୁ: Heeraben Modi Death: ଅଫେରା ରାଇଜରେ ମୋଦିଙ୍କ ମାଆ, ଶୋକରେ ବୁଡିଲା ବଲିଉଡ

ତୁନିଷାଙ୍କ ମାଆ ଆହୁରି କହିଛନ୍ତି, ଯେ, ତାଙ୍କ ଝିଅ ତାଙ୍କ ଜୀବନ ଏବଂ ତାଙ୍କ ପରିବାର ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ । କିନ୍ତୁ ତୁନିଷା ତାଙ୍କଠାରୁ ଦୂରେଇ ଯାଉଥିଲା । ମୁଁ ତାକୁ ଶିଜାନ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ପଚାରିଥିଲି, କିନ୍ତୁ ସେ କେବେବି କିଛି କହି ନଥିଲା । ଆମେ ସନ୍ଦେହ କରୁଛୁ ଏହା ହତ୍ୟାକାଣ୍ଡ ହୋଇପାରେ । ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶିଜାନଙ୍କୁ ଛାଡିବି ନାହିଁ । ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଜୁନରୁ ଡିସେମ୍ବର ମଧ୍ୟରେ ଶିଜାନ ଏବଂ ତୁନିଷା ମଧ୍ୟରେ ହ୍ବାଟସ୍ ଆପ୍ ଚାଟ୍ ଯାଞ୍ଚ କରୁଛି ପୋଲିସ । ପୋଲିସର ସୂଚନାନୁସାରେ, ଏହି ଚାଟ୍ ପରବର୍ତ୍ତୀ ଯାଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ହୋଇପାରେ । ସେପେଟେ ଶିଜାନ ଖାନ ପୋଲିସ ହେପାଜତରେ ଥିଲେ । ଡିସେମ୍ବର 30ରେ ଶିଜନଙ୍କ ପୋଲିସ୍ କଷ୍ଟଡି ଅବଧି ଶେଷ ହୋଇଛି । ଶୁକ୍ରବାର ଦିନ ଶିଜାନ କୋର୍ଟରେ ହାଜର ହେବେ ।

ABOUT THE AUTHOR

...view details