ଓଡିଶା

odisha

ETV Bharat / entertainment

ଥାନାକୁ ମାମଲା ଗଲା ପରେ ଚିତିଲେ ମନସୁର, ବିବାଦୀୟ ବୟାନ ପାଇଁ ତ୍ରିଶାଙ୍କୁ ମାଗିଲେ କ୍ଷମା - ମନସୁର ଅଲ୍ଲୀ ଖାନ

ତ୍ରିଶା କ୍ରିଷ୍ଣନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ବିବାଦ ବଢୁଥିବା ବେଳେ ବର୍ତ୍ତମାନ ଅଭିନେତା ମନସୁର ଅଲି ଖାନ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ଏପରି ଅଭିନେତା କରିଥିବା ଜଣାପଡିଛି । ସେପଟେ ତ୍ରିଶା ଅନେତାଙ୍କୁ କ୍ଷମା କରିଛନ୍ତି । ଅଧିକ ପଢନ୍ତୁ

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ
ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ

By ETV Bharat Odisha Team

Published : Nov 24, 2023, 3:08 PM IST

Updated : Nov 24, 2023, 4:09 PM IST

ଚେନ୍ନାଇ:ବିବାଦ ପରେ ନଇଁଲେ ସାଉଥ ଅଭିନେତା ମନସୁର ଅଲି ଖାନ । ତ୍ରିଶା କ୍ରିଷ୍ଣନଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ଧମକ ଦିଆଯିବା ପରେ ମନସୁର ଅଲି ଖାନ ତ୍ରିଶାଙ୍କୁ କ୍ଷମା ମାଗିଛନ୍ତି । ଲିଓ ଅଭିନେତା ଏକ କ୍ରିପ୍ଟିକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରି କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ତ୍ରିଶା ମଧ୍ୟ ଅଭିନେତାଙ୍କୁ କ୍ଷମା କରିଛନ୍ତି ।

ସେ ପୋଷ୍ଟରେ ଲେଖିଛନ୍ତି, 'ମୋର ସହ-ଅଭିନେତ୍ରୀ ତ୍ରିଶା, ଦୟାକରି ମୋତେ କ୍ଷମା କର । ଭଗବାନ ମୋତେ ଆଶୀର୍ବାଦ କରନ୍ତୁ କି ମୁଁ ତୁମ ବିବାହରେ ତୁମକୁ ମଙ୍ଗଳସୂତ୍ର ଉପହାର କରିପାରିବି ।' ସୂଚନା ଥାଉ କି, ତାମିଲ ଚଳଚ୍ଚିତ୍ରରେ ତାଙ୍କର ନକରାତ୍ମକ ଭୂମିକା ପାଇଁ ଜଣାଶୁଣା ମନସୁର ଅଲି ଖାନଙ୍କୁ ପୋଲିସ ଗୁରୁବାର ଦିନ ତ୍ରିଶାଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ହାଜର ହୋଇଥିଲେ । କାର୍ଯ୍ୟାନୁଷ୍ଠାନ ପରେ ଅଭିନେତା କ୍ଷମା ମାଗିଥିବା ଜଣାପଡିଛି । ସେପଟେ ତ୍ରିଶା ଅଭିନେତାଙ୍କୁ କ୍ଷମା ସ୍ବୀକାର କରିଥିବା ଜଣାପଡିଛି । ଅଭିନେତ୍ରୀ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, 'ଭୁଲ ମଣିଷର ଅଟେ, କ୍ଷମା କରିବା ଦିବ୍ୟ ଅଟେ ।'

ସୂଚନା ଅନୁସାରେ, ଘଟଣା ନେଇ ପୂର୍ବରୁ ଜାତୀୟ ମହିଳା ଆୟୋଗ(NCW) ହସ୍ତକ୍ଷେପ କରିଥିଲେ । ଚେନ୍ନାଇ ପୋଲିସକୁ ଅଭିନେତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଚେନ୍ନାଇର ଥାଉଜେଣ୍ଡ ପୋଲିସ୍ ଷ୍ଟେସନରେ ଧାରା ୩୫୪ A ଏବଂ ୫୦୯ B ଅନୁଯାୟୀ ମନସୁର ଅଲ୍ଲୀ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଡିଜିପି ଶଙ୍କର ଜିୱାଲଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ମନସୁର ଅଲି ଖାନଙ୍କ ବିବାଦୀୟ ମନ୍ତବ୍ୟ କ’ଣ ଥିଲା ?

ତ୍ରିଶା କ୍ରିଷ୍ଣନଙ୍କ ବିଷୟରେ ମନସୁର ଅଲ୍ଲୀ ଖାନ କହିଥିଲେ ଯେ, "ଯେତେବେଳେ ମୁଁ ଶୁଣିଲି ଯେ ମୁଁ ତ୍ରିଶାଙ୍କ ସହ ଅଭିନୟ କରୁଛି, ସେତେବେଳେ ମୁଁ ଭାବିଲି ଯେ ଫିଲ୍ମରେ ଏକ ବେଡରୁମ ସିନ ବି ରହିବ । ମୁଁ ଭାବିଲି ଯେ ମୁଁ ତାଙ୍କୁ ସେହିଭଳି ବେଡରୁମକୁ ନେଇପାରିବି । ଯେପରି ମୁଁ ମୋର ପୂର୍ବ ଚଳଚ୍ଚିତ୍ରରେ ଅନ୍ୟ ଅଭିନେତ୍ରୀମାନଙ୍କ ସହ କରୁଥିଲି । ମୁଁ ଅନେକ ଚଳଚ୍ଚିତ୍ରରେ ଏଭଳି ଅନେକ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ କିଛି ନୂଆ ନୁହେଁ, କିନ୍ତୁ ହେଲେ ନିର୍ଦ୍ଦେଶକ ମୋତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।"

ଏହା ମଧ୍ୟ ପଢନ୍ତୁ:ତ୍ରିଶାଙ୍କୁ ସମର୍ଥନ କଲେ ଚିରଞ୍ଜୀବୀ, କ୍ଷମା ମାଗିବାକୁ ମନା କଲେ ମନସୁର

ଏହାର ଭିଡିଓ ଭାଇରାଲ ପରେ ତ୍ରିଶା ଏହାକୁ ନେଇ ଦୃଢ ନିନ୍ଦା କରିଥିଲେ । ପରେ ଲିଓ ନିର୍ଦ୍ଦେଶକ ଲୋକେଶ କନଗରାଜ, ଚିରଞ୍ଜୀବୀଙ୍କ ପରି ଅନେକ ସାଉଥ୍‌ ସେଲିବ୍ରିଟି, ଜାତୀୟ ମହିଳା ଆୟୋଗ(NCW) ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA) ଘଟଣାକୁ ନେଇ ନିନ୍ଦା କରିଥିଲେ । ଏପରିକି ସାଉଥ ଭାରତୀୟ କଳାକାର ସଂଘ (SIAA) ଅଭିନେତାଙ୍କୁ ନିଷେଧାଦେଶ ମଧ୍ୟ ଜାରି କରିଥିଲେ ।

Last Updated : Nov 24, 2023, 4:09 PM IST

ABOUT THE AUTHOR

...view details