ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ 'ଆନିମଲ'ରେ ଇଣ୍ଟିମେଟ୍ ସିନ ଦେଇ ରାତାରାତି ବେଶ ଲୋକପ୍ରିୟ ତାରକା ହୋଇଛନ୍ତି ତ୍ରିପ୍ତୀ ଡିମ୍ରି । ଏହି ଫିଲ୍ମ ପରେ ସେ ଏବେ 'ନ୍ୟାସନାଲ କ୍ରସ୍' ସାଜି ରଶ୍ମିକା ମନ୍ଦାନାଙ୍କୁ ପଛରେ ପକାଇଛନ୍ତି । ଏଥିସହ ସେ ବର୍ତ୍ତମାନ IMDbର ଲୋକପ୍ରିୟ ଇଣ୍ଡିଆନ୍ ସେଲିବ୍ରିଟି ତାଲିକାରେ ତ୍ରିପ୍ତୀ ଶୀର୍ଷରେ ରହିଛନ୍ତି । କେବଳ ଏତିକି ନୁହେଁ ଲୋକପ୍ରିୟତା ସହ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ବେଶ ଫୋଲର୍ସ ବଢିଯାଇଛନ୍ତି ।
IMDb ଲୋକପ୍ରିୟ ଇଣ୍ଟରନେଟ୍ ଚଳଚ୍ଚିତ୍ର ଡାଟାବେସ୍, ଲୋକପ୍ରିୟ ଭାରତୀୟ ସେଲିବ୍ରିଟିମାନଙ୍କୁ ନେଇ ଏହାର ଲାଟେଷ୍ଟ୍ ସାପ୍ତାହିକ ଲୋକପ୍ରିୟ ସେଲିବ୍ରିଟିଙ୍କ ତାଲିକା ଅପଡେଟ୍ ସେୟାର କରିଛି । ଏହି ତାଲିକାରେ ତ୍ରିପ୍ତୀ ଡିମ୍ରି ପ୍ରଥମ ସ୍ଥାନରେ ରହିଥିବା ବେଳେ 'ଆନିମଲ' ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ସୁହାନା ଖାନ ୭ ନମ୍ବରରେ ଏବଂ ତାଙ୍କ ଆର୍କିଜ୍ ସହ-ତାରକା ଖୁସୀ କପୁର ଅଷ୍ଟମ ସ୍ଥାନରେ ରହିଛନ୍ତି । ଏଥିସହ ଆନିମଲରେ ବବି ଦେଓଲଙ୍କ ଭାଇ ଭୂମିକାରେ ଅଭିନୟ କରିଥିବା ତାରକା ସୌରଭ ସଚ୍ଚଦେବ ୯ମ ସ୍ଥାନରେ ରହିଛନ୍ତି । ଏହା ସହ କେଜିଏଫ୍ ତାରକା ୟଶ ୩୯ ତମ ସ୍ଥାନରେ ଅଛନ୍ତି ।
ତ୍ରିପ୍ତୀ ଡିମ୍ରି 'ଆନିମଲ' ଫିଲ୍ମରେ ଜୋୟା ନାମକ ଯୁବତୀଙ୍କ ଏକ ଛୋଟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଏହା ଦର୍ଶାଯାଇଛି ଯେ ରଣବୀର କପୁର ବିବାହିତ ଥିଲେ ମଧ୍ୟ ଜୋୟାଙ୍କ ସହ ସମ୍ପର୍କ ଗଢ଼ିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଫିଲ୍ମରେ ଉଭୟଙ୍କ ଇଣ୍ଟିମେଟ ସିନ ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ଏହି ଅଭିନୟ ଇଣ୍ଟରନେଟରେ ନିଆଁ ଲଗାଇବା ସହ ଅଭିନେତ୍ରୀଙ୍କୁ ଲାଇମଲାଇଟକୁ ଆଣିଛି । ଏବଂ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫ୍ୟାନ ଫୋଲର୍ସଙ୍କ ସଂଖ୍ୟା ମଧ୍ୟ ବଢିଯାଇଛି । ପୂର୍ବେ ତ୍ରିପ୍ତୀଙ୍କ ଇନଷ୍ଟାଗ୍ରାମରେ ୭୧୧ ହଜାର ଫୋଲର୍ସ ଥିବା ବେଳେ ବର୍ତ୍ତମାନ ତାଙ୍କର ୩.୬ ମିଲିୟନ ଫୋଲର୍ସ ହୋଇଗଲେଣି ।
ଏହା ମଧ୍ୟ ପଢନ୍ତୁ:ରଣବୀର ପରେ ବିକି କୌଶଲଙ୍କ ସହ ରୋମାନ୍ସ କରିବେ ତ୍ରିପ୍ତୀ, ଫିଲ୍ମ ସୁଟିଂର ଫଟୋ ଭାଇରାଲ
ସେପଟେ ଇଣ୍ଟିମେଟ ସିନ ଦେଇ ରାତାରାତି ଚର୍ଚ୍ଚିତ ଷ୍ଟାର ବନିଥିବା ତ୍ରିପ୍ତୀଙ୍କ ଏହି ସିନ ଦେଖି ତାଙ୍କ ପିତାମାତାଙ୍କ ପ୍ରତିକ୍ରିୟା ବିଷୟରେ କହିଛନ୍ତି । ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, 'ମୋର ପିତାମାତା ଟିକେ ଆଶ୍ଚର୍ଯ୍ୟ ହୋଇଥିଲେ । ଇଣ୍ଟିମେଟ ସିନ ଦେଖିବା ପରେ ସେ କହିଥିଲେ ଯେ, 'ଆମେ ଫିଲ୍ମରେ ଏହିପରି କିଛି ଦେଖିନାହୁଁ ଏବଂ ତୁମେ ଏହା କରିଛ। ତୁମେ ତାହା କରିବା ଉଚିତ୍ ନୁହେଁ। ପିତାମାତା ଭାବରେ ଆମେ ଅନୁଭବ କରୁଛୁ ।' ପରେ ମୁଁ ତାଙ୍କୁ କହିଥିଲି ଯେ ମୁଁ କିଛି ଭୁଲ୍ କରୁନାହିଁ । ଏହା ମୋର କାମ ଏବଂ ଯେପର୍ଯ୍ୟନ୍ତ ମୁଁ ସୁରକ୍ଷିତ ଅଛି, ମୁଁ ଏଥିରେ କୌଣସି ଅସୁବିଧା ଦେଖୁନାହିଁ । ମୁଁ ଜଣେ ଅଭିନେତ୍ରୀ ଏବଂ ମୁଁ ଯେଉଁ ଚରିତ୍ରରେ ଅଭିନୟ କରେ ସେଥିପାଇଁ ମୋତେ ସଚ୍ଚୋଟ ହେବାକୁ ପଡ଼ିବ ଏବଂ ମୁଁ ମଧ୍ୟ ସେହିପରି କଲି । ସିନ ଦେଖିବା ପରେ ସେମାନଙ୍କୁ ସ୍ବଭାବିକ ହେବାକୁ ଟିକେ ସମୟ ଲାଗିଥିଲା ।