ଓଡିଶା

odisha

ETV Bharat / entertainment

Liger Box Office Collection Day 1, ରିଲିଜ୍‌ର ପ୍ରଥମ ଦିନରୁ ବେପାର ମାନ୍ଦା - ବିଜୟ ଦେବରାକୋଣ୍ଡା

ବକ୍ସ ଅଫିସରେ ଲାଲ ସିଂ ଚଢାଙ୍କ ଫ୍ଲପ୍‌ ହେବା ପରେ ଦର୍ଶକ ଲାଇଗରଙ୍କ ଠାରୁ ବହୁତ ଆଶା ରଖିଥିଲେ। ଏଭଳି ପରିସ୍ଥିତିରେ ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ବ୍ଲକବଷ୍ଟର ହେବାର ଆଶା ଉପରେ ଏବେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

Liger Box Office Collection Day 1, ରିଲିଜ୍‌ର ପ୍ରଥମ ଦିନରୁ ବେପାର ମାନ୍ଦା
Liger Box Office Collection Day 1, ରିଲିଜ୍‌ର ପ୍ରଥମ ଦିନରୁ ବେପାର ମାନ୍ଦା

By

Published : Aug 26, 2022, 1:28 PM IST

ହାଇଦ୍ରାବାଦ: ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ 'ଲାଇଗର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି । ଏହା ଏକ ପ୍ୟାନ୍‌ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ହିନ୍ଦୀ ଏବଂ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ବକ୍ସ ଅଫିସ୍ ନମ୍ବର ମଧ୍ୟ ସାମ୍ନାକୁ ଆସିସାରିଛି । ବକ୍ସ ଅଫିସରେ ଲାଲ ସିଂ ଚଢାଙ୍କ ଫ୍ଲପ୍‌ ହେବା ପରେ ଦର୍ଶକ ଲାଇଗରଙ୍କ ଠାରୁ ବହୁତ ଆଶା ରଖିଥିଲେ । ଏଭଳି ପରିସ୍ଥିତିରେ ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ବ୍ଲକବଷ୍ଟର ହେବାର ଆଶା ଉପରେ ଏବେ ପ୍ରଶ୍ନ ଉଠିଛି ।

କିପରି ଥିଲା ଲାଇଗରର ରୋଜଗାର ?

ଫିଲ୍ମ 'ଲାଇଗର୍'ରୁ ଆଶା କରାଯାଉଥିଲା ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ କମାଲ କରିବ । ବିଜୟ ଦେବରାକୋଣ୍ଡାଙ୍କ ଲୋକପ୍ରିୟତାକୁ ଦେଖି ମଧ୍ୟ ବିଶ୍ୱାସ କରାଯାଉଥିଲା ଯେ ଏହି ଚଳଚ୍ଚିତ୍ର ସାରା ଭାରତରେ ନୂଆ ରେକର୍ଡ ସୃଷ୍ଟି କରିବ । ମାତ୍ର ଏହି ଆଶାରେ ହିଁ ରହିଗଲା । ପ୍ରଥମ ଦିନରୁ ହିଁ ଫିଲ୍ମର ବେପାର ମାନ୍ଦା ହେବାର ଲାଗିଲାଣି । ଏହି ଫିଲ୍ମ ୨୫୦୦ ପରଦାରେ ରିଲିଜ୍ ହୋଇଛି ।

ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଛି । ଏପଟେ ଦର୍ଶକ ଏହାକୁ ଏକ ନେଗେଟିଭ୍‌ ପ୍ରତିକ୍ରିୟା ଦେଇଛନ୍ତି । ଏହି ମିଶ୍ରିତ ପ୍ରତିକ୍ରିୟା ହେତୁ ଫିଲ୍ମର ବକ୍ସ ଅଫିସ୍ ନମ୍ବର ପ୍ରଭାବିତ ହେବାକୁ ବାଧ୍ୟ । ତେବେ କେହି ଫିଲ୍ମକୁ ପସନ୍ଦ କରୁଛନ୍ତି ତ ଆଉ କେହି ଫିଲ୍ମର କାହାଣୀକୁ ଏବଂ ସ୍କ୍ରିନ୍ ପ୍ଲେକୁ ଖରାପ ମଧ୍ୟ କହୁଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମଟି ସମସ୍ତ ଭାଷାରେ ୨୧ ରୁ ୨୩ କୋଟି ଟଙ୍କା କଲେକ୍ସନ କରିଛି । ଏହାପୂର୍ବରୁ ୨-୨୯ କୋଟି ଟଙ୍କା ଆଶା କରାଯାଉଥିଲା । କୁହାଯାଉଛି ଯେ ଫିଲ୍ମର ତେଲୁଗୁ ସଂସ୍କରଣ ସର୍ବାଧିକ ଲାଭ କରିଛି ।

ଏହିପରି ଥିଲା ଆଡଭାନ୍ସ ବୁକିଂ

ଫିଲ୍ମ 'ଲାଇଗର'ର ହିନ୍ଦୀ ସଂସ୍କରଣ କିଛି କାରଣରୁ ବିଳମ୍ବରେ ମୁକ୍ତିଲାଭ କରିଥିଲା । ଏହାର ଭଲ ପ୍ରମୋସନ ହେତୁ ଏହା ଭଲ ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ, 'ଲାଇଗର' ଜାତୀୟ ସିନେମା ଚେନରେ ଶୁକ୍ରବାର ପାଇଁ ୧୬ ହଜାର ଟିକେଟ୍ ବିକ୍ରି କରିଛି । ଏଥିସହିତ ଉଦ୍‌ଘାଟନୀ ଦିନ ପାଇଁ ଏକ କୋଟିରୁ କମ୍ ଆଡଭାନ୍ସ ବୁକିଂ ହୋଇଥିଲା । ଫିଲ୍ମର ହିନ୍ଦୀ ସଂସ୍କରଣର ଅଗ୍ରୀମ ବୁକିଂ ୮୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ବିଦେଶରେ ମଧ୍ୟ ଠିକ୍‌ଠାକ୍‌ ଓପନିଂ ଥିଲା । ଏଭଳି ପରିସ୍ଥିତିରେ, ଲାଇଗର ଏକ ହିଟ୍ ବୋଲି ପ୍ରମାଣ କରିବାକୁ ସମର୍ଥ ହେବେ କି ନାହିଁ ତାହା କହିବା ବର୍ତ୍ତମାନ କଷ୍ଟକର ।

ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ 'ଲାଇଗର୍' ଏକ ସ୍ପୋର୍ଟସ୍ ଆକ୍ସନ୍ ଚଳଚ୍ଚିତ୍ର । ଏଥିରେ ବିଜୟ ଦେବରାକୋଣ୍ଡା ଜଣେ ବକ୍ସର ଭୂମିକାରେ ଅଭିନୟ କରିଥିଲେ । ଅନନ୍ୟା ପାଣ୍ଡେ ବିଜୟଙ୍କ ଗର୍ଲଫ୍ରେଣ୍ଡ ତାନିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସହିତ ବିଜୟ ଦେବରାକୋଣ୍ଡା ନିଜର ବଲିଉଡରେ ଡେବ୍ୟୁ କରିଛନ୍ତି ।

ABOUT THE AUTHOR

...view details