ହାଇଦ୍ରାବାଦ:ତେଲେଙ୍ଗାନାର ଟପ୍ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ (Prathyusha Garimella found dead) ଆଜି ସନ୍ଦେହଜନକ ମୃତ୍ୟୁ ଘଟିଛି । ବଞ୍ଜାରା ହିଲ୍ସଠାରେ ଥିବା ତାଙ୍କ ବାସଭବନରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ ବାସଭବନରୁ ପୋଲିସ କାର୍ବନ ମନୋକ୍ସାଇଡ ସିଲିଣ୍ଡର ଉଦ୍ଧାର କରିଛି ।
ବଲିଉଡ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ
ଦକ୍ଷିଣ ଭାରତର ଲୋକପ୍ରିୟ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ । ଅଧିକ ପଢନ୍ତୁ
ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ସର୍କଲ ଇନିସପେକ୍ଟର କହିଛନ୍ତି । ପ୍ରତ୍ୟୁଷା ନିଜ ଉଦ୍ୟମ ବେଳେ ଦେଶର ଜଣେ ଟପ୍ ଡିଜାଇନର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ 'The label' ନାମରେ ଏକ ଷ୍ଟୋର ଆରମ୍ଭ କରିଥିବା ବେଳେ ଏଠାରେ ନିଜ ଡିଜାଇନର ଡ୍ରେସକୁ ସ୍ଥାନ ଦିଅନ୍ତି । ସେ ୨୦୧୩ ମସିହାରେ ଏହି ଷ୍ଟୋରକୁ ସ୍ଥାପିତ କରିଥିଲେ । ଅନେକ ବଲିଉଡ଼ ସେଲିବ୍ରିଟି ତାଙ୍କ ଡିଜାଇନର ଡ୍ରେସ ପିନ୍ଧିଥାନ୍ତି ।
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ପରିଣୀତି ଚୋପ୍ରା, ମାଧୁରୀ ଦିକ୍ସିତ, କାଜୋଲ ଦେବଗନ, ବିଦ୍ୟା ବାଲାନ, ରବୀନ ଟଣ୍ଡନ, ନେହା ଧୁପିଆ ତାଙ୍କ ଡିଜାଇନର ଡ୍ରେସ ପିନ୍ଧିଥିବା ବେଳେ ଦେଶର ଲୋକପ୍ରିୟ ୱମେନ୍ସ ଡିଜାଇନରଙ୍କ ମଧ୍ୟ ତାଙ୍କ ନାଁ ସ୍ଥାନ ପାଉଥିଲା ।