ଓଡିଶା

odisha

ETV Bharat / entertainment

ଆରପାରିରେ ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ, ଶୋକରେ ବୁଡିଲା ଟଲିଉଡ୍‌ ଇଣ୍ଡଷ୍ଟ୍ରି - ଟଲିଉଡର ନିର୍ମାତା

ଟଲିଉଡ୍‌ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟଲିଉଡର ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ (Gorantla Rajendra Prasad) ଙ୍କ ଦେହାନ୍ତ ହୋଇଛି। ଅଧିକ ପଢନ୍ତୁ

ଆରପାରିରେ ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ, ଶୋକରେ ବୁଡିଲା ଟଲିଉଡ୍‌ ଇଣ୍ଡଷ୍ଟ୍ରି
ଆରପାରିରେ ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ, ଶୋକରେ ବୁଡିଲା ଟଲିଉଡ୍‌ ଇଣ୍ଡଷ୍ଟ୍ରି

By

Published : Jul 8, 2022, 10:41 PM IST

ହାଇଦ୍ରାବାଦ:ଟଲିଉଡ୍‌ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟଲିଉଡର ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ (Gorantla Rajendra Prasad) ଙ୍କ ଦେହାନ୍ତ ହୋଇଛି। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ହଠାତ୍‌ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା ଟଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ ଜଣେ ଲୋକପ୍ରିୟ ନିର୍ମାତା ଥିଲେ ଏବଂ ରାଣା ଦଗ୍ଗୁବତୀଙ୍କ ଦାଦା ଡି ରାମନାଇଡୁଙ୍କ ସହ ଅନେକ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ। ସେ ୧୯୬୩ ମସିହାରେ ଫିଲ୍ମ ‘ରାମୁଡୁ ଭୀମୁଡୁ’ ସହିତ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ତାଙ୍କର ପ୍ରଥମ ପ୍ରଡକ୍ସନ ଭେଞ୍ଚର ଥିଲା । ଏହା ସହିତ ସେ 'ମାଧବୀ ପିକଚର୍ସ' ଆରମ୍ଭ କରିଥିଲେ ଏବଂ ବ୍ଲକବଷ୍ଟର ହିଟ୍ ଥିଲା । ତାଙ୍କର କେତେକ ସୁପରହିଟ୍ ତେଲୁଗୁ ଚଳଚ୍ଚିତ୍ରରେ 'ଦୋରାବାବୁ', 'ଲକ୍ଷ୍ମୀ', 'କୁରୁକ୍ଷେତ୍ର' ଏବଂ 'ପ୍ଲେୟାର୍' ସହିତ 'ANR', 'ମଞ୍ଜୁଲା' ଅନ୍ତର୍ଭୁକ୍ତ । ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ନିର୍ମିତ ଅଧିକାଂଶ ଚଳଚ୍ଚିତ୍ର ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି।

ଶୋକରେ ବୁଡିଲା ଇଣ୍ଡଷ୍ଟ୍ରି

ଏହାର ଗୋଟିଏ ଦିନ ପୂର୍ବରୁ ଲୋକପ୍ରିୟ ସମ୍ପାଦକ ଗୌତମ ରାଜୁ (Gautam Raju) ଙ୍କ ମୃତ୍ୟୁ ଖବର ଟଲିଉଡ ଇଣ୍ଡଷ୍ଟ୍ରିରୁ ଆସିଥିଲା ​​ଯାହା ଇଣ୍ଡଷ୍ଟ୍ରିର ଲୋକଙ୍କୁ ଚକିତ କରି ଦେଇଥିଲା। 68 ବର୍ଷୀୟ ସମ୍ପାଦକ ହାଇଦ୍ରାବାଦରେ କିଡନୀ ସମ୍ବନ୍ଧୀୟ ରୋଗ ପାଇଁ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଏହି କଠିନ ସମୟରେ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details