ଓଡିଶା

odisha

ETV Bharat / entertainment

'ବ୍ଲୁ-ମିଙ୍ଗ' ଅର୍ଗାଞ୍ଜା ଶାଢୀରେ ତମନ୍ନା ଭାଟିଆ, ପ୍ରଶଂସକଙ୍କ ପ୍ରତିକ୍ରିୟା 'ବିଜୟ ବର୍ମା ତୋ ଗିୟୋ' - Tollywood Actress Tamannaah Bhatia

ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ନିଜ ଶାଢୀ ଲୁକକୁ ନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏନେଇ ପ୍ରଶଂସକ ଲାଇକ କରିବା ସହ ତମନ୍ନା ଏବଂ ବିଜୟ ଭର୍ମାଙ୍କୁ ଏନେଇ ଟ୍ରୋଲ କରିଥିବାର ନଜର ଆସିଛି। ଅଧିକ ପଢନ୍ତୁ,

'ବ୍ଲୁ-ମିଙ୍ଗ' ଅର୍ଗାନଜା ଶାଢୀରେ ତମନ୍ନା ଭାଟିଆ
'ବ୍ଲୁ-ମିଙ୍ଗ' ଅର୍ଗାନଜା ଶାଢୀରେ ତମନ୍ନା ଭାଟିଆ

By

Published : Mar 5, 2023, 6:57 PM IST

ହାଇଦ୍ରାବାଦ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିଆ 'ବ୍ଲୁ-ମିଙ୍ଗ୍‌' ଅର୍ଗାଞ୍ଜା ଶାଢୀ ଲୁକରେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ୟୁଜର୍ସ ଲାଇକ୍‌ କରିବା ସହ ବିଜୟ ବର୍ମାଙ୍କ ସହ ତାଙ୍କ ଗୁଜବ ରୋମାନ୍ସକୁ ନେଇ ଥଟ୍ଟା କରିଥିବା ଦେଖା ଯାଇଛି । ପ୍ରସିଦ୍ଧ ଫିଲ୍ମ କରଣ ଅର୍ଜୁନର ସଂଳାପକୁ ନେଇ ମଜାଳିଆ ଭାବେ ଲଭ୍‌ବାର୍ଡ ତମନ୍ନା ଏବଂ ବିଜୟଙ୍କୁ ଟ୍ରୋଲ୍‌ କରିଥିଲେ ।

ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିଆ ଏକ ଅଳଙ୍କାର ବ୍ରାଣ୍ଡ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଗତକାଲି ଆନ୍ଧ୍ରପ୍ରଦେଶରେ ଥିବା ଏହି ଅଭିନେତ୍ରୀ ଏକ କାର୍ଯ୍ୟକ୍ରମ ପାଇଁ ଚେନ୍ନାଇକୁ ଯାତ୍ରା କରିଛନ୍ତି । ପ୍ରମୋସନାଲ ଇଭେଣ୍ଟରୁ ତାଙ୍କର ଚମତ୍କାର ଲୁକ୍ ନେଇ ତମନ୍ନା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଓ ଭିଡିଓ ସେୟାର କରିଥିଲେ ଏବଂ ତାଙ୍କ ଏହି ଫଟୋକୁ ଅନେକ ପସନ୍ଦ କରିବା ସହ ମନ୍ତବ୍ୟ ଦେଇଛନ୍ତି ।

ସୂଚନା ଅନୁସାରେ, ତମନ୍ନାଙ୍କ ସର୍ବଶେଷ ଲୁକକୁ ସେଲିବ୍ରିଟି ଷ୍ଟାଇଲିଷ୍ଟ ଶାଲିନା ନାଥାନି ପ୍ରସ୍ତୁତ କରିଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ବ୍ଲୁ-ମିଙ୍ଗ, ତା’ପରେ ଫୁଲ ଇମୋଜି । ତମନ୍ନା ଫଟୋଗୁଡିକ ସେୟାର କରିବାର କିଛି ସମୟ ପରେ, ଫ୍ୟାନ୍ସମାନେ ତାଙ୍କୁ ଅନେକ ମନ୍ତବ୍ୟ ଦେଇଛନ୍ତି । ଅନେକ ପ୍ରଶଂସକ ହାର୍ଟ ଇମୋଜି ଦେଇ ଲାଇକ୍‌ କରିବା ସହ ଅନ୍ୟ ଜଣେ ବିଜୟ ବର୍ମାଙ୍କ ସହ ତାଙ୍କ ଗୁଜବ ରୋମାନ୍ସକୁ ନେଇ ଥଟ୍ଟା କରିଥିଲେ । ପ୍ରସିଦ୍ଧ ଫିଲ୍ମ କରଣ ଅର୍ଜୁନର ସଂଳାପ "ଠାକୁର ତୋ ଗିୟୋ"କୁ ଟ୍ବିଟ୍ କରି ଜଣେ ଲେଖିଛନ୍ତି, ବିଜୟ ବର୍ମା ତୋ ଗିୟୋ ।

ସୂଚନା ଥାଉ କି, ଗତ ଡିସେମ୍ବରରେ ଗୋଆର ଏକ ରେଷ୍ଟୁରାଣ୍ଟରୁ ଚୁମ୍ବନ ଭିଡିଓ ଭାଇରାଲ ହେବା ପରେ ତମନ୍ନା ଏବଂ ବିଜୟ ଡେଟିଂ ଗୁଜବ ସୃଷ୍ଟି କରିଥିଲେ । ଏହାପୂର୍ବରୁ ଉଭୟ ଲଭବର୍ଡ ମୁମ୍ବାଇରେ ଏକ ମ୍ୟୁଜିକ୍ କନ୍ସର୍ଟରେ ମଧ୍ୟ ଏକାଠି ନଜର ଆସିଥିଲେ । ନେଟଫ୍ଲିକ୍ସର ବହୁ ପ୍ରତୀକ୍ଷିତ ଆନ୍ଥୋଲୋଜି ଲଷ୍ଟ ଷ୍ଟୋରୀ-2 ରେ ସୁଜୟ ଘୋଷଙ୍କ ସେଗମେଣ୍ଟରେ ତମନ୍ନା ଏବଂ ବିଜୟ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ ।

ସୂଚନା ଅନୁସାରେ, ତମନ୍ନା ତାମିଲ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ କାମ କରି ବେଶ ଲୋକପ୍ରିୟତା ଦାସଲ କରିଛନ୍ତି । ସେ 2005ରେ ଚାନ୍ଦସା ରୋଶନ ଚେହେରା ହିନ୍ଦୀ ଫିଲ୍ମ, ତେଲୁଗୁ ଫିଲ୍ମ ଶ୍ରୀ'ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ପରେ 2006ରେ ତାମିଲ ଫିଲ୍ମ କେଡି, 2007ରେ ତେଲୁଗୁ ଫିଲ୍ମ ହେଫି ଡେ, 2008ରେ ରେଡି, 2009ରେ ତାମିଲ ଫିଲ୍ମ ଅୟାନ, କାଣ୍ଡେନ କାଢଲାଇ, 2010ରେ ସିରୁଥାଇ, ସୁରା, 2011ରେ ତେଲୁଗୁ ଫିଲ୍ମ ବଦ୍ରିନାଥ, 2012ରେ ରିବେଲ, 2013ରେ ହିନ୍ଦୀ ଫିଲ୍ମ ହିମତବାଲା, 2015ରେ ବାହୁବଳୀ, 2019ରେ ହିନ୍ଦୀ ଫିଲ୍ମ ଖାମୋସି, 2022ରେ ବବଲି ବାଉନସର, ପ୍ଲାନ ଏ ଏବଂ ପ୍ଲାନ ବି ଭଳି ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ପାରିଛନ୍ତି ।

ABOUT THE AUTHOR

...view details