ହାଇଦ୍ରାବାଦ:ଲ୍ୟାଣ୍ଡଫଲ କଲା ସାଇକ୍ଲୋନିକ୍ ଝଡ଼ 'ମିଗଜୋମ' । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପ୍ଟଲା ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଏହା ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି । ସହରରେ ବର୍ଷା ବିତ୍ପାତ ହୋଇଛି । ଏପର୍ଯ୍ଯନ୍ତ ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିବା ବେଳେ ସବୁଆଡେ ପାଣି ଜମି ବହୁ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତରେ ସାଉଥ ଲୋକପ୍ରିୟ ଅଭିନେତା ସୂରିୟା ଏବଂ କାର୍ତ୍ତି ଲୋକଙ୍କ ସାହାଯ୍ୟର ହାତ ବଢାଇଛନ୍ତି ।
ଚେନ୍ନାଇର ଲୋକଙ୍କୁ ସାହାଯ୍ୟ କରିବାରେ ସୂରିୟା ଏବଂ କାର୍ତ୍ତି ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଜଣାପଡିଛି । ଏହି ଟଙ୍କା ଅଭିନେତାମାନଙ୍କ ଫ୍ୟାନ୍ କ୍ଲବ୍ ମାଧ୍ୟମରେ ବଣ୍ଟନ କରାଯିବ । ବାଣିଜ୍ୟ ବିଶେଷଜ୍ଞ ମନୋବାଲା ବିଜୟବାଲାନ ଏହି ସୂଚନା ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଚେନ୍ନାଇ, କାଞ୍ଚିପୁରାମ, ଚୈଙ୍ଗଲପାଟ୍ଟୁ ଏବଂ ଥିରୁଭାଲ୍ଲୁରର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ପାଇଁ ସୂରିୟା ଏବଂ କାର୍ତ୍ତି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସୂଚନା ଥାଉ କି, ଏହା ପ୍ରଥମ ଘଟଣା ନୁହେଁ ଯେ ଉଭୟ ଭାଇ ଏପରି ସାହାଯ୍ୟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିଛନ୍ତି । 2018 ମସିହାରେ ଉଭୟ ଭାଇ କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିଲେ ।