ଓଡିଶା

odisha

ETV Bharat / entertainment

'ମାଷ୍ଟର ବ୍ଲାଷ୍ଟର'ରେ କାଷ୍ଟ ହୋଇନାହାନ୍ତି ଟାଇଗର, ଇନ୍‌ଷ୍ଟା ଷ୍ଟୋରୀରେ ସ୍ପଷ୍ଟ କଲେ ଅଭିନେତା - ସଞ୍ଜୟ ଦତ୍ତ ଫିଲ୍ମ ମାଷ୍ଟର ବ୍ଲାଷ୍ଟର

ଟାଇଗର ଶ୍ରଫ ତାଙ୍କର ଆଗାମୀ ଫିଲ୍ମ 'ଗଣପତ୍‌' ପାଇଁ ଆଜିକାଲି ଚର୍ଚ୍ଚାରେ ଥିବାବେଳେ ନିକଟରେ ତାଙ୍କ ନାମ ଆକ୍ସନ-କମେଡି ଫିଲ୍ମ 'ମାଷ୍ଟର ବ୍ଲାଷ୍ଟର' ସହିତ ମଧ୍ୟ ଯୋଡାଯାଇଛି । ତେବେ ବର୍ତ୍ତମାନ ଟାଇଗର ଶ୍ରଫ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ସେ ଫିଲ୍ମର ଏକ ଅଂଶ କି ନୁହେଁ ତାହା କହିଛନ୍ତି । ଅଧିକ ପଢ଼ନ୍ତୁ

ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫ
ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫ

By ETV Bharat Odisha Team

Published : Sep 25, 2023, 12:34 PM IST

ମୁମ୍ବାଇ: ଟାଇଗର ଶ୍ରଫ, ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏମିତି ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ, ଯିଏ ଆକ୍ସନ୍ କରିବାରେ ଓସ୍ତାଦ ଅଟନ୍ତି । ଏମିତି କି, ଯେତେବେଳେ ବି କୌଣସି ଆକ୍ସନ୍ କିମ୍ବା ରୋମାଣ୍ଟିକ୍ ଫିଲ୍ମ କରିବା କଥା ଆସେ, ତାଙ୍କ ନାମ ଫିଲ୍ମ ସହିତ ଜଡିତ ଥାଏ । ଅଭିନେତା ତାଙ୍କର ଆଗାମୀ ଆକ୍ସନ୍ ଫିଲ୍ମ 'ଗଣପତ୍‌' ପାଇଁ ଆଜିକାଲି ଚର୍ଚ୍ଚାରେ ଥିବାବେଳେ ନିକଟରେ ତାଙ୍କ ନାମ ଫିରୋଜ ନାଦିଆଡୱାଲାଙ୍କ ଆକ୍ସନ-କମେଡି ଫିଲ୍ମ 'ମାଷ୍ଟର ବ୍ଲାଷ୍ଟର' ସହିତ ମଧ୍ୟ ଜଡିତ କରାଯାଇଥିଲା । ତେବେ ବର୍ତ୍ତମାନ ଟାଇଗର ଶ୍ରଫ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ସେ ଫିଲ୍ମର ଏକ ଅଂଶ କି ନୁହେଁ ତାହା କହିଛନ୍ତି।

‘ହେରା ଫେରି', 'ଫିର ହେରା ଫେରି', 'ଆୱାରା ପାଗଲ ଦିୱାନା' ଏବଂ 'ଓ୍ବେଲକମ' ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଫିରୋଜ ନାଦିଆଡୱାଲା ଖୁବ୍ ଶୀଘ୍ର ଏକ ଆକ୍ସନ୍-କମେଡି ଫିଲ୍ମ ସହିତ ଦର୍ଶକଙ୍କ ନିକଟକୁ ଫେରୁଛନ୍ତି । ଏହି ଚଳଚ୍ଚିତ୍ର ଉପରେ କାମ ଆରମ୍ଭ ହୋଇଛି ଏବଂ ଏହି ପ୍ରୋଜେକ୍ଟକୁ ନେଇ ଏନେକ ଗୁଜବ ମଧ୍ୟ ସୃଷ୍ଟି ହୋଇଛି । ବାସ୍ତବରେ, କିଛି ରିପୋର୍ଟ ଦାବି କରୁଛି ଯେ ଫିରୋଜ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମାଷ୍ଟର ବ୍ଲାଷ୍ଟର'ରେ ଦୁଇଜଣ ବଲିଉଡ୍‌ ଅଭିନେତାଙ୍କୁ କାଷ୍ଟ କରିଛନ୍ତି । ଖବର ଅନୁଯାୟୀ ସଞ୍ଜୟ ଦତ୍ତ ଏବଂ ଟାଇଗର ଶ୍ରଫଙ୍କ ଯୋଡ଼ି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: Ganapath: ଗଣେଶ ଚତୁର୍ଥୀରେ 'ଗଣପଥ'ର ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ଏହି ଖବର ଦର୍ଶକଙ୍କୁ ବହୁତ ଉତ୍ସାହିତ କରିଥିଲା ​​ଏବଂ ସେମାନେ ସମସ୍ତେ 'ମାଷ୍ଟର ବ୍ଲାଷ୍ଟର'ରେ ଏହି ଯୋଡ଼ି ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କିନ୍ତୁ ଏହି ରିପୋର୍ଟଗୁଡ଼ିକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟାଇଗର ଶ୍ରଫ ଏପରି କିଛି କହିଛନ୍ତି ଯାହା ସମସ୍ତଙ୍କ ଉତ୍ସାହକୁ ନିରାଶରେ ପରିଣତ କରିଛି । ଇଣ୍ଟରନେଟରେ ଏହି ଖବର ରହିଛି ଯେ ଫିରୋଜ ନାଦିଆଡୱାଲାଙ୍କ ଆଗାମୀ ଚଳଚ୍ଚିତ୍ର 'ମାଷ୍ଟର ବ୍ଲାଷ୍ଟର'ରେ ଟାଇଗର ଶ୍ରଫ ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। କିନ୍ତୁ ଅଭିନେତା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ।

ଟାଇଗର ଶ୍ରଫ ତାଙ୍କୁ ନେଇ ଆସିଥିବା ରିପୋର୍ଟକୁ ନେଇ ଇନ୍‌ଷ୍ଟା ଆକାଉଣ୍ଟରେ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, 'ମୁଁ ଗୁଜବ ଶୁଣୁଛି ଏବଂ କିଛି ଟ୍ୱିଟ୍ ଏବଂ ପୋଷ୍ଟ ଦେଖିଛି ଯାହା ମୁତାବକ ମୋତେ ଏକ ଫିଲ୍ମରେ କାଷ୍ଟ କରାଯାଉଛି... ଇଣ୍ଡଷ୍ଟ୍ରିର ଏଭଳି ବରିଷ୍ଠ ଦିଗ୍ଗଜଙ୍କ ସହ କାମ କରିବା ମୋ ପାଇଁ ଗୌରବର ବିଷୟ, କିନ୍ତୁ ବର୍ତ୍ତମାନ ପାଇଁ ଏହି ଖବରଟି ସତ୍ୟ ନୁହେଁ । ଯଦିଓ, ଅଭିନେତା ଏହି ପୋଷ୍ଟରେ କୌଣସି ଚଳଚ୍ଚିତ୍ରର ନାମ ନେଇ ନାହାଁନ୍ତି, କିନ୍ତୁ ନେଟିଜେନ୍ସ ଟାଇଗରଙ୍କ ସୂଚନାକୁ ସ୍ପଷ୍ଟ ଭାବରେ ବୁଝୁଛନ୍ତି ଯେ ସେ 'ମାଷ୍ଟର ବ୍ଲାଷ୍ଟର' ବିଷୟରେ କହୁଛନ୍ତି ।'

ଆପଣଙ୍କୁ କହିରଖୁଛୁ, ନିର୍ମାତା ଫିରୋଜ ନାଦିଆଡୱାଲାଙ୍କ କମେଡି-ଆକ୍ସନ୍ ମ୍ୟୁଜିକାଲ୍ ଫିଲ୍ମ 'ମାଷ୍ଟର ବ୍ଲାଷ୍ଟର' ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ଅଛି । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ । ଏହି ଚଳଚ୍ଚିତ୍ରଟି ସୁଟିଂ ହଂକଂ, ମକାଉ ଏବଂ ଚାଇନାରେ ହେବ । ହିନ୍ଦୀ ସିନେମା ଇତିହାସରେ ପ୍ରଥମ ଥର ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଟେକ୍ନୋଲୋଜି ମଧ୍ୟ ବ୍ୟବହୃତ ହେବ । ଯାହାକି ପୂର୍ବରୁ ଅନ୍ୟ କେଉଁ ସିନେମାରେ ଦେଖିବାକୁ ମିଳିନାହିଁ ।

ABOUT THE AUTHOR

...view details