ହାଇଦ୍ରାବାଦ: ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରବି ତେଜା ତାଙ୍କ କ୍ୟାରିଅରରେ 30 ବର୍ଷରୁ ଅଧିକ ଚଳଚ୍ଚିତ୍ର ଦେଇଛନ୍ତି । ଯାହା ଗୋଟିଏ ପରେ ଗୋଟିଏ ହିଟ୍ ହୋଇଛି । ରବି ତେଜାଙ୍କ ହିଟ୍ ଚଳଚ୍ଚିତ୍ର ହିନ୍ଦୀ ଦର୍ଶକଙ୍କ ମନକୁ ବେଶ ଛୁଇଁଥାଏ । ଏହିପରି ଅଭିନେତାଙ୍କ ଅନେକ ହିନ୍ଦୀ ଫ୍ୟାନ୍ସ ରହିଛନ୍ତି । ତେବେ ବର୍ତ୍ତମାନ ରବି ତେଜାଙ୍କ କ୍ୟାରିଅରରେ ପ୍ରଥମ ଥର ପାଇଁ ତାଙ୍କର ପ୍ରଥମ ପାନ ଇଣ୍ଡିଆ ଫିଲ୍ମ 'ଟାଇଗର ନାଗେଶ୍ୱରା ରାଓ' ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବ । ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଟିଜର ତେଲୁଗୁ ଏବଂ ହିନ୍ଦୀରେ ମଧ୍ୟ ମୁକ୍ତିଲାଭ କରିଛି ।
ସୋସିଆଲ ମିଡିଆରେ ଫିଲ୍ମର ଟିଜର ରିଲିଜ ହୋଇଛି । ଏଥିରେ ଅନୁପମ୍ ଖେରଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରୁ ମୁକ୍ତିଲାଭ କରିଥିବା ଟିଜରରେ କେବଳ ରବି ତେଜାଙ୍କ 'ଟାଇଗର ନାଗେଶ୍ୱର ରାଓ' ଚରିତ୍ରରେ ନଜର ଆସିଛନ୍ତି । ଯାହା ଦମଦାର ରହିଛି । 1.22 ମିନିଟର ଟିଜରରେ ରବି ତେଜାଙ୍କ ଦମଦାର ଆକ୍ସନ କରୁଥିବାର ଝଲକ ଦେଖିବାକୁ ମିଳିଥିବା ବେଳେ ମନୋଜ ଯୋଶୀ ଏବଂ ଅନୁପମ ଖେରଙ୍କ ଭୂମିକାର ଝଲକ ବି ଦେଖିବାକୁ ମିଳୁଛି । ଏହି ଫିଲ୍ମରେ ଅନୁପମ ମୁର୍ଲି ଯୋଶୀ ଭୂମିକାରେ ନଜର ଆସିଛନ୍ତି । ଏହି ଟିଜରକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।