ଓଡିଶା

odisha

ETV Bharat / entertainment

Koffee With Karan: ଦୀପିକାଙ୍କ ପୂର୍ବରୁ ଅନୁଷ୍କାଙ୍କ ପାଇଁ ରଣଭୀର କହିଥିଲେ ସମାନ କଥା, କମେଣ୍ଟ ବର୍ଷା କଲେ ୟୁଜର୍ସ - ଅନୁଷ୍କା ଶର୍ମା

କଫି ୱିଥ କରଣ ଶୋ'ରେ ରଣଭୀର ସିଂ ଦୀପିକାଙ୍କ ସହ ପ୍ରଥମ ଦେଖାର ସ୍ମୃତି ବଖାଣିଥିଲେ । ଦୀପିକାଙ୍କ ପୂର୍ବରୁ ଅନୁଷ୍କାଙ୍କ ପାଇଁ ବି ସମାନ ଶୋ'ରେ ସମାନ କଥା କହିଥିଲେ ଅଭିନେତା । ଯାହାର ଭିଡିଓ ଭାଇରାଲ ପରେ ୟୁଜର୍ସ ରଣଭୀରଙ୍କୁ ଟ୍ରୋଲ କରିଛନ୍ତି । ଅଧିକ ପଢନ୍ତୁ

ଦୀପିକାଙ୍କ ପୂର୍ବରୁ ଅନୁଷ୍କାଙ୍କ ପାଇଁ ରଣଭୀର କହିଥିଲେ ସମାନ କଥା, ଭିଡିଓ ଭାଇରାଲ ପରେ ୟୁଜର୍ସ ଦେଲେ ଏମିତି କମେଣ୍ଟ
ଦୀପିକାଙ୍କ ପୂର୍ବରୁ ଅନୁଷ୍କାଙ୍କ ପାଇଁ ରଣଭୀର କହିଥିଲେ ସମାନ କଥା, ଭିଡିଓ ଭାଇରାଲ ପରେ ୟୁଜର୍ସ ଦେଲେ ଏମିତି କମେଣ୍ଟ

By ETV Bharat Odisha Team

Published : Oct 27, 2023, 1:17 PM IST

ହାଇଦ୍ରାବାଦ:କଫି ୱିଥ କରଣ ସିଜନ ୮ର ପ୍ରଥମ ଏପିସୋଡ ରିଲିଜ ହୋଇଛି । ଏଥିରେ ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ନଜର ଆସିଛନ୍ତି । ଏହି ସମୟରେ ଦୀପିକା ରଣଭୀର ନିଜ ବ୍ୟକ୍ତିଗତ ଜୀବନୀର ଅନେକ ଖୁଲାସା କରଛନ୍ତି । ପ୍ରଥମ ଦେଖା ଠାରୁ ଆରମ୍ଭ କରି ବିବାହ ଜୀବନୀ କିପରି ରହିଛି । ତାହାର ସ୍ମୃତି ବଖାଣିଛନ୍ତି । ଦୀପିକାଙ୍କ ନେଇ କହିଥିବା ପ୍ରଥମ ଦେଖାର କାହାଣୀ ସେ ପୂର୍ବରୁ ଅନୁଷ୍କାଙ୍କ ପାଇଁ କହିଥିବା ଜଣାପଡିଛି । ଅନୁଷ୍କା ଏବଂ ରଣଭୀର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି । ଯାହା ପରେ ଟ୍ରୋଲର ଶିକାର ହୋଇଛନ୍ତି ରଣଭୀର ।

ରଣଭୀର ସିଂ କଫି ୱିଥ କରଣ ଶୋ'ରେ କହିଥିଲେ ଯେ, ଦୀପିକାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଭର୍ସୋଭା ସ୍ଥିତ ସଞ୍ଜୟ ଲୀଲା ବଂଶାଲୀଙ୍କ ଘରେ ହୋଇଥିଲା । ରଣଭୀର କହିଛନ୍ତି ଯେ ଯେତେବେଳେ ସେ ରାମ-ଲୀଲାଙ୍କ ସ୍କ୍ରିପ୍ଟ ପଢିବା ପାଇଁ ବଂଶାଲୀଙ୍କ ଘରକୁ ଯାଇଥିଲେ, ସେତେବେଳେ ସେ ଦୀପିକାଙ୍କୁ ହ୍ବାଇଟ ଆଉଟଫିଟରେ ଦେଖିଥିଲେ । ତେବେ ଭାଇରାଲ ହେଉଥିବା ଏକ ଭିଡିଓରେ ସମାନ ଶୋ'ରେ ସମାନ କଥା ଅନୁଷ୍କାଙ୍କ ପାଇଁ କହୁଥିବା ନଜର ଆସିଛନ୍ତି ।

ପୂର୍ବରୁ ରଣଭୀର ଅନୁଷ୍କାଙ୍କ ସହ କଫି ୱିଥ କରଣ ଶୋ' ସିଜନ ୩ରେ ନଜର ଆସିଥିଲେ । ସେହି ଏପିସୋଡର ଏକ ଛୋଟ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରଣଭୀର କହିଛନ୍ତି ଯେ ଅନୁଷ୍କାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ୟଶ ରାଜ ଫିଲ୍ମସ୍ ଅଫିସରେ ହୋଇଥିଲା । ଏହା ଭାଇରାଲ ପରେ ୟୁଜର୍ସ ରଣଭୀରଙ୍କୁ ଖୁବ ଟ୍ରୋଲ କରିଛନ୍ତି । ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ରଣଭୀର ଭାଇ ଟିକିଓ ତ ସ୍କ୍ରିପ୍ଟ ପରିବର୍ତ୍ତନ କର । ଅନୁଷ୍କାଙ୍କ ଅଙ୍ଗଭଙ୍ଗୀ ଦେଖିଲେ ଲାଗୁଛି ଯେ, ଏହା ଫାଲତୁ କଥା ଅଟେ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ରଣଭୀର ସିଂ ଆମ ଜେନେରେସନର ଷ୍ଟୋରୀ ରାଇଟର ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ:୫ ବର୍ଷ ପରେ ଦୀପିକା-ରଣଭୀର ବିବାହର ଦେଖାଇଲେ ଝଲକ, ଏମିତି ଚାଲିଛି ବିବାହ ଜୀବନ

2011 ମସିହାରେ, ରଣଭୀର ଏବଂ ଅନୁଷ୍କା ଡେଟିଂ କରୁଥିବା ଶୁଣିବାକୁ ମିଳିଥିଲା ଏବଂ ତୃତୀୟ ସିଜନରେ କରଣଙ୍କ ସହ କଫିରେ ଏକାଠି ନଜର ଆସିଥିଲେ । ସେମାନେ ବ୍ୟାଣ୍ଡ ବାଜା ବାରାତ୍, ଲେଡିଜ୍ ବନାମ ରିକି ବାହଲ୍, ଏବଂ ଦିଲ୍ ଧଡକନେ ଦୋ ଭଳି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ । ପ୍ରକାଶ ଥାଉକି, ଅନୁଷ୍କାଙ୍କ ସହ ସାକ୍ଷାତ ହେବାର ଏକ ବର୍ଷ ପରେ ରଣଭୀର ଦୀପିକାଙ୍କୁ ଡେଟ କରିବା ଆରମ୍ଭ କଲେ ଏବଂ ଗୋଲିୟୋଁ କି ରାସଲୀଲା ରାମ-ଲୀଲା ସମୟରେ ଉଭୟଙ୍କ ସମ୍ପର୍କ ନିବିଡ ହୋଇଥିଲା । ଶେଷରେ ଏହି ଦମ୍ପତି 2018ରେ ବିବାହ କରିଥିଲେ ।

ABOUT THE AUTHOR

...view details