ଓଡିଶା

odisha

By

Published : May 24, 2023, 11:25 AM IST

ETV Bharat / entertainment

Aditya Singh Rajput: ଭାଇରାଲ ହେଉଛି ଆଦିତ୍ୟଙ୍କ ଶେଷ ପୋଷ୍ଟ

ଫିଲ୍ମ 'ଗନ୍ଦି ବାତ' ଏବଂ ସ୍ପ୍ଲିଟଭିଲ୍ଲା ଫେମ ଅଭିନେତା ତଥା ମଡେଲ ଆଦିତ୍ୟ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି । ଏହି ସମୟରେ, ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା ସେ ମୃତ୍ୟୁର କିଛି ପୂର୍ବରୁ ଅପଲୋଡ୍ କରିଥିଲେ । ଅଧିକ ପଢନ୍ତୁ

ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ ପୋଷ୍ଟ କରିଥିବା ଭିଡିଓ ଭାଇରାଲ
ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ ପୋଷ୍ଟ କରିଥିବା ଭିଡିଓ ଭାଇରାଲ

ମୁମ୍ବାଇ: ଅଭିନେତା ତଥା ମଡେଲ ଆଦିତ୍ୟ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁରେ ସମଗ୍ର ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଚକିତ କରିଛି । ଗତ ସୋମବାର ବାଥରୁମରେ ସ୍ପ୍ଲିଟଭିଲ୍ଲା ଫେମ ଅଭିନେତା ଆଦିତ୍ୟଙ୍କ ମୃତଦେହ ମିଳିଥିଲା ​​। ତାଙ୍କ ମୃତ୍ୟୁର କାରଣ ଡ୍ରଗ୍ସ ସେବନ ବୋଲି କୁହାଯାଉଛି । ତେବେ ଏହାରି ମଧ୍ୟରେ ଆଦିତ୍ୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସେ ଏକ ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଆଦିତ୍ୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେପଟେ ତାଙ୍କ ମୃତ୍ୟୁକୁ ସାଙ୍ଗ, ପରିବାର ସମେତ ଫ୍ୟାନ୍ସ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଆଦିତ୍ୟଙ୍କ ମୃତ୍ୟୁର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆଦିତ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ରିଲ୍ ସେୟାର କରିଥିଲେ। ଯାହାର କ୍ୟାପସନରେ ସେ ଲେଖିଛନ୍ତି 'ତୁମ ଅନୁଯାୟୀ ସୁଖ କ’ଣ'। ଏହା ପରେ ସେ ଭିଡିଓରେ କହୁଛନ୍ତି ଯେ 'ସୁଖ କ’ଣ, ସୁଖ ହେଉଛି ମା’ଙ୍କ ହାତରୁ ଖାଦ୍ୟ ଖାଇବା, କୁକୁର ସହିତ ଖେଳିବା, ତୁମର ସର୍ବୋତ୍ତମ ବନ୍ଧୁଙ୍କ ସହ ସମୟ ବିତାଇବା, ଟଙ୍କା ପାଇବା ମଧ୍ୟ ଏକ ପ୍ରକାର ସୁଖ'। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛୋଟ ଛୋଟ ଜିନିଷରେ ଖୁସି ଖୋଜିବା । ହଁ ଟଙ୍କା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସୁଖ ଏବଂ ଶାନ୍ତି ରହିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, କଣ ଆପଣମାନେ ରାଜି ? ତେବେ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

ସୂଚନା ଥାଉ କି, ଆଦିତ୍ୟ ସିଂ ରାଜପୁତ ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ତାଙ୍କ ଆପାର୍ଟମେଣ୍ଟର ୱାଶରୁମରେ ଅଭିନେତାଙ୍କ ମୃତଦେହ ମିଳିଥିଲା । ତାଙ୍କ ବନ୍ଧୁ ତାଙ୍କୁ ବାଥରୁମ ଘରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଯାହା ପରେ ସେ ବିଲ୍ଡିଂର ସୁରକ୍ଷା କର୍ମୀଙ୍କ ସହଯୋଗରେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ।

ଅତ୍ୟଧିକ ନିଶା ସେବନ ହେତୁ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରିଛି । ମୃତ୍ୟୁବେଳକୁ ଆଦିତ୍ୟଙ୍କୁ ମାତ୍ର 32 ବର୍ଷ ବୟସ ହୋଇଥିଲା । ଆଦିତ୍ୟ ସିଂ ରାଜପୁତ ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତା ଥିଲେ । ସେ ଅନେକ ବର୍ଷ ଧରି ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ। ସେ ଟେଲିଭିଜନ ସିରିଏଲ ରାଜପୁତାନା, ଲଭ୍, ଆଶିକ୍କି, କୋଡ୍ ରେଡ୍, ଆୱାଜ୍ ଏବଂ ସ୍ପ୍ଲିଟଭିଲ୍ଲାର ସିଜନ -9 ଏବଂ ଗନ୍ଦିବାତରେ ଅଭିନୟ କରିଛନ୍ତି । ଗନ୍ଦିବାତ ଏବଂ ସ୍ପ୍ଲିଟଭିଲ୍ଲା ଏହି ଦୁଇଟି ସିରିଏଲ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଅନ୍ୟପକ୍ଷରେ, ଯଦି ଆମେ ଚଳଚ୍ଚିତ୍ର ବିଷୟରେ କଥା ହେବା, ତେବେ ଆଦିତ୍ୟ ମମ ଆଣ୍ଡ ଡାଡ, ଲଭର୍ସ ଭଳି ଫିଲ୍ମରେ କାମ କରିଛନ୍ତି । ଏଥି ସହିତ ଆଦିତ୍ୟ କାଷ୍ଟିଂ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ABOUT THE AUTHOR

...view details