ଓଡିଶା

odisha

ETV Bharat / entertainment

Cannes 2023: 'ଏନାଟୋମି ଅଫ୍ ଏ ଫଲ୍'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ - ଏନାଟୋମି ଅଫ୍ ଏ ଫଲ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

76ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଏବଂ ହଲିଉଡ ତାରକାଙ୍କ ସମେତ ସାରା ବିଶ୍ୱରୁ ତାରକାମାନେ ଯୋଗ ଦେଇଥିଲେ। ଏଠାରେ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତ୍ରୀ-ଅଭିନେତ୍ରୀ, ନିର୍ଦ୍ଦେଶକ, ଜୁରି ସମ୍ମାନିତ କରାଯାଇଛି । କେଉଁ ବର୍ଗରେ କିଏ ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି, ଜାଣନ୍ତୁ

Cannes 2023: 'ଏନାଟୋମି ଅଫ୍ ଏ ଫଲ୍'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ
Cannes 2023: 'ଏନାଟୋମି ଅଫ୍ ଏ ଫଲ୍'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

By

Published : May 28, 2023, 7:55 PM IST

ମୁମ୍ବାଇ:ବିଶ୍ୱରସର୍ବୋତ୍ତମ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ଅନ୍ୟତମ । ଏଥିରେ ସମଗ୍ର ବିଶ୍ୱର ଜଣାଶୁଣା ତାରକାମାନେ ସାମିଲ ହୋଇଥାଆନ୍ତି । ଏବଂ ନିଜ ଲୁକ୍ସରେ ରେଡ୍‌ କାର୍ପେଟ୍‌ରେ ଜଲୱା ଦେଖାଇଥାଆନ୍ତି । ମନୋନୀତ ଫିଲ୍ମ ଏହି ଇଭେଣ୍ଟରେ ପ୍ରଦର୍ଶିତ ମଧ୍ୟ ହୋଇଥାଏ । ଏଥି ସହିତ, ଏହି ଇଭେଣ୍ଟରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା-ଅଭିନେତ୍ରୀ, ନିର୍ଦ୍ଦେଶକ ଏବଂ ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରିର ଅନ୍ୟ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥାଏ । 76ତମ କାନ୍ସ ଫେଷ୍ଟିଭାଲ ମେ' 16ରୁ ଆରମ୍ଭ ହୋଇ ମେ' 27ରେ ଶେଷ ହୋଇଛି । ଏହା ସହିତ କାନ୍ସର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ, ଜଷ୍ଟିନ୍ ଟ୍ରିଟଙ୍କ ଫ୍ରେଞ୍ଚ୍‌ କୋର୍ଟରୁମ୍ ଥ୍ରୀଲର 'ଏନାଟୋମି ଅଫ୍ ଫଲ୍' 76ତମ କାନ୍ସ ଅନ୍ତଃର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପାଲ୍ମେ ଡିଅର୍ ଆୱାର୍ଡ ପାଇଛି । କାନ୍ସର ସର୍ବୋଚ୍ଚ ସମ୍ମାନ ହାସଲ କରିଥିବା ଟ୍ରିଟ୍ ହେଉଛନ୍ତି ତୃତୀୟ ମହିଳା ନିର୍ଦ୍ଦେଶକ ଯାହାଙ୍କ ନିର୍ଦ୍ଦେଶିତ ଫିଲ୍ମକୁ କାନ୍ସରେ ଆୱାର୍ଡ ପାଇଛି । 1993ରେ ଜେନ୍‌ କେମ୍ପିଅନ୍ ପ୍ରଥମ ମହିଳା ଭାବରେ ପାଲ୍ମେ ଡିଅର୍ ଆୱାର୍ଡ ପାଇଥିଲେ।

ସେହିପରି ଶ୍ରେଷ୍ଠ ଅଭିନେତା ବର୍ଗରେ ଜାପାନ ଅଭିନେତା କୋଜି ୟାକୁଶୋ କାନ୍ସ ଫେଷ୍ଟିଭାଲରେ ଆୱାର୍ଡ ପାଇଛନ୍ତି । ବିମ୍ ୱେଣ୍ଡର୍ସଙ୍କ ଚଳଚ୍ଚିତ୍ର 'ପରଫେକ୍ଟ ଡେଜ୍'ରେ ପାଇଁ ସେ ଏହି ଆୱାର୍ଡ ପାଇଛନ୍ତି । ଯେଉଁଥିରେ ସେ ଟଏଲେଟ୍ କ୍ଲିନର୍ ଭୂମିକାରେ ଅଭିନୟ କରିଥିଲେ । ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ନୁରୀ ବିଲଗେ ସିଲାନଙ୍କ ତୁର୍କୀ ନାଟକ 'About Dry Grass'ର ତାରକା ମର୍ଭ ଡିଜଦାରଙ୍କୁ ପ୍ରଦାନ କରାଯାଇଛି । ଆୱାର୍ଡ ପାଇ ଡିଜଦାର କହିଛନ୍ତି, "ମୁଁ ଏହି ଆୱାର୍ଡକୁ ସମସ୍ତ ମହିଳାଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି, ଯେଉଁମାନେ କଠିନ ସମୟରେ ସଂଘର୍ଷ କରି ଏହି ଦୁନିଆରେ ନିଜକୁ ପ୍ରମାଣିତ କରିଛନ୍ତି ।"

ସେପଟେ ଏହି ଫିଲ୍ମ ଫେଷ୍ଟିଭାଲରେ ଅନେକ ବଲିଉଡ ତାରକା ଡେବ୍ୟୁ କରିଥିଲେ । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା, ଅଭିନେତ୍ରୀ ଇଶା ଗୁପ୍ତା, ଅଭିନେତ୍ରୀ ସାରା ଅଲି ଖାନ, ଅଭିନେତ୍ରୀ ସନ୍ନି ଲିଏନି, ଅଭିନେତ୍ରୀ ଅଦିତି ରାଓ, ଅଭିନେତ୍ରୀ ମୌନି ରୟ ଡେବ୍ୟୁ କରିଥିଲେ । ସେହିପରି ସବୁବର୍ଷ ପରି ଚଳିତବର୍ଷ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ଏବଂ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ରେଡ୍‌ କାର୍ପେଟରେ ନିଜ ଜଲୱା ଦେଖାଇଥିଲେ । ସମସ୍ତ ତାରକା ନିଜ ବିୟୁଟିରେ ଦର୍ଶକଙ୍କୁ ଦିୱାନା କରିଥିଲେ ।

ABOUT THE AUTHOR

...view details