ଓଡିଶା

odisha

ETV Bharat / entertainment

କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ନେଇ ଟ୍ରୋଲ ହେଲେ ରଣଭୀର, ଜାଣନ୍ତୁ ସତ କଣ ? - ରଣଭୀର ସିଂଙ୍କ କାର ମାମଲା

ରଣଭୀର ସିଂଙ୍କ କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ହୋଇଛି ବୋଲି ଦାବି କେତେ ସତ୍ୟ ? ଏହାର ପ୍ରମାଣ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ରଣଭୀର ସିଂଙ୍କୁ ବଦନାମ କରିଥିବା ୟୁଜର୍ସ ମାଗିଲେ କ୍ଷମା, ଡିଲିଟ କଲେ ଟ୍ବିଟ୍‌
ରଣଭୀର ସିଂଙ୍କୁ ବଦନାମ କରିଥିବା ୟୁଜର୍ସ ମାଗିଲେ କ୍ଷମା, ଡିଲିଟ କଲେ ଟ୍ବିଟ୍‌

By

Published : Oct 19, 2022, 1:36 PM IST

ମୁମ୍ବାଇ:ନ୍ୟୁଡ୍‌ ଫଟୋସୁଟ ମାମଲା ପରେ ବଲିଉଡ ଅଭିନେତା ରଣଭୀର ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ​​କି, ରଣଭୀର ସିଂ ମୁମ୍ବାଇ ରାସ୍ତାରେ ବିନା ଇନ୍‌ସୁରାନ୍ସରେ କାର ଚଳାଉଥିଲେ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା । ସମସ୍ତେ ଅଭିନେତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

ରଣଭୀର ସିଂ କାର୍‌

ରଣଭୀର ସିଂଙ୍କ ଉପରେ ଏହି ଅଭିଯୋଗ

ଫ୍ୟାସନ ବ୍ୟତୀତ ରଣଭୀର ସିଂ ମଧ୍ୟ ଯାନବାହନକୁ ବହୁତ ଭଲ ପାଆନ୍ତି । ତାଙ୍କ କାର କଲେକ୍ସନରେ ମର୍ସିଡିଜ୍ ଠାରୁ ଆରମ୍ଭ କରି ଲମ୍ବୋର୍ଗିନି, ଜାଗୁଆର, ଅଡି ଏବଂ ଲ୍ୟାଣ୍ଡ ରୋଭର ପର୍ଯ୍ୟନ୍ତ ଅନେକ ବିଳାସପୂର୍ଣ୍ଣ କାର ଅନ୍ତର୍ଭୁକ୍ତ ରହିଛି । ନିକଟରେ ଅଭିନେତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ଆଷ୍ଟନ୍ ମାର୍ଟିନ୍ କାରରେ ଥିଲେ । 3.9 କୋଟି ମୂଲ୍ୟର ଏହି କାର ବିମାନବନ୍ଦରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ସେହି କାର୍‌କୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ, ତାଙ୍କ କାରରେ ଥିବା ନମ୍ବର ପ୍ଲେଟ ଅନୁଯାୟୀ ତାଙ୍କ କାରର ଇନ୍‌ସୁରାନ୍ସ ବର୍ଷେ ପୂର୍ବରୁ ଶେଷ ହୋଇସାରିଛି । ଏହି ୟୁଜର୍ସ ରଣଭୀରଙ୍କ କାରର ଡିଟେଲ୍ସ ସେୟାର କରିବା ସହିତ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରିଥିଲେ । ମୁମ୍ବାଇ ପୋଲିସ ମଧ୍ୟ ୟୁଜର୍ସଙ୍କୁ ଉତ୍ତର ଦେଇ ଲେଖିଛନ୍ତି, ସେମାନେ ଟ୍ରାଫିକ ପୋଲିସକୁ ସୂଚନା ଦେଇଛନ୍ତି ।

ଏହା ହେଉଛି ସତ୍ୟ

ପ୍ରମାଣ ସେୟାର କଲେ ରଣଭୀର ସିଂଙ୍କ ଟିମ୍‌

ଯେତେବେଳେ ଏହି ଖବରର ଯାଞ୍ଚ ହେଲା, ସେତେବେଳେ ଜଣା ପଡିଲା କି ରଣଭୀର ସିଂଙ୍କ କାର ଇନ୍‌ସୁରାନ୍ସ ଶେଷ ହେବା କଥା ମିଛ । ଏହାପରେ ଅଭିନେତାଙ୍କ ପ୍ରଶଂସକମାନେ ସୂଚନା ପାଇବା ମାତ୍ରେ ଟ୍ରାଫିକ୍ ପୋଲିସ୍ ନିକଟରେ ଅଭିଯୋଗ କରିଥିବା ୟୁଜର୍ସଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ନ୍ୟୁଜ୍ ଏଜେନ୍ସି IANS ର ଖବର ଅନୁଯାୟୀ, ରଣଭୀରଙ୍କୁ ବଦନାମ କରିଥିବା ୟୁଜର୍ସ ପରେ ତାଙ୍କ ଟ୍ୱିଟ୍ ଡିଲିଟ କରିଛନ୍ତି ଏବଂ ମାଇକ୍ରୋ ବ୍ଲଗିଂ ସାଇଟରେ ଅଭିନେତାଙ୍କୁ କ୍ଷମା ମାଗିଛନ୍ତି ।

ABOUT THE AUTHOR

...view details