ଓଡିଶା

odisha

ଓସ୍କାର ଦୌଡ଼ରେ ସାମିଲ ହେବ '12th Fail' ଫିଲ୍ମ ! ଏହି ଦିନ ହେବ ରିଲିଜ

By ETV Bharat Odisha Team

Published : Oct 26, 2023, 8:37 AM IST

ବଲିଉଡ ଅଭିନେତା ବିକ୍ରାନ୍ତ ମାସିଙ୍କ ଫିଲ୍ମ 12th ଫେଲ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ସମୟରେ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଆଗାମୀ ଏକାଡେମୀ ପୁରସ୍କାର ଅର୍ଥାତ୍ ଓସ୍କାର 2024 ଦୌଡ଼ରେ ସାମିଲ ହେବ ଫିଲ୍ମ । ଅଧିକ ପଢନ୍ତୁ

ଓସ୍କାର ଦୌଡ଼ରେ ସାମିଲ ହେବ '12th Fail' ଫିଲ୍ମ, ଏହି ଦିନ ହେବ ରିଲିଜ
ଓସ୍କାର ଦୌଡ଼ରେ ସାମିଲ ହେବ '12th Fail' ଫିଲ୍ମ, ଏହି ଦିନ ହେବ ରିଲିଜ

ହାଇଦ୍ରାବାଦ: ବଲିଉଡ ଅଭିନେତା ବିକ୍ରାନ୍ତ ମାସିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର '12th ଫେଲ' ୨୭ ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି । ଏକ ସତ୍ୟ କାହାଣୀ ଉପରେ ଆଧାରିତ '12th ଫେଲ' ରିଲିଜ୍ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ଓସ୍କାର ଦୌଡ଼ରେ ଫିଲ୍ମକୁ ସାମିଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫିଲ୍ମର ନିର୍ମାତା । ଏନେଇ ସେ ଜଣାଇଛନ୍ତି ।

ରିଲିଜ୍ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଏବଂ ଭୋପାଳରେ ନିର୍ମାତାମାନେ '12th ଫେଲ' ର ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରିଥିଲେ । ବିଶେଷ କରି ଭୋପାଳରେ ସ୍କ୍ରିନିଂ ସମୟରେ 200 ଛାତ୍ର ସେମାନଙ୍କ ପିତାମାତାଙ୍କ ସହ ବିକ୍ରାନ୍ତ ମାସିଙ୍କ ଫିଲ୍ମ '12th ଫେଲ' ଦେଖିଥିଲେ । ଫିଲ୍ମ ଦେଖିବା ପରେ ସମସ୍ତେ ପସନ୍ଦ କରିଥିବା ବେଳେ ଫିଲ୍ମର ସମୀକ୍ଷା ଭଲ ରହିଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଚଳଚ୍ଚିତ୍ରର ନିର୍ମାତାମାନେ ବିଶ୍ବର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର ଶୋ 'ଓସ୍କାର 2024' ରେ '12th ଫେଲ' ସାମିଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରିପୋର୍ଟ ଅନୁସାରେ, ଏକ ସାକ୍ଷାତକାରରେ ଫିଲ୍ମର ନିର୍ମାତା ଓସ୍କାର ଦୌଡରେ ସାମିଲ କରିବାକୁ ଚାହୁଁଥିବା କହିଛନ୍ତି ।

ଅନୁରାଗ ପାଠକଙ୍କ ଲିଖିତ ସମାନ ନାମର ସବୁଠାରୁ ଅଧିକ ବିକ୍ରି ହୋଇଥିବା ଉପନ୍ୟାସ ଉପରେ ଆଧାର କରି 12th ଫେଲ, ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଯୋଶୀଙ୍କ ଦମଦାର ଯାତ୍ରା ଉପରେ ପ୍ରସ୍ତୁତ ଅଟେ। ଏହି ଚଳଚ୍ଚିତ୍ରଟି UPSC ପାଇଁ ପ୍ରସ୍ତୁତ ହେଉଥିବା UPSC ଛାତ୍ରମାନଙ୍କ ଜୀବନ, ​​ସେମାନଙ୍କର ଧୌର୍ଯ୍ୟ, କଠିନ ପରିଶ୍ରମ, ମନୋଭାବ ଏବଂ ବନ୍ଧୁତା ଉପରେ ଆଧାରିତ ।

ଏହା ମଧ୍ୟ ପଢନ୍ତୁ:ଦମଦାର ଟିଜର ରିଲିଜ, IAS ହେବାର ସ୍ବପ୍ନକୁ ଉତ୍ସାହିତ କରିବ ଫିଲ୍ମ

12th ଫେଲ ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏବଂ ଜି ଷ୍ଟୁଡିଓ ଦ୍ବାରା ନିର୍ମିତ । ଏହି ଚଳଚ୍ଚିତ୍ରଟି 27 ଅକ୍ଟୋବର 2023ରେ ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ହିନ୍ଦୀ ସହିତ ଫିଲ୍ମ ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ମଧ୍ୟ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ବିକ୍ରାନ୍ତ ମାସି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ବ୍ୟତିତ ସଞ୍ଜୟ ବିଷ୍ଣୁ, ହରିଶ ଖନ୍ନା ଏବଂ ସୁକୁମାର ଟୁଡୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ABOUT THE AUTHOR

...view details