ଓଡିଶା

odisha

By ETV Bharat Odisha Team

Published : Dec 7, 2023, 2:11 PM IST

ETV Bharat / entertainment

ନେଟଫ୍ଲିକ୍ସରେ ରିଲିଜ ହେଲା 'ଦ ଆର୍ଚିସ', ଷ୍ଟାର୍‌ କିଡ୍ସଙ୍କୁ ଶୁଭକାମନା ଜଣାଇଲେ ବୋନି କପୁର-ବିଗ ବି'

ଆଜି ଡିସେମ୍ବର ୭ରେ ଓଟିଟିରେ ରିଲିଜ ହେଲା 'ଦ ଆର୍ଚିସ' । ଏହି ଫିଲ୍ମ ସହ ସୁହାନା ଖାନ, ଖୁସୀ କପୁର ଏବଂ ଅଗସ୍ତ୍ୟା ନନ୍ଦା ବଲିଉଡରେ ଡେବ୍ୟୁ କରିଛନ୍ତି । ଏହାରି ମଧ୍ୟରେ ଷ୍ଟାର କିଡ୍ସଙ୍କୁ ଶୁଭକାମନା ଜଣାଇଛନ୍ତି ବୋନି କପୁର, ଅମିତାଭ ବଚ୍ଚନ ସମେତ ଅନେକ ତାରକା । ଅଧିକ ପଢନ୍ତୁ

ନେଟଫ୍ଲିକ୍ସରେ ରିଲିଜ ହେଲା 'ଦ ଆର୍ଚିସ' , ଷ୍ଟାର କିଡ୍ସଙ୍କୁ ଶୁଭକାମନା ଜଣାଇଲେ ବୋନି କପୁର-ବିଗ ବି
ନେଟଫ୍ଲିକ୍ସରେ ରିଲିଜ ହେଲା 'ଦ ଆର୍ଚିସ' , ଷ୍ଟାର କିଡ୍ସଙ୍କୁ ଶୁଭକାମନା ଜଣାଇଲେ ବୋନି କପୁର-ବିଗ ବି

ହାଇଦ୍ରାବାଦ:ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା, ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ବୋନି କପୁରଙ୍କ ଝିଅ ଖୁସୀ କପୁର ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଷ୍ଟାର କିଡ୍ସ ଫିଲ୍ମ 'ଦ ଆର୍ଚିସ' ସହ ବି-ଟାଉନରେ ଏଣ୍ଟ୍ରି କରିଛନ୍ତି । ଏହି ଫିଲ୍ମ ଆଜି ଡିସେମ୍ବର ୭ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ନିଜ ନିଜ ଷ୍ଟାର କିଡ୍ସଙ୍କ ସହ ଫିଲ୍ମର ପୁରା କାଷ୍ଟକୁ ଶୁଭକାମନା ଜଣାଇଛନ୍ତି ବୋନି କପୁର, ଅମିତାଭ ବଚ୍ଚନ ସମେତ ଅନେକ ତାରକା ।

ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ଅଗସ୍ତ୍ୟା ନନ୍ଦା ହେଉଛନ୍ତି ବଚ୍ଚନ ପରିବାରର ତୃତୀୟ ପିଢି, ଯିଏକି ହିନ୍ଦୀ ସିନେମାରେ ଅଭିନେତା ଭାବରେ ନଜର ଆସିଛନ୍ତି । ଏନେଇ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନାତି ଅଗସ୍ତ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଗ୍ ବି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଅଗସ୍ତ୍ୟା ନନ୍ଦଙ୍କୁ ଏକାଠି ପୋଜ ଦେଉଥିବା ଦେଖିବାକୁ ମିଳିଛି । କ୍ୟାପସନରେ ବିଗ୍ ବି ଲେଖିଛନ୍ତି, 'ଅଗସ୍ତ୍ୟା ତୁମକୁ ବହୁତ ଭଲପାଇବା । ସବୁବେଳେ ଚମକୁଥାଉ ।'

ସେହିପରି ଖୁସୀ କପୁରଙ୍କ ବାପା ବୋନି କପୁର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ଦ ଆର୍ଚିସ' ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ, 'ଦ ଆର୍ଚିସ' ପୁରା କାଷ୍ଟକୁ ଗୋଟିଏ ଫେମରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ବୋନି ଲେଖିଛନ୍ତି- "ଏହି ଚଳଚ୍ଚିତ୍ର ଦେଖିବା ପରେ ମୋର ସ୍କୁଲ ଦିନ ମନେ ପଡିଗଲା, ଯେତେବେଳେ ଆର୍ଚିସ କୋମିକ୍ସ ପ୍ରତି ଯୁବକଙ୍କ ପ୍ରିୟ ବୋଲି ବିବେଚନା କରାଯାଉଥିଲା । ଜୋୟା ଅଖତରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ତୁମକୁ ଅତୀତକୁ ନେଇଯାଏ । ପ୍ରତ୍ୟେକ ଷ୍ଟାର କାଷ୍ଟକୁ ଭଲ ଭାବେ ମନୋନୀତ କରାଯାଇଛି, ଯେଉଁମାନେ ସେମାନଙ୍କର ଭୂମିକାକୁ ଫିଟ୍ କରନ୍ତି । ଏହି ଚଳଚ୍ଚିତ୍ର ପାଇଁ ସମଗ୍ର ଟିମ ପ୍ରଶଂସିତ ହେବାକୁ ଯୋଗ୍ୟ । ମୁଁ ବାରମ୍ବାର ଫିଲ୍ମ ଦେଖିବି ।

ଜାହ୍ନବୀ କପୁରଙ୍କ ପୋଷ୍ଟ

ଏହା ମଧ୍ୟ ପଢନ୍ତୁ:'ଦ ଆର୍ଚିସ' ସ୍ବତନ୍ତ୍ର ସ୍କ୍ରିନିଂ; ଶାହାରୁଖ-ଅମିତାଭଙ୍କ ପରିବାର ସହ ନଜର ଆସିଲେ ଏହି ସେଲିବ୍ରିଟି

ସେପଟେ ଖୁସୀଙ୍କ ଉଭଣୀ ମଧ୍ୟ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜ ଇନଷ୍ଟା ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଉଭୟ ଭଉଣୀକୁ ଏକାଠି ଦେଖିବାକୁ ମିଳିଛି । ଏହାକୁ ସେୟାର କରି ଜାହ୍ନବୀ ଲେଖିଛନ୍ତି, ମୋ ଜବୀନର ସନସାଇନ, ଏବେ ସିନେମାର ସନସାଇନ୍ । ଆଉ ଏକ ଫଟୋରେ ଖୁସୀଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋ ଉପରେ ସେ ଲେଖିଛନ୍ତି, ତୁମେ ମା'କୁ(ସ୍ବର୍ଗତୀ ଅଭିନେତ୍ରୀ ଶ୍ରୀଦେବୀ)ଙ୍କୁ ଗର୍ବିତ କରିଛ । ମୁ ତୁମକୁ ଭଲ ପାଏ ।' ସୂଚନା ଅନୁସାରେ, ନିକଟରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ଯେଉଁଥିରେ ଅନେକ୍‌ ବଲିଉଡ୍‌ ତାରକା ସାମିଲ ହେବା ସହ ଫିଲ୍ମ ସହ ସମସ୍ତ ଷ୍ଟାରକାଷ୍ଟଙ୍କ ପ୍ରଶଂସା କରିଥିଲେ ।

ABOUT THE AUTHOR

...view details