ଓଡିଶା

odisha

By ETV Bharat Odisha Team

Published : Sep 6, 2023, 2:15 PM IST

ETV Bharat / entertainment

'ଜବାନ' ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ, ଧର୍ମେନ୍ଦ୍ରଙ୍କ ପରେ ମହେଶ ବାବୁ କଲେ ଶାହରୁଖଙ୍କୁ ଟ୍ବିଟ୍‌

ଶାହରୁଖ ଖାନ ଚଳଚ୍ଚିତ୍ର ଜବାନ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛନ୍ତି । ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଶାହରୁଖଙ୍କ ଆଗାମୀ ଫିଲ୍ମ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ହିନ୍ଦୀ ସିନେମା କିମ୍ବଦନ୍ତୀ ଧର୍ମେନ୍ଦ୍ରଙ୍କ ପରେ ବର୍ତ୍ତମାନ ଶାହରୁଖ ଖାନଙ୍କୁ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁଙ୍କ ଶୁଭେଚ୍ଛା ମିଳିଛି । ଅଧିକ ପଢନ୍ତୁ

ମହେଶ ବାବୁ ଏବଂ ଶାହରୁଖ
ମହେଶ ବାବୁ ଏବଂ ଶାହରୁଖ

ହାଇଦ୍ରାବାଦ:ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜବାନ' ରିଲିଜକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏଭଳି ସ୍ଥିତିରେ ନିର୍ଦ୍ଦେଶକ ଅଟଲେଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଜବାନ' ବିଷୟରେ ଅନେକ ଆଲୋଚନା ଚାଲିଛି । ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଶାହରୁଖ ଖାନଙ୍କୁ ନିରନ୍ତର ଶୁଭେଚ୍ଛା ଜଣାଉଛନ୍ତି। ବର୍ତ୍ତମାନ ଏହି କ୍ରମରେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ନାମ ଯୋଡି ହୋଇଛି, ଯିଏ ଶାହରୁଖ ଖାନଙ୍କୁ 'ଜବାନ' ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ମହେଶ ବାବୁ ଶାହରୁଖ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ହେଉଛନ୍ତି ସେହି କଳାକାର, ଯିଏ ପ୍ରଥମେ 'ଜବାନ' ଚଳଚ୍ଚିତ୍ର ପାଇଁ ଶାହରୁଖ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶାହରୁଖଙ୍କ ସହ ଏକ ଫଟୋ ସେୟାର କରି ସେ ଜବାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ପରି ମହେଶ ବାବୁ ମଧ୍ୟ ଶାହରୁଖ ଖାନଙ୍କ ପାଇଁ ଏକ ଟ୍ୱିଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଜବାନ'କୁ ମିଳିଲା ଧର୍ମେନ୍ଦ୍ରଙ୍କ ସାଥ୍‌: ଶାହରୁଖଙ୍କ ସହ ଫଟୋ ସେୟାର କରି ଲେଖିଲେ ପୁଅ ଫିଲ୍ମ ପାଇଁ ଗୁଡ ଲକ୍‌

ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଟ୍ୱିଟ୍ କରି ମହେଶ ଲେଖିଛନ୍ତି- “ଏହା ଜବାନଙ୍କ ସମୟ, ଯାହା ଜୁନୁନ୍‌ ଏବଂ ଶକ୍ତିରେ ପରିପୂର୍ଣ୍ଣ। ଶାହାରୁଖ ଖାନ ଏବେ ଉଚ୍ଚ ସ୍ତରରେ ଅଛନ୍ତି । ପ୍ରତ୍ୟେକ କ୍ଷେତ୍ରରୁ ଜବାନଙ୍କୁ ଏକ ସର୍ବକାଳୀନ ବ୍ଲକବଷ୍ଟର ସଫଳତା କାମନା କରୁଛି । ମୁଁ ମୋର ପୁରା ପରିବାର ସହିତ ଏହି ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛି ।’’ ଏହିପରି ଭାବରେ ମହେଶ ବାବୁ ଶାହରୁଖ ଖାନଙ୍କ ଜବାନ ବିଷୟରେ ନିଜର ଭାବନା ପ୍ରକାଶ କରିଛନ୍ତି। ତେବେ ଜବାନ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ଶାହରୁଖଙ୍କ ଏହି ଧମାକାଦାର ଆକ୍ସନ୍ ପ୍ୟାକେଜ୍ ଫିଲ୍ମ ପାଇଁ ସମସ୍ତେ ଉତ୍ସାହିତ ଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଜବାନ ଜୁନୁନ୍‌: ଟିକେଟ୍‌ ପାଇଁ ରାତି 2ଟାରେ ଜମିଲା ଫ୍ୟାନ୍ସଙ୍କ ଭିଡ, ଭାଙ୍ଗିବ ରେକର୍ଡ !

ଜବାନର ଟ୍ରେଲର 31 ଅଗଷ୍ଟରେ ମୁକ୍ତିଲାଭ କରିଥିଲା । ପରଦିନ 'ଜବାନ'ର ଅଗ୍ରୀମ ବୁକିଂ ଆରମ୍ଭ ହୋଇଥିଲା । ସବୁଠୁ ଖୁସିର ବିଷୟ, ଶାହରୁଖ ଖାନଙ୍କ ଜବାନ ରିଲିଜ୍ ପୂର୍ବରୁ ପ୍ରାୟ 4 ଲକ୍ଷ ଟିକେଟ୍ ଆଗୁଆ ବୁକିଂ ହୋଇସାରିଛି । ଏହି ବମ୍ପର ଆଡଭାନ୍ସ ବୁକିଂରୁ ଅନୁମାନ କରାଯାଇପାରେ ଯେ ଶାହରୁଖ ଖାନଙ୍କ ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ହିଁ ଏକ ଭଲ କଲେକ୍ସନ୍ କରିବ ।

ABOUT THE AUTHOR

...view details