ହାଇଦ୍ରାବାଦ: ବଲିଉଡର 'ସିଙ୍ଘମ୍' ଅଜୟ ଦେବଗନ୍ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଏଥର ଦୀପାବଳିରେ ଅଜୟ ତାଙ୍କର ନୂଆ ଚଳଚ୍ଚିତ୍ର 'ଥ୍ୟାଙ୍କ୍ ଗଡ୍' (Thank God) ସହିତ ଧମାଲ ମଚାଇବାକୁ ଆସୁଛନ୍ତି । ଅଜୟ ଗୁରୁବାର ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି। ଏହା ସହିତ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଅଜୟ ଦେବଗନଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ।
ଅଜୟ ଦେବଗନ୍ ଫିଲ୍ମ 'ଥ୍ୟାଙ୍କ୍ ଗଡ୍' ରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି, ଯେଉଁଥିରେ ଅଜୟ ଏକ ସୁଟ୍-ବୁଟ୍ରେ ଅଛନ୍ତି ଏବଂ ଦାଢି ଲୁକ୍ରେ ନଜର ଆସିଛନ୍ତି। ପୋଷ୍ଟର ସେୟାର କରି ଅଜୟ ଲେଖିଛନ୍ତି, 'This Diwali, Chitragupt is coming to play the game of life with you and your family! ଆସନ୍ତାକାଲି ଟ୍ରେଲର ଆସିବ, ଫିଲ୍ମ ଅକ୍ଟୋବର 25 ରେ ସିନେମା ଘରେ ମୁକ୍ତିଲାଭ କରିବ ।'