ଓଡିଶା

odisha

ETV Bharat / entertainment

'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ'ର ପୋଷ୍ଟର ଆଉଟ, ଆକ୍ସନ ଲୁକରେ ବିଜୟ - ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍

The Greatest Of All Time Poster: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ବ୍ଲକବଷ୍ଟର ଫିଲ୍ମ 'ଲିଓ' ପରେ ଆଗାମୀ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍'ରେ ଜବରଦଦସ୍ତ ଆକ୍ସନ କରୁଥିବାର ନଜର ଆସିବେ । ଫିଲ୍ମର ପୋଷ୍ଟର ରିଲିଜ ହୋଇଯାଇଛି ।

The Greatest Of All Time Poster
The Greatest Of All Time Poster

By ETV Bharat Odisha Team

Published : Jan 2, 2024, 12:57 PM IST

ହାଇଦ୍ରାବାଦ:ଫିଲ୍ମ 'ଲିଓ' ପରେ ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ'ରେ ନଜର ଆସିବାକୁ ଯାଉଛନ୍ତି । ନୂଆବର୍ଷରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ଅଭିନେତା । ତେବେ ନୂଆବର୍ଷରେ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସେଲିବ୍ରେଟ କରିଛନ୍ତି । ଏହାରି ମଧ୍ୟରେ ଗତ ବର୍ଷର ବ୍ଲକବଷ୍ଟର ଫିଲ୍ମ 'ଲିଓ'ର ସୁପରଷ୍ଟାର ଥାଲାପତି ବିଜୟ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ପ୍ରଥମ ପୋଷ୍ଟର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଏକ ଆକ୍ସନ୍ ଲୁକରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅଟେ । ଡିସେମ୍ବର 31ରେ ଅଭିନେତା ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଥିଲେ । ଯେଉଁଥିରେ ସେ ଡବଲ୍ ରୋଲ କରିଥିବା ଜଣାପଡିଛି । ସେହିପରି ଥାଲାପତି ବିଜୟ ଗତକାଲି ଅର୍ଥାତ ଜାନୁଆରୀ 1ରେ ପ୍ରଶଂସକଙ୍କ ପାଇଁ ଫିଲ୍ମର ଦ୍ବିତୀୟ ପୋଷ୍ଟର ପ୍ରକାଶ କରିଛନ୍ତି । ନୂତନ ପୋଷ୍ଟରରେ ଥାଲାପତି ବିଜୟ ଏକାଠି ଦୁଇଟି ଚରିତ୍ରରେ ଅଭିନୟ କରୁଥିବା ନଜର ଆସିଛନ୍ତି | ପୋଷ୍ଟରରେ ସେ ବାଇକରେ ବସି ବନ୍ଧୁକରୁ ଗୁଳି ଚଳାଉଥିବାର ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ନୂଆବର୍ଷରେ ଫ୍ୟାନ୍ସଙ୍କୁ ଜୁନିଅର ଏନଟିଆରଙ୍କ ଭେଟି, ଏହିଦିନ ଦେଖାଇବେ ଫିଲ୍ମର ପ୍ରଥମ ଝଲକ

ଏହା ମଧ୍ୟ ପଢନ୍ତୁ- ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମେକର୍ସ, କହିଲେ ଏଥର ବକ୍ସ ଅଫିସରେ ରାଜ୍ କରିବ ପୁଷ୍ପା-୨

ଫିଲ୍ମର ନିର୍ମାତା କଳ୍ପଥୀ ମଧ୍ୟ ତାଙ୍କ ଏକ୍ସ ଆକାଉଣ୍ଟର ଦ୍ବିତୀୟ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, 2024 ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ସହିତ ଆରମ୍ଭ ହୋଇଛି । କୌତୁହଳର ବିଷୟ ଯେ ଦ୍ୱିତୀୟ ପୋଷ୍ଟରରେ ଟ୍ୟାଗଲାଇନ୍ ଭଲ ରହିଛି । ଯେଉଁଥିରେ ଲେଖାଅଛି 'ଆଲୋକ ଅନ୍ଧକାରକୁ ଗ୍ରାସ କରିପାରିବ କିନ୍ତୁ ଅନ୍ଧକାର ଆଲୋକକୁ ଗ୍ରାସ କରିପାରିବ ନାହିଁ' । ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି ।

ABOUT THE AUTHOR

...view details