ଚେନ୍ନାଇ: ଜେଲରର ଦମଦାର ସଫଳତା ପରେ ବର୍ତ୍ତମାନ ସାଉଥ୍ ମେଗାଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇଛି । ଫିଲ୍ମର ଟାଇଟଲ ରହିଛି 'ଥଲାଇଭର 171' । ସୋସିଆଲ ମିଡିଆରେ ନିର୍ମାତା ଏହାର ଟାଇଟଲ ପୋଷ୍ଟର ରିଲିଜ କରି ଏହି ସୂଚନା ଦେଇଛନ୍ତି । ଏହା ମେଗାଷ୍ଟାର ରଜନୀକାନ୍ତଙ୍କ 171ତମ ଫିଲ୍ମ । ସେପଟେ ଏହି ଚଳଚ୍ଚିତ୍ରରେ କନଗରାଜ ନିର୍ଦ୍ଦେଶନା ଦେବେ ବୋଲି ମାସେ ଧରି ଚାଲିଥିବା କଳ୍ପନା ଜଳ୍ପାନର ଅନ୍ତ ଘଟିଛି । ତେବେ ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି ।
ନିକଟରେ ରିଲିଜ ହୋଇଥିବା ବ୍ଲକବ୍ଲଷ୍ଟର ଫିଲ୍ମ ଜେଲର ପରେ ରଜନୀକାନ୍ତ ଏବଂ ସନ୍ ପିକ୍ଚର୍ସ 'ଥଲାଇୱର 171' ପାଇଁ ପ୍ରସ୍ତୁତ ହେଉଛନ୍ତି। ନିର୍ମାତାମାନେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଏହି ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ଅଟନ୍ତି ଲୋକେଶ କନଗରାଜ। ସନ୍ ପିକ୍ଚର୍ସ ଏକ୍ସ(ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ଏବଂ କହିଛନ୍ତି, "ଆମେ ସୁପରଷ୍ଟାର ରଜନୀକାନ୍ତଙ୍କ ଥଲାଇଭର୍ 171 ଘୋଷଣା କରି ବେଶ ଖୁସି ଅଟୁ ।
ସେପଟେ ଲୋକେଶ କନଗରାଜ ଏକ୍ସରେ ପୋଷ୍ଟ କରି କହିଛନ୍ତି। "ଥାଲାଇଭର ରଜନୀକାନ୍ତ ସାର୍ଙ୍କ ସହ ଥଲାଇଭର 171 ପାଇଁ ସନପିକ୍ଟର୍ସ ସହ କାମ କରିବାକୁ ନେଇ ବେଶ ଉତ୍ସାହିତ ଅଛି । ଏହି ଫିଲ୍ମ ଜରିଆରେ ଉଭୟ ପ୍ରଥମ ଥର ପାଇଁ କାମ କରିବେ । ତେବେ ବର୍ତ୍ତମାନ ଲୋକେଶ କନଗରାଜଙ୍କ ଫିଲ୍ମ 'ଲିଓ' ପରଦାକୁ ଆସିବାକୁ ଯାଉଛି । ନିର୍ଦ୍ଦେଶକ ଲୋକେଶ କନଗରାଜ ନିଜେ ଏହି ଫିଲ୍ମ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ଏହା ଏକ ଆକ୍ସନ୍ ଫିଲ୍ମ, ଯାହା 19 ଅକ୍ଟୋବର 2023ରେ ରିଲିଜ ହେବ । ଏଥିରେ ଥାଲାପତି ବିଜୟ ଏବଂ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅଭିନେତ୍ରୀ ତ୍ରିଶା କୃଷ୍ଣନ, ଗୌତମ ବାସୁଦେବ ମେନନ୍, ମିସ୍କିନ୍, ଅର୍ଜୁନ ଏବଂ ପ୍ରିୟା ଆନନ୍ଦ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଭାରତର ସବୁଠାରୁ ଦାମୀ ଅଭିନେତା ରଜନୀକାନ୍ତ, ଜେଲରର ଫି ଜାଣିଲେ ଉଡିଯିବ ହୋସ୍
ସେପଟେ ରଜନୀକାନ୍ତଙ୍କ ଫିଲ୍ମ ଜେଲର ବକ୍ସ ଅଫିସରେ ଧମାକା କରିବା ପରେ ବର୍ତ୍ତମାନ ଏହି ଫିଲ୍ମ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ କରୁଛି। ଏଥିସହ ରଜନୀକାନ୍ତ ନିଜ ଝିଅ ଐଶ୍ୱର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ ମଧ୍ୟ ନଜର ଆସିବେ । ଝିଅର ଫିଲ୍ମରେ ରଜନୀକାନ୍ତ ଏକ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ସେ ଜଣେ ମୁସଲମାନ ଚରିତ୍ରରେ (ମୋଇଦ୍ଦିନ ଭାଇ) ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ କରିବ ବୋଲି କୁହାଯାଉଛି ।