ଓଡିଶା

odisha

ETV Bharat / entertainment

ମହେଶ ବାବୁଙ୍କ ପିତାଙ୍କ ସମ୍ମାନରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିନକ ପାଇଁ କାମ ବନ୍ଦ - ବନ୍ଦ ରହିବ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି

ଆଜି (16 ନଭେମ୍ବର) ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ବନ୍ଦ ରହିଲା । ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା କୃଷ୍ଣାଙ୍କୁ ସମ୍ମାନ ଜଣାଇ ଚଳଚ୍ଚିତ୍ର ନିର୍ମାତା ପରିଷଦ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

ମହେଶ ବାବୁଙ୍କ ପିତାଙ୍କ ସମ୍ମାନରେ ଆଜି ବନ୍ଦ ରହିବ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି
ମହେଶ ବାବୁଙ୍କ ପିତାଙ୍କ ସମ୍ମାନରେ ଆଜି ବନ୍ଦ ରହିବ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି

By

Published : Nov 16, 2022, 10:44 PM IST

ହାଇଦ୍ରାବାଦ: ଟଲିଉଡର ଦିଗ୍ଗଜ ଅଭିନେତା କୃଷ୍ଣା ଘଟ୍ଟାମନେନୀଙ୍କ ଦେହାନ୍ତ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଦେଇଛି । 79 ବର୍ଷ ବୟସରେ ହୃଦ୍‌ଘାତରେ କୃଷ୍ଣାଙ୍କର ଦେହାନ୍ତ ହୋଇଛି। କୃଷ୍ଣା ସୁପରଷ୍ଟାର ମହେଶ ବାବୁଙ୍କ ପିତା ଥିଲେ, ଯାହାକୁ 'ଟଲିଉଡର ପ୍ରିନ୍ସ' କୁହାଯାଉଥିଲା। ଏହି ପରିପ୍ରେକ୍ଷୀରେ ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ପରିଷଦ କୃଷ୍ଣାଙ୍କୁ ସମ୍ମାନ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପରିଷଦ ଅନୁଯାୟୀ, ଆଜି (16 ନଭେମ୍ବର) ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ବନ୍ଦ ରହିଛି ।

ପରିଷଦ ଏକ ସରକାରୀ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛି, ଯାହା ଟ୍ୱିଟରରେ ସେୟାର କରାଯାଇଛି। ଏହି ଚିଠିରେ ଲେଖାଯାଇଛି ଯେ ଭେଟେରାନ ସ୍ୱର୍ଗତ ଅଭିନେତା କୃଷ୍ଣାଙ୍କୁ ସମ୍ମାନ ଜଣାଇ ନଭେମ୍ବର 16 ରେ ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି କାମ ହେବ ନାହିଁ। ସୁଟିଂ ଠାରୁ ଆରମ୍ଭ କରି ପ୍ରଡକ୍ସନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାର କୃଷ୍ଣାଙ୍କ ପାର୍ଥିବ ଶରୀରକୁ ହାଇଦ୍ରାବାଦର ଗଛିଓ୍ବଲି ଷ୍ଟାଡିୟମରେ ରଖାଯିବାର ଥିଲା । ଯାହା ଦ୍ବାରା ପ୍ରଶଂସକମାନେ ସ୍ୱର୍ଗତ ସୁପରଷ୍ଟାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ, କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଟ୍ରାଫିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କୃଷ୍ଣାଙ୍କ ପାର୍ଥିବ ଶରୀରକୁ ତାଙ୍କ ନାନକରାମଗୁଡା ସ୍ଥିତ ନିବାସରେ ରଖାଯିବ।

ସୁପରଷ୍ଟାର କୃଷ୍ଣାଙ୍କ ଅନ୍ତିମ ସଂସ୍କାର ନଭେମ୍ବର 16 ରେ ମହାପ୍ରସ୍ଥାନମରେ କରାଯିବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯିବ।

ଏହା ବି ପଢନ୍ତୁ:ଆଉ ନାହାନ୍ତି ଭେଟେରାନ ଅଭିନେତା ସୁନୀଲ ସିନ୍ଦେ, ଶୋକରେ ବୁଡିଲା ସିନେ ଜଗତ

ଅଭିନେତା କୃଷ୍ଣାଙ୍କର ଦେହାନ୍ତ

ଉଲ୍ଲେଖନୀୟ ଯେ, ମହେଶ ବାବୁଙ୍କ ପିତା କୃଷ୍ଣା ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ସହ ସଂଘର୍ଷ କରୁଥିଲେ। ଏଭଳି ପରିସ୍ଥିତିରେ ରବିବାର ରାତି 2 ଟା ସମୟରେ କୃଷ୍ଣାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ସେହି ସମୟରେ ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା। ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର ଶ୍ବଶୁର କୃଷ୍ଣାଙ୍କୁ ଗାଛିଓ୍ବଲି କଣ୍ଟିନେଣ୍ଟାଲ ହସ୍ପିଟାଲକୁ ନେଇଥିଲେ। ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଶେଷରେ ଡାକ୍ତର ମୃତ ଘୋଷଣା କରିଥିଲେ । କହିବାକୁ ଗଲେ ମହେଶ ବାବୁଙ୍କ ପିତା କୃଷ୍ଣ ତେଲୁଗୁ ସିନେମାର ସବୁଠାରୁ ବଡ ଅଭିନେତା ଭାବରେ ପରିଗଣିତ ହୁଅନ୍ତି। ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଥିଲେ। ଏହା ବ୍ୟତୀତ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ABOUT THE AUTHOR

...view details