ଓଡିଶା

odisha

ETV Bharat / entertainment

TV Actress Priya Passes Away: ହୃଦଘାତରେ ଟେଲି ଅଭିନେତ୍ରୀ ପ୍ରିୟାଙ୍କ ନିଧନ, ୮ ମାସର ଥିଲେ ଗର୍ଭବତୀ - Dr Priya

ମାଲାୟାଲମ ଟେଲି ଅଭିନେତ୍ରୀ ଡା. ପ୍ରିୟାଙ୍କ ଦେହାନ୍ତ ହୋଇଛି । ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ସେ ୮ ମାସର ଗର୍ଭବତୀ ରହିଥିଲେ । ଅଧିକ ପଢନ୍ତୁ

ହୃଦଘାତରେ ମାଲାୟାଲମ ଟେଲି ଅଭିନେତ୍ରୀ ଡା. ପ୍ରିୟାଙ୍କ ନିଧନ
ହୃଦଘାତରେ ମାଲାୟାଲମ ଟେଲି ଅଭିନେତ୍ରୀ ଡା. ପ୍ରିୟାଙ୍କ ନିଧନ

By ETV Bharat Odisha Team

Published : Nov 1, 2023, 5:10 PM IST

ଥିରୁଅନନ୍ତପୁରମ: ପୁଣି ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର । ରେଞ୍ଜୁଶା ମେନନଙ୍କ ମୃତ୍ୟୁ ଖବର ମନ ଲିଭୁଣୁ ବର୍ତ୍ତମାନ ମାଲାୟାଲମ୍ ଟେଲିଭିଜନ ଅଭିନେତ୍ରୀ ଡା. ପ୍ରିୟାଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିବା ବେଳେ ଆଠ ମାସ ଗର୍ଭବତୀ ରହିଥିଲେ । ତାଙ୍କ ଶିଶୁ ଆଇସିୟୁରେ ରହିଥିବା ବେଳେ ସମସ୍ତ ବନ୍ଧୁ, ସମ୍ପର୍କୀୟ ଏବଂ ସହକର୍ମୀମାନେ ତାଙ୍କ ଶିଶୁ ପାଇଁ ପ୍ରାର୍ଥନା ସହ ଶୋକପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଗର୍ଭବତୀ ଥିବା ପ୍ରିୟା ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାରେ ପହଞ୍ଚିବା ପରେ ହଠାତ୍ ହୃଦଘାତର ଶିକାର ହୋଇଥିଲେ । ଏହି ସମୟରେ ସେ ମୃତ୍ୟୁବରଣ କରିଥିଲେ । ତେବେ ଆଠ ମାସ ଗର୍ଭବତୀ ରହିଥିବା ବେଳେ ଶିଶୁଟିକୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି । ବନ୍ଧୁ, ସମ୍ପର୍କୀୟ ଏବଂ ସହକର୍ମୀମାନେ ଆଇସିୟୁରେ ଶିଶୁ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ତାଙ୍କ ବିୟୋଗରେ ପୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅଭିନେତା କିଶୋର ସତ୍ୟା ତାଙ୍କ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ହୃଦୟ ବିଦାରକ ଖବର ଦେଇଥିଲେ । ସେ ଲେଖିଛନ୍ତି, “ମାଲାୟାଲମ୍ ଟେଲିଭିଜନ କ୍ଷେତ୍ରରେ ଆଉ ଏକ ଦୁଃଖଦ ଘଟଣା । ହୃଦଘାତ ଯୋଗୁଁ ଗତକାଲି ଡାକ୍ତର ପ୍ରିୟାଙ୍କର ମୃତ୍ୟୁ ହୋଇଛି । ସେ ଆଠ ମାସର ଗର୍ଭବତୀ ଥିଲେ । ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନଥିଲା । ତାଙ୍କ ଶିଶୁ ଆଇସିୟୁରେ ଅଛନ୍ତି । ତାଙ୍କ ଅଚାନକ ଦେହାନ୍ତକୁ ପରିବାର ନା ବନ୍ଧୁ ବର୍ଗ କେହି ସହଜରେ ବିଶ୍ବାସ କରିପାରୁନାହାନ୍ତି । ତାଙ୍କ ପରିବାରକୁ ସମବେଦନା ଜଣାଇ ସେ ଲେଖିଛନ୍ତି, ସ୍ବାମୀ ଏବଂ ମା' ତାଙ୍କ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି । ପ୍ରିୟାଙ୍କ ଆତ୍ମାକୁ ଶାନ୍ତି ମିଳୁ । ତାଙ୍କ ପରିବାରକୁ ଶକ୍ତି ମିଳୁ ।

ଏହା ମଧ୍ୟ ପଢନ୍ତୁ:ସାଉଥ ସିନେମା ଜଗତକୁ ଝଟ୍‌କା, ଜୀବନ ହାରିଲେ ମାଲାୟାଲମ ଅଭିନେତ୍ରୀ

ଡାକ୍ତର ପ୍ରିୟା ମାଲାୟାଲମ୍ ଟେଲିଭିଜନର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । ସେ 'କରୁଥାମୁଥୁ'ରେ ତାଙ୍କ ଭୂମିକା ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବିବାହ ପରେ ସେ ଅଭିନୟରୁ ବିରତି ନେଇଥିଲେ । ଏଥିସହ ସେ ଜଣେ ଡାକ୍ତର ମଧ୍ୟ ଥିଲେ । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ସେ ଏମଡି ଅଧ୍ୟୟନ କରୁଥିଲେ ଏବଂ ଥିରୁଅନନ୍ତପୁରମର PRS ହସ୍ପିଟାଲରେ ମଧ୍ୟ କାର୍ଯ୍ୟ କରୁଥିଲେ ।

ABOUT THE AUTHOR

...view details