ଓଡିଶା

odisha

ETV Bharat / entertainment

ବ୍ରେକଅପ ଚର୍ଚ୍ଚାକୁ ଖଣ୍ଡନ କଲେ ତେଜସ୍ବୀ ପ୍ରକାଶ, ଖୁବଶ୍ରୀଘ୍ର କରିବେ ବିବାହ !

ଅଭିନେତା କରଣ କୁନ୍ଦ୍ରାଙ୍କ ଟ୍ବିଟର ପୋଷ୍ଟକୁ ନେଇ କରଣ ଏବଂ ତେଜସ୍ବୀଙ୍କ ବ୍ରେକଅପ୍ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଗୁଜବକୁ ନେଇ କଣ କହିଛନ୍ତି ତେଜସ୍ବୀ ଜାଣନ୍ତୁ

By

Published : Mar 10, 2023, 5:13 PM IST

ବ୍ରେକଅପ ଚର୍ଚ୍ଚାକୁ ଖଣ୍ଡନ କଲେ ତେଜସ୍ବୀ ପ୍ରକାଶ
ବ୍ରେକଅପ ଚର୍ଚ୍ଚାକୁ ଖଣ୍ଡନ କଲେ ତେଜସ୍ବୀ ପ୍ରକାଶ

ହାଇଦ୍ରାବାଦ: ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ଲୋକପ୍ରିୟ ଟିଭି ଅଭିନେତା କରଣ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶଙ୍କ ଯୋଡି । କରଣ ଏକ ଟ୍ବିଟ୍ ପୋଷ୍ଟ ନେଇ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ । ନିକଟରେ ଏକ ସାକ୍ଷାତକାରରେ ତେଜସ୍ବୀ ଏହାର ଜବାବ ଦେଇ ବ୍ରେକ୍‌ଅପ୍‌ ଖବର ଏକ ଗୁଜବ ବୋଲି କହିଛନ୍ତି ।

ମାର୍ଚ୍ଚ 8ରେ କରଣ କୁନ୍ଦ୍ରା ତାଙ୍କ ଟ୍ବିଟରରେ ଏକ ସାୟରୀ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, "ନା ତେରୀ ସାନ୍‌ କମ ହୋତି, ନା ରୁତୱା କମ୍‌ ହୋତା, ଜୋ ଘମଣ୍ଡ ମେ କାହା, ୱହି ହସ କେ କାହା ହୋତା ।" ଏଭଳି ପୋଷ୍ଟ ଉପରେ ପ୍ରଶଂସକ ମାନେ ଅନୁମାନ କରିଥିଲେ ଯେ, ସେ ଏବଂ ତେଜସ୍ବୀ ଅଲଗା ହୋଇଯାଇଛନ୍ତି ? ଏହା ମନେ କରି କିଛି ସମୟ ପରେ, ୟୁଜର୍ସ ତେଜସ୍ବୀଙ୍କ ସହ ତାଙ୍କ ସମ୍ପର୍କ ସମ୍ବନ୍ଧୀୟ କେତେକ ପ୍ରଶ୍ନ ସହ କରଣଙ୍କ ପୋଷ୍ଟ ଉପରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ।

ଏକ ସାକ୍ଷାତକାରରେ, ତେଜସ୍ବୀଙ୍କୁ ତାଙ୍କ ବ୍ରେକଅପ୍ ଚର୍ଚ୍ଚା ବିଷୟରେ ପଚରାଯାଇଥିଲା । ଅଭିନେତ୍ରୀ ତେଜସ୍ବୀ ଏହାର ଜବାବ ଦେଇ କହିଛନ୍ତି ଯେ ଏହା ଗୁଜବ ଅଟେ । ଆମ ମଧ୍ୟରେ ଗଭୀର ପ୍ରେମ ଅଛି ଏବଂ ଆମେ ପରସ୍ପରଙ୍କ କମ୍ପାନୀକୁ ଉପଭୋଗ କରୁଛୁ । ଏଥିସହ, ବିବାହ ଯୋଜନା ଉପରେ ଆଲୋଚନା ବେଳେ ତେଜସ୍ବୀ କହିଛନ୍ତି ଯେ ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର କିଛି ଫାଇନାଲ ହେଲେ ଫ୍ୟାନ୍ସକୁ ଜଣାଇବୁ ।

ତେଜସ୍ବୀ ଏହା ମଧ୍ୟ କହିଛନ୍ତି ଯେ, କରଣ ଓ ତାଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଅଛି ଏବଂ ସେମାନେ ଉଭୟଙ୍କ କମ୍ପାନୀକୁ ଉପଭୋଗ କରୁଛନ୍ତି । ତେବେ ବିବାହ କରିବା ଏକ ବଡ଼ ନିଷ୍ପତ୍ତି । ଏନେଇ କିଛି ଚୂଡ଼ାନ୍ତ ନହେବା ପୂର୍ବରୁ ସେ ଏହା ଉପରେ ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ । ସେ ଏହାକୁ ସିକ୍ରେଟ୍‌ ରଖିବାକୁ ଚାହାଁନ୍ତି । ବିବାହ ଯାଜନା ଚାଲିଛି, ଖୁବଶୀଘ୍ର ବିବାହ ତାରିଖ ଫାଇନାଲ ହେଲେ ଫ୍ୟାନ୍ସକୁ ଜଣାଇବେ ବୋଲି କହିଛନ୍ତି ।

ସୂଚନା ଥାଉ କି, ଟିଭି ଅଭିନେତା କରଣ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ବିଗ୍‌ବସ୍‌ 15ରୁ ବେଶ ଆକର୍ଷଣୀୟ ଯୋଡି ରହିଥିଲେ । ତେଜସ୍ବୀ ପ୍ରକାଶ ବିଗ୍‌ବସ୍‌ 15 ବିଜେତା ଥିବା ବେଳେ କରଣ କୁନ୍ଦ୍ରା ବିଗ୍‌ବସ୍‌ 15ର ପ୍ରତିଯୋଗୀ ଥିଲେ । ସେବେଠାରୁ ଉଭୟଙ୍କ ଯୋଡି ଫ୍ୟାନ୍ସକୁ ଆକର୍ଷିତ କରିଥିଲା । ଫଳରେ ଉଭୟଙ୍କର ଫ୍ୟାନ ଫଲୋୱିଂ ମଧ୍ୟ ବଢ଼ିବାରେ ଲାଗିଥିଲା । ଏଥିସହ ଉଭୟଙ୍କୁ ଅଧିକାଂଶ ସମୟ ଏକାଠି ଦେଖିବାକୁ ମଳୁଛି ।

ABOUT THE AUTHOR

...view details