ହାଇଦ୍ରାବାଦ: ଆଜିକାଲି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମାଙ୍କ ଲଭଷ୍ଟୋରୀକୁ ନେଇ ବଲିଉଡରେ ଅନେକ ଚର୍ଚ୍ଚା ହେଉଛି । ଲଷ୍ଟ୍ ଷ୍ଟୋରୀ-2ରେ ଦେଖାଯାଇଥିବା ଏହି ଅନସ୍କ୍ରିନ୍ ଯୋଡ଼ି ଏବେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି । ଉଭୟ ବିଜୟ ଏବଂ ତମନ୍ନା ଏକାଠି ନଜର ଆସିଥିବା ବେଳେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଥିବା ନଜର ଆସିଛନ୍ତି । ଏହାରି ମଧ୍ୟରେ ପୁଣି ବିଜୟ ଏବଂ ତମନ୍ନାଙ୍କୁ ଏକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛି । ଏଠାରେ ଏହି ଯୋଡି ପ୍ୟାପ୍ସଙ୍କ ଆଗରେ ପୋଜ୍ ଦେଇଥିବା ବେଳେ ୟୁଜର୍ସ ତମନ୍ନାଙ୍କୁ ଭାଭି ବୋଲି ଟ୍ରୋଲ କରିଛନ୍ତି ।
ଗତକାଲି ରାତିରେ ମୁମ୍ବାଇରେ ତମନ୍ନାଙ୍କ ଆଗାମୀ ଥ୍ରୀଲର ସିରିଜ ଆଖରୀ ସଚ୍ଚର ସ୍କ୍ରିନିଂରେ ଅଭିନେତ୍ରୀ ବିଜୟ ବର୍ମାଙ୍କ ସହ ସାମିଲ ହୋଇଥିଲେ। ତମନ୍ନା ଏବଂ ବିଜୟ ଏକାଠି ପୋଜ୍ ଦେଇଥିଲେ । ତମନ୍ନା ବ୍ଲୁ ପ୍ୟାଣ୍ଟ୍ ଏବଂ ହ୍ବାଇଟ୍ ସାର୍ଟ ପିନ୍ଧିଥିବା ବେଳେ ବିଜୟ ବ୍ଲାକ୍ ପ୍ୟାଣ୍ଟ ସହ ଭାଓଲେଟ ରଙ୍ଗର ହୁଡିରେ ଖୁବ ସୁନ୍ଦର ଦେଖାଯାଉଥିଲେ । ପରସ୍ପରର ହାତ ଧରି ଦୁହେଁ ପୋଜ୍ ଦେଇଥିଲେ । ଏହି ସମୟରେ ପ୍ରଶଂସକମାନେ ତମନ୍ନା ଭାଉଜ ବୋଲି ଡାକିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବି ଫ୍ୟାନ୍ସ ଏହି ଯୋଡିକୁ ହିଟ୍ ବୋଲି କହିଛନ୍ତି ।