ଓଡିଶା

odisha

ETV Bharat / entertainment

Tamannaah Bhatia: ଲଷ୍ଟଷ୍ଟୋରୀ-2ରେ ତମନ୍ନାଙ୍କ ଇଣ୍ଟିମେଟ୍‌ ସିନ୍‌, ଟ୍ରୋଲରଙ୍କୁ ଅଭିନେତ୍ରୀଙ୍କ ଜବାବ - ଇଣ୍ଟିମେଟ ସିନ ପାଇଁ ଟ୍ରୋଲ ହେଲେ ତମନ୍ନା

ଆଗାମୀ ଫିଲ୍ମ ଲଷ୍ଟଷ୍ଟୋରୀ-2ରେ ନଜର ଆସିବେ ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ । ଏହି ଫିଲ୍ମରେ ତମନ୍ନା କିଛି ଇଣ୍ଟିମେଟ ସିନ୍‌ କରିଛନ୍ତି, ଯେଉଁଥିପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି । ବର୍ତ୍ତମାନ ତମନ୍ନା ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଲଷ୍ଟଷ୍ଟୋରୀ 2ରେ ଇଣ୍ଟିମେଟ ସିନ ପାଇଁ ଟ୍ରୋଲ ହେଲେ ତମନ୍ନା
ଲଷ୍ଟଷ୍ଟୋରୀ 2ରେ ଇଣ୍ଟିମେଟ ସିନ ପାଇଁ ଟ୍ରୋଲ ହେଲେ ତମନ୍ନା

By

Published : Jul 5, 2023, 7:51 AM IST

ହାଇଦ୍ରାବାଦ: ନେଟଫ୍ଲିକ୍ସରେ ରିଲିଜ କରିଥିବା ଫିଲ୍ମର 'ଲଷ୍ଟ ଷ୍ଟୋରୀ 2'ର ଦ୍ୱିତୀୟ ସିଜନ୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଚାରି ନିର୍ଦ୍ଦେଶକଙ୍କ ଚାରୋଟି କାହାଣୀ ଉପରେ ଲୋକମାନେ ଭିନ୍ନ ମତ ପ୍ରକାଶ କରୁଛନ୍ତି । ଏହି ଚଳଚ୍ଚିତ୍ରର ଏକ କାହାଣୀରେ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ଅଭିନୟ କରିଛନ୍ତି । ଏହି କାହାଣୀକୁ ସୁଜୟ ଘୋଷ ନିର୍ଦ୍ଦେଶନା ଦେଇଛନ୍ତି । କିନ୍ତୁ ଏଥିରେ ଥିବା ଇଣ୍ଟିମେଟ୍‌ ସିନକୁ ନେଇ ବର୍ତ୍ତମାନ ତମନ୍ନାଙ୍କୁ ଟ୍ରୋଲ କରାଯାଉଛି । ବର୍ତ୍ତମାନ ତମନ୍ନା ନିଜେ ଏକ ସାକ୍ଷାତକାରରେ ଏସବୁ ବିଷୟରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନା ଥାଉ କି, 17 ବର୍ଷରୁ ଅଧିକ ସମୟ ଧରି ତମନ୍ନା କିସ ନକରିବା ରେକର୍ଡକୁ 'ଲଷ୍ଟ ଷ୍ଟୋରୀ 2' ପାଇଁ ଭାଙ୍ଗିଥିଲେ । ଫିଲ୍ମରେ ତମନ୍ନା ଏବଂ ବିଜୟଙ୍କ ଲଭ କେମେଷ୍ଟ୍ରି ଦେଖିବାକୁ ମିଳିଥିବା ବେଳେ ଉଭୟଙ୍କର କିଛି ଇଣ୍ଟିମେଟ୍‌ ସିନ୍‌ ରହିଛି । ଯାହାକୁ ନେଇ ଏବେ ତମନ୍ନାଙ୍କୁ ସମାଲୋଚନା କରାଯାଉଛି । ତେବେ ଏନେଇ ବର୍ତ୍ତମାନ ଜବାବ ଦେଇଛନ୍ତି ଅଭିନେତ୍ରୀ । ଏକ ସାକ୍ଷାତକାରରେ ତମନ୍ନା ଭାଟିଆ କହିଛନ୍ତି ଯେ ଲୋକମାନେ ତାଙ୍କୁ ନେଇ ଯାହା ବିଚାର ରଖିଛନ୍ତି ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଭିନେତ୍ରୀ ଆହୁରି କହିଛନ୍ତି, "ଇଣ୍ଟିମେଟ ସିନ୍‌ ବିଷୟରେ ମଧ୍ୟ ଲିଙ୍ଗଗତ ଭେଦଭାବର ସାମ୍ନା କରିବାକୁ ପଡୁଛି । ଯେତେବେଳେ ଅଭିନେତାମାନେ ଇଣ୍ଟିମେଟ୍‌ ସିନର ସୁଟିଂ କରନ୍ତି, ସେମାନେ ଏପରି ସମାଲୋଚନା ଏବଂ ଟ୍ରୋଲ୍‌ର ସମ୍ମୁଖୀନ ହୁଅନ୍ତି ନାହିଁ । କିନ୍ତୁ, ଯେତେବେଳେ ଜଣେ ମହିଳା କଳାକାର ଏହା କରନ୍ତି, ଲୋକମାନେ ତାଙ୍କୁ ତୁରନ୍ତ ଜଜ୍‌ କରି ଟ୍ରୋଲ କରିଥାନ୍ତି ।"

ଏହା ମଧ୍ୟ ପଢନ୍ତୁ: ବିଜୟଙ୍କ ପ୍ରେମରେ ତମନ୍ନା, ଲଷ୍ଟ ଷ୍ଟୋରୀ 2 ପ୍ରିମିୟରରେ ଏକାଠି ଆସିଲେ ନଜର

ତମନ୍ନା ଆହୁରି କହିଛନ୍ତି ଯେ ତାଙ୍କ ଉପରେ ଅନେକ ନାରୀବାଦୀ ବିରୋଧୀ ମନ୍ତବ୍ୟ ଦିଆଯାଉଛି । ୟୁଜର୍ସ କହିଛନ୍ତି, "ସେ ଏପରି ଦୃଶ୍ୟ କରିବାକୁ କ’ଣ ବାଧ୍ୟମୂଳକ ଥିଲା ?" ତମନ୍ନା କହିଛନ୍ତି, "ଏଭଳି ମନ୍ତବ୍ୟ ଦେଖିବା ପରେ ମୁଁ ବହୁତ ଅଜବ ଅନୁଭବ କରିଥିଲି । ଏକ ଛୋଟ ଭୂମିକାରେ ନିଜକୁ ସୀମିତ ରଖିବାକୁ ଚାହୁଁନି। କାରଣ ମୁଁ ନିଜକୁ ଏକ କଳାକାର ରୂପରେ ବିକଶିତ କରିବାକୁ ଚାହୁଁଛି ।"

ସୂଚନା ଥାଉ କି, ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ସେଗମେଣ୍ଟ 'ଲଷ୍ଟ ଷ୍ଟୋରୀ 2' ରେ କାମ କରୁଥିବାବେଳେ ତମନ୍ନା ଏବଂ ବିଜୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କଲେ । ବିଜୟ ଏବଂ ତମନ୍ନା ଗୋଆରେ ନୂଆ ବର୍ଷ ପାର୍ଟିରେ କିସ୍‌ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ତାପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ମଧ୍ୟ ଉଭୟଙ୍କୁ କିଛି ଫିଲ୍ମ ଏବଂ ଡିନର ଡେଟରେ ନଜର ଆସିଥିଲେ । ତେବେ ବର୍ତ୍ତମାନ ଏହି କପଲ ନିଜ ସମ୍ପର୍କକୁ ସ୍ବୀକାର କରିଛନ୍ତି । ତେବେ ଉଭୟ ରିଲ୍‌ ଲାଇଫ ନୁହଁ ରିଅଲ ଲାଇଫ ଯୋଡ଼ି ହୋଇଥିବାରୁ ଫିଲ୍ମରେ ତାଙ୍କ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି ।

For All Latest Updates

ABOUT THE AUTHOR

...view details