ଓଡିଶା

odisha

By

Published : Aug 11, 2023, 8:17 PM IST

ETV Bharat / entertainment

Aakhri Sach: ଜେଲର ପରେ ଓଟିଟିରେ ଜଲୱା ଦେଖାଇବେ ତମନ୍ନା, ଟ୍ରେଲର ସହ ନୂଆ ସିରିଜର ଘୋଷଣା

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଜେଲର ପରେ ପୁଣି ଓଟିଟିରେ ଜଲୱା ଦେଖାଇବେ ତମନ୍ନା ଭାଟିଆ । ଆଗାମୀ ସିରିଜ 'ଆଖରି ସଚ୍ଚ'ରେ ନଜର ଆସିବେ ଅଭିନେତ୍ରୀ । ଫିଲ୍ମର ଟ୍ରେଲର ରିଲିଜ କଲେ ନିର୍ମାତା । ଅଧିକ ପଢନ୍ତୁ

ଜେଲର ପରେ ଓଟିଟିରେ ଜଲୱା ଦେଖାଇବେ ତମନ୍ନା, ଟ୍ରେଲର ସହ ନୂଆ ସିରିଜର ଘୋଷଣା
ଜେଲର ପରେ ଓଟିଟିରେ ଜଲୱା ଦେଖାଇବେ ତମନ୍ନା, ଟ୍ରେଲର ସହ ନୂଆ ସିରିଜର ଘୋଷଣା

ହାଇଦ୍ରାବାଦ:ଜେଲର ପରେ ଏବେ ଓଟିଟିରେ ଧମାକା କରିବେ ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ । ତାଙ୍କର ନୂଆ ଧାରାବାହିକ 'ଆଖରି ସଚ'ର ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଥ୍ରୀଲର ସିରିଜ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବ । ଏହି ସିରିଜଟି କିଛି ବର୍ଷ ପୂର୍ବେ ଦିଲ୍ଲୀର ବୁରାରୀରେ ଘଟିଥିବା ଲୋମଟାଙ୍କୁରା ଘଟଣା ଉପରେ ଆଧାରିତ । ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିଲେ । ତେବେ ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତା ଟ୍ରେଲର ରିଲିଜ କରିବା ସହ ଏହା କେବେ ରିଲିଜ ହେବ କହିଛନ୍ତି ।

ତମନ୍ନା ଭାଟିଆଙ୍କ ଏହି ୱେବ୍ ସିରିଜର ସବିଶେଷ ତଥ୍ୟ ହଟଷ୍ଟାର୍ ପ୍ଲସରେ ମଧ୍ୟ ସେୟାର କରାଯାଇଛି। ଟ୍ରେଲର ସହ କ୍ୟାପସନରେ ଏହା ଲେଖାଯାଇଛି ଯେ, "ଏହି ଲୋମଟାଙ୍କୁରା କାହାଣୀ ଯେଉଁଥିରେ ଗୋଟିଏ ପରିବାରର ଗଭୀର ରହସ୍ୟ ଲୁଚି ରହିଥିଲା । ଏହା ବ୍ୟତୀତ ଏହାର ଅନୁସନ୍ଧାନ ମଧ୍ୟ ହୃଦୟ ବିଦାରକ ଥିଲା । ତେବେ ଏହି ପୁରା ଘଟଣାକ୍ରମକୁ ଏହି ସିରିଜରେ ଦର୍ଶାଯାଇଛି । ପ୍ରଶଂସକମାନେ ମଧ୍ୟ ଏହି ସିରିଜର ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି ।"

'ଆଖରି ସଚ୍ଚ'ରେ, ତମନ୍ନା ଏହି ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଟ୍ରେଲର ଅନୁଯାୟୀ, ଘଟଣାକ୍ରମରେ ଅନେକ ପରିବର୍ତ୍ତନ କରାଯାଇଛି । 11ଟି ମୃତଦେହ, ଘରର କବାଟ ଏବଂ ଝରକା ସଂଖ୍ୟା 11 ଥିବା ଦେଖିବାକୁ ମିଳିଛି । ଏହି ଘଟଣାର ସମାଧାନ ପଛରେ ଲାଗିପଡିଛନ୍ତି ତମନ୍ନା। ତେବେ ଏହାକୁ ଦେଖି ସିରିଜଟି ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ, ନେଟଫ୍ଲିକ୍ସ ଏହି ଘଟଣା ଉପରେ ଏକ ହାଉସ୍ ଅଫ୍ ସିକ୍ରେଟ୍ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଏଥିରେ ଏହି କାହାଣୀକୁ ପ୍ରକୃତ ଫୁଟେଜ୍ ସହ ଦର୍ଶାଯାଇଛି।

ଏହି ଧାରାବାହିକଟି ସୌରଭ ଦେ' ଲେଖିଥିବା ବେଳେ ରବି ଗ୍ରୋବାଲ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ନିର୍ବିକାର ଚଳଚ୍ଚିତ୍ର ଦ୍ୱାରା ଏହା ନିର୍ମିତ । ଅଗଷ୍ଟ 25ରୁ ଡିଜନି ପ୍ଲସ୍ ହଟଷ୍ଟାରରେ ଏହି ଧାରାବାହିକ ଷ୍ଟ୍ରିମିଂ ହେବ। ଏହି ଧାରାବାହିକରେ ଅଭିଷେକ ବାନାର୍ଜୀ, ଶିବିନ ନାରଙ୍ଗ, ଦାନିଶ ଇକବାଲ, ନିଶୁ ଦୀକ୍ଷିତ, କ୍ରିତି ବିଜୟ ଏବଂ ସଞ୍ଜୀବ ଚୋପ୍ରା ପ୍ରମୁଖ ଭୂମିକାରେ ଅଭିନୟ କରିବେ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ କମାଲ କଲା ରଜନୀକାନ୍ତଙ୍କ ଫିଲ୍ମ, ପ୍ରଥମ ଦିନରେ 50 କୋଟି ପାର୍

ତମନ୍ନାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଅଗଷ୍ଟ 10ରେ ରିଲିଜ ହୋଇଥିବା ଫିଲ୍ମ ଜେଲରରେ ରଜନୀକାନ୍ତଙ୍କ ବିପକ୍ଷରେ ନଜର ଆସିଛନ୍ତି ତମନ୍ନା। ପ୍ରଥମ ଦିନରେ 50କୋଟିରୁ ଅଧିକ କଲେକ୍ସନ କରି ସଫଳତା ହାସଲ କରିଛି । ଖୁବଶୀଘ୍ର ଏହା 100କୋଟି କ୍ଲବରେ ସାମିଲ ହୋବାକୁ ଯାଉଛି । ଅନ୍ୟପକ୍ଷରେ ତମନ୍ନା ଆଗାମୀ ପ୍ରୋଜେକ୍ଟ ମାଲାୟାଲମ୍ ଚଳଚ୍ଚିତ୍ର ବାନ୍ଦ୍ରା, ତାମିଲ ଚଳଚ୍ଚିତ୍ର ଅରନମନଇ 4 ଏବଂ ଜନ୍ ଅବ୍ରହାମଙ୍କ ସହ ହିନ୍ଦୀ ଫିଲ୍ମ 'ବେଦା'ରେ ନଜର ଆସିବେ ।

ABOUT THE AUTHOR

...view details