ହାଇଦ୍ରାବାଦ: ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ତମନ୍ନା ଭାଟିଆଙ୍କୁ ଗଣାଯାଏ । ଅଭିନୟ ବ୍ୟତୀତ, ତମନ୍ନା ଅନେକ ସମୟରେ ତାଙ୍କ ଆକର୍ଷଣୀୟ ଅନ୍ଦାଜରେ ଫ୍ୟାନ୍ସଙ୍କ ଧଡକନ ବଢାଇ ଦିଅନ୍ତି । ବର୍ତ୍ତମାନ ଶୁଣିବାକୁ ମିଳୁଛି ଅଭିନେତ୍ରୀଙ୍କ ଘରେ ଖୁବ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି । ରିପୋର୍ଟ ମୁତାବକ ଅଭିନେତ୍ରୀ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ, ଏହି ଖବର ଉପରେ ନୀରବତାକୁ ଭାଙ୍ଗି (Tamannaah Bhatia Break Silence) ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜବରଦସ୍ତ ଉତ୍ତର ଦେଇଛନ୍ତି।
ବାସ୍ତବରେ, ତମନ୍ନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଷ୍ଟୋରୀ ସେୟାର କରିଛନ୍ତି । ଏହି ଭିଡିଓରେ, ଅଭିନେତ୍ରୀ ସମସ୍ତ ଗୁଜବ ଉପରେ ଏକ ମଜାଳିଆ ଢଙ୍ଗରେ ବ୍ରେକ ଲଗାଇଛନ୍ତି । ଏକ ଭିଡିଓରେ ଅଭିନେତ୍ରୀ ଶାଢୀରେ ନଜର ଆସିଛନ୍ତି । ଯେତେବେଳେ କି, ଦ୍ୱିତୀୟ ଭିଡିଓରେ ସେ କୋଠରୀରୁ ପୁଅ ହୋଇ ବାହାରୁଛନ୍ତି । ଏହି ଭିଡିଓରେ ତମନ୍ନା ମଧ୍ୟ ଏକ ମୁଦି ପିନ୍ଧିଛନ୍ତି ଏବଂ ନିଶ ଲଗାଇଛନ୍ତି । ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ‘ଏହା ମୋର ବ୍ୟବସାୟୀ ସ୍ୱାମୀ ।’ ଏହା ବ୍ୟତୀତ ଅଭିନେତ୍ରୀ ହ୍ୟାସଟ୍ୟାଗରେ ମଧ୍ୟ ଲେଖିଛନ୍ତି, ‘ସମସ୍ତେ ମୋ ଜୀବନର ସ୍କ୍ରିପ୍ଟ ଲେଖୁଛନ୍ତି’। ପ୍ରଶଂସକମାନେ ମଧ୍ୟ ତମନ୍ନାଙ୍କ ଏହି ମଜାଳିଆ ପ୍ରତିକ୍ରିୟାକୁ ବହୁତ ପସନ୍ଦ କରୁଛନ୍ତି।