ଓଡିଶା

odisha

ETV Bharat / entertainment

Khufiya Trailer: ଦମଦାର ଟ୍ରେଲର ରିଲିଜ, ର’ ଏଜେଣ୍ଟ ଭୂମିକାରେ ତବ୍ବୁ - Tabu Ali Fazal

ବଲିଉଡ ଅଭିନେତ୍ରୀ ତବ୍ବୁ, ଅଲି ଫଜଲ ଏବଂ ବାମିକା ଗବ୍ବି ଅଭିନୀତ ଫିଲ୍ମ 'ଖୁଫିଆ'ର ଟ୍ରେଲର ମୁକ୍ତିଲାଭ କରିଛି । ଅକ୍ଟୋବର 5 ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଫିଲ୍ମ 'ଖୁଫିଆ' ରିଲିଜ ହେବ । ଅଧିକ ପଢନ୍ତୁ

ଖୁଫିଆ
ଖୁଫିଆ

By ETV Bharat Odisha Team

Published : Sep 18, 2023, 2:22 PM IST

ମୁମ୍ବାଇ: ବିଶାଲ ଭରଦ୍ୱାଜଙ୍କ ଫିଲ୍ମ 'ଖୁଫିଆ'ର ଟ୍ରେଲର ମୁକ୍ତିଲାଭ କରିଛି । ଏଥିରେ ବଲିଉଡ ଅଭିନେତ୍ରୀ ତବ୍ବୁ ଏବଂ ଅଲି ଫଜଲଙ୍କ ଅବତାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହା ଏକ ଗୁପ୍ତଚର ଥ୍ରୀଲର, ଯାହା ଏକ ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ତବ୍ବୁ ର’ର ଜଣେ ଏଜେଣ୍ଟ ହୋଇଥିବାବେଳେ ଅଲି ଫଜଲ ଜଣେ ଦେଶଦ୍ରୋହୀ ଭୂମିକାରେ ଅଛନ୍ତି, ଯିଏ ର’ରେ ରହିବା ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରୁଛନ୍ତି । ଅକ୍ଟୋବର 5 ତାରିଖରେ ନେଟଫ୍ଲିକ୍ସରେ ଫିଲ୍ମ 'ଖୁଫିଆ' ମୁକ୍ତିଲାଭ କରିବ ।

ଖୁଫିଆର ଟ୍ରେଲରକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଏହାକୁ ଏକ 'ମାଷ୍ଟରପିସ୍' ବୋଲି କହୁଛନ୍ତି । ତବ୍ବୁ ଏବଂ ଅଲି ଫଜଲଙ୍କ ଅଭିନୟ ସହିତ ରୋମାଞ୍ଚ ଏବଂ ସସପେନ୍ସ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଟ୍ରେଲରରେ ତବ୍ବୁ ଦେଶଦ୍ରୋହୀମାନଙ୍କୁ ଖୋଜିବା ଏବଂ ସେମାନଙ୍କୁ ଧରିବା ପାଇଁ ଏକ ଦୌଡ଼ରେ ସୋମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Animal Teaser Release Date: ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ ଉପହାର ଦେବେ ରଣବୀର କପୁର

ଏକ ପ୍ରକୃତ ଘଟଣା ଉପରେ ଆଧାରିତ 'ଖୁଫିଆ', ଟ୍ରେଲରରେ କ’ଣ ଅଛି ?

'ଖୁଫିଆ' Escape to Nowhere ନାମକ ପୁସ୍ତକ ଉପରେ ଆଧାରିତ । ଟ୍ରେଲର ର’ରୁ ଆରମ୍ଭ ହୋଇଛି । ସମ୍ଭାବ୍ୟ ଲିକ୍ ବିଷୟରେ ଅଧିକାରୀମାନେ କଥା ହେଉଛନ୍ତି । ଗୁପ୍ତଚର ଭୂମିକାରେ ଅଭିନୟ କରୁଥିବା ତବ୍ବୁ ଏକ ଖତରନାକ ମିସନ୍‌ ଅଛନ୍ତି । ସେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ର’ଭିତରେ କିଏ ଅନୁପ୍ରବେଶକାରୀ ଥାଇପାରେ ଯିଏ ଦେଶ ବିରୁଦ୍ଧରେ ଯାଉଛି । ତବୁଙ୍କ ସନ୍ଦେହ ଅଲି ଫଜଲଙ୍କ ଚରିତ୍ର ଉପରେ ପଡିଛି, ଯାହାକୁ ସେ ଦେଶଦ୍ରୋହୀ ବୋଲି ବିବେଚନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:‘ଭୁଲ ଭୁଲୈୟା 2’ ସେଟରେ ତବ୍ବୁ, ସ୍ବାଗତ କଲେ କାର୍ତ୍ତିକ

'ଖୁଫିଆ'ର ପ୍ରଶଂସା କରିଛନ୍ତି ଫ୍ୟାନ୍ସ

ର’ ଏଜେଣ୍ଟ ଅଲି ଫଜଲଙ୍କ ଉପରେ ନଜର ରଖିବା ଆରମ୍ଭ କରନ୍ତି । ସେମାନେ ତାଙ୍କର ପ୍ରତ୍ୟେକ ପଦକ୍ଷେପ ଏବଂ କାର୍ଯ୍ୟକଳାପ ଉପରେ ନଜର ରଖନ୍ତି । କିନ୍ତୁ ଅଲି ଫଜଲଙ୍କ ଚରିତ୍ର ପ୍ରକୃତରେ ଦେଶଦ୍ରୋହୀ ଯାହାକୁ ର’ ଖୋଜୁଛି ? ନା ଏହା ଅନ୍ୟ କେହି ? ଅକ୍ଟୋବର 5ରେ ଏହା ଖୁଲାସା ହେବ । ପ୍ରଶଂସକମାନେ 'ଖୁଫିଆ'ର ଟ୍ରେଲରକୁ ପ୍ରଶଂସା କରିବାରେ ଥକି ନାହାନ୍ତି । ୟୁଟ୍ୟୁବରେ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ କହିଛନ୍ତି, ବିଶାଲ ଭରଦ୍ୱାଜ ଏବଂ ତବ୍ବୁ ଏକ ମାରାତ୍ମକ କମ୍ବୋ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଏଭଳି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଉଚିତ୍ । ଏହା ଏକ ସଂପୂର୍ଣ୍ଣ ମାଷ୍ଟରପିସ୍ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ବିଶାଲ ଭରଦ୍ୱାଜ ସାର୍‌ଙ୍କ ଆଉ ଏକ ମାଷ୍ଟରପିସ୍।

ABOUT THE AUTHOR

...view details