ଓଡିଶା

odisha

ETV Bharat / entertainment

Talli: ଆସିଲା ଟ୍ରେଲର, ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ସଂଘର୍ଷର କାହାଣୀ କହିବେ ସୁସ୍ମିତା ସେନ - ସୁସ୍ମିତା ସେନ

ଏକ ଦମଦାର ଟିଜର ପରେ ସୁସ୍ମିତା ସେନଙ୍କ ଅଭିନୀତ ଫିଲ୍ମ ତାଲିର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିବେ ସୁସ୍ମିତା ସେନ୍‌ । ତେବେ ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ସୁସ୍ମିତା ସେନ୍‌ ମଧ୍ୟ ଫିଲ୍ମର ଟ୍ରେଲର ରିଲିଜ ସେୟାର କରିଛନ୍ତି । ଅଧିକ ପଢନ୍ତୁ

Talli: ଆସିଲା ଟ୍ରେଲର, ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ସଂଘର୍ଷର କାହାଣୀ କହିବେ ସୁସ୍ମିତା ସେନ
Talli: ଆସିଲା ଟ୍ରେଲର, ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ସଂଘର୍ଷର କାହାଣୀ କହିବେ ସୁସ୍ମିତା ସେନ

By

Published : Aug 7, 2023, 5:29 PM IST

ହାଇଦ୍ରାବାଦ:ଫିଲ୍ମ 'ତାଲି'କୁ ନେଇ ଶିରୋନାମାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ । ପୂର୍ବତନ ମିସ୍ ୟୁନିଭର୍ସ ତାଲିରେ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିବେ । ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଟ୍ରେଲରକୁ ରିଲିଜ କରିଛନ୍ତି ନିର୍ମାତା । ସେପଟେ ସୁସ୍ମିତା ମଧ୍ୟ ନିଜ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛନ୍ତି ।

2 ମିନିଟ୍ 9 ସେକେଣ୍ଡର ଟ୍ରେଲରରେ ଗୌରୀ ଭୂମିକାରେ ନଜର ଆସିଥିବା ସୁସ୍ମିତା ସେନ୍‌ କୁହନ୍ତି, ମୁଁ ଗୌରୀ, ଏହି କାହାଣୀ ମୋ ପରି ଅନେକ ଲୋକଙ୍କର ଅଟେ । କାରଣ ଏହି ଗୌରୀ ମଧ୍ୟ କେବେ ଗଣେଶ ଥିଲେ । ସମାଜରେ ଟ୍ରାନ୍ସଜେଣ୍ଡରକୁ ବର୍ତ୍ତମାନ ଅଧିକାର ମିଳିଛି । ମୁଁ ଏବେ ଏକ ନୂତନ ପରିଚୟ ପାଇଛି । କିନ୍ତୁ ଏକ ସମୟ ଥିଲା ଯେତେବେଳେ ଆମକୁ ସମାଜରେ କୌଣସି ମାନ୍ୟତା ଦିଆଯାଇନଥିଲା । ଏହି କାହାଣୀର ଆରମ୍ଭ ଶୂନରୁ ଆରମ୍ଭ ହୋଇଛି ଏବଂ ତା’ପରେ ଦର୍ଶାଯାଇଛି ଯେ ଟ୍ରାନ୍ସଜେଣ୍ଡରମାନଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ କିପରି ସଂଘର୍ଷ ବା ଲଢେଇ ହୋଇଥିଲା ।

ତେବେ ଏହି ଟ୍ରେଲରକୁ ସୁସ୍ମିତା ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଲେଖିଛନ୍ତି, "ଗୌରୀ ଆସି ଯାଇଛିି ସ୍ବାଭିମାନ, ସମ୍ମାନ ଏବଂ ସ୍ବତନ୍ତ୍ରତାର କାହାଣୀ ନେଇ । ଏହା ସେୟାର ହେବା ପରେ ଫ୍ୟାନ୍ସ ଏବଂ ତାରକା ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଏହି ଚଳଚ୍ଚିତ୍ରଟି ଆତ୍ମାର ସମ୍ମାନ, ସମ୍ମାନ ଏବଂ ସ୍ବାଧୀନତାକୁ ଦୋହରାଇବ । ଅନ୍ୟ ଜଣେ ଲେଖିଛନ୍ତି: "ମା ଦୁର୍ଗା ତୁମକୁ ତାଙ୍କର ସମସ୍ତ ଆଶୀର୍ବାଦ ଦିଅନ୍ତୁ । ଆପଣଙ୍କ କଳା, ଉତ୍ସାହ ଏବଂ ଜ୍ଞାନ ଆମକୁ ଆଶାର କିରଣ ଦେଇଥାଏ । ଆପଣଙ୍କୁ ବହୁତ ଭଲ ପାଏ ।

ମୁମ୍ବାଇର ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତ ଗଣେଶ ଭାବରେ ଜନ୍ମଗ୍ରହଣ କରି ପୁନେରେ ବଢିଥିଲେ । ସେ 2013 ରୁ ନ୍ୟାସନାଲ ଲିଗାଲ୍ ସର୍ଭିସେସ୍ ଅଥୋରିଟି (NALSA) ମକଦ୍ଦମାରେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁଥିରେ ସୁପ୍ରିମକୋର୍ଟ ଟ୍ରାନ୍ସଜେଣ୍ଡର ଲୋକଙ୍କୁ ତୃତୀୟ ଲିଙ୍ଗ ଭାବରେ ସ୍ୱୀକୃତି ଦେଇଥିଲେ । 2014ରେ ଏହି ଐତିହାସିକ ରାୟ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସୁସ୍ମିତା କହିଲେ ଜୀବନର ମହତ୍ବ ଜାଣି ପାରିଛି, ହୃଦଘାତର ଶିକାର ହୋଇଥିଲେ

ଅର୍ଜୁନ ସିଂ ବାରନ ଏବଂ କର୍ତ୍ତକ ଡି ନିଶାନ୍ଦରଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରବି ଯାଦବ ନିର୍ଦ୍ଦେଶନା ଦେଇଛନ୍ତି । ଏହା କିତିଜ୍‌ ପଟୱର୍ଦ୍ଦନଙ୍କ ଦ୍ୱାରା ଲିଖିତ ଏବଂ ଅର୍ଜୁନ ସିଂ ବାରନ, କର୍ତ୍ତକ ଡି ନିଶାନ୍ଦର (ଜିଏସଏମଏସ ପ୍ରଡକ୍ସନ୍) ଏବଂ ଆଫିଫା ନାଡିଆଡୱାଲା ଦ୍ୱାରା ନିର୍ମିତ ଫିଲ୍ମ । ଅଗଷ୍ଟ 15ରେ ଜିଓ ସିନେମାରେ ତାଲି ଫ୍ରି ଷ୍ଟ୍ରିମିଂ ହେବ । ଏହି ଫିଲ୍ମ ବ୍ୟତୀତ ସୁସ୍ମିତା ଡିଜନି +ହଟଷ୍ଟାରରେ ଷ୍ଟ୍ରିମିଂ ହେବାକୁ ଥିବା ଆର୍ଯ୍ୟ ସିଜନ-3 ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details