ଓଡିଶା

odisha

ETV Bharat / entertainment

ଜନ୍ମଦିନରେ ପାକ୍ ସୁପ୍ରିମକୋର୍ଟର ପ୍ରଶଂସା କରି ଫସିଲେ ସ୍ୱରା ଭାସ୍କର - ୟୁଜର୍ସଙ୍କ ଟାର୍ଗେଟରେ ସ୍ୱରା ଭାସ୍କର

ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡର ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଆଜି ଜନ୍ମଦିନ। ଜନ୍ମଦିନ ଭଳି ବଡ ଦିନରେ ପୁଣି ଥରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟାର୍ଗେଟରେ ଆସିଛନ୍ତି ସ୍ବରା । ଅଧିକ ପଢନ୍ତୁ

ଜନ୍ମଦିନରେ ପାକ୍ ସୁପ୍ରିମକୋର୍ଟର ପ୍ରଶଂସା କରି ଫସିଲେ ସ୍ୱରା ଭାସ୍କର
ଜନ୍ମଦିନରେ ପାକ୍ ସୁପ୍ରିମକୋର୍ଟର ପ୍ରଶଂସା କରି ଫସିଲେ ସ୍ୱରା ଭାସ୍କର

By

Published : Apr 9, 2022, 3:17 PM IST

ହାଇଦ୍ରାବାଦ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡର ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଆଜି ଜନ୍ମଦିନ। ସ୍ବରା ଆଜି ତାଙ୍କର 34ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଭଳି ବଡ ଦିନରେ ପୁଣି ଥରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟାର୍ଗେଟରେ ଆସିଛନ୍ତି ସ୍ବରା । ଏଥର ଅଭିନେତ୍ରୀ ପାକିସ୍ତାନ ଉପରେ ପ୍ରତିକ୍ରିୟା ଦେଇ ଫସି ଯାଇଛନ୍ତି।

ପାକିସ୍ତାନ ରାଜନୀତିରେ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସୁପ୍ରିମକୋର୍ଟ ଜାତୀୟ ସଭାର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ଡେପୁଟି ବାଚସ୍ପତି କାସୀମ ଖାନ ସୁରିଙ୍କ ଦ୍ବାରା ଭୋଟ୍ ନଦେଇ ବିରୋଧୀ ଦଳର କୌଣସି ଆତ୍ମବିଶ୍ୱାସର ଆଭିମୁଖ୍ୟକୁ ଖାରଜ କରି ଜାତୀୟ ବିଧାନସଭା ଭଙ୍ଗକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଅଭିନେତ୍ରୀ ସ୍ୱରା ଭାସ୍କର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସ୍ୱରା ଭାସ୍କର ଟ୍ୱିଟରରେ ଲେଖିଛନ୍ତି ଯେ- ଏମିତି ଲାଗୁଛି କି, ପାକିସ୍ତାନର ସୁପ୍ରିମକୋର୍ଟ ନିଜ ଦେଶ ତଥା ନାଗରିକଙ୍କ ପାଇଁ ଛିଡା ହୋଇଛନ୍ତି, ସେମାନଙ୍କ ସରକାର ପାଇଁ ନୁହେଁ। ତେଣୁ ଏହା ସମ୍ଭବ। ବର୍ତ୍ତମାନ ସ୍ୱରା ଭାସ୍କରଙ୍କ ଏହି ଟ୍ୱିଟରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଶେହଜାଦ୍ ହମିଦ୍ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ପାକିସ୍ତାନର ସୁପ୍ରିମକୋର୍ଟ, ଭାରତର କିଛି ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ମାନଦଣ୍ଡକୁ ବଜାୟ ରଖିବା ପାଇଁ ବିଚାରପତିଙ୍କୁ ପ୍ରେରଣା ଯୋଗାଇ ପାରିବେ ବୋଲି ଆଶା କରୁଛି। ବିତିକା ବର୍ମା ନାମକ ଜଣେ ୟୁଜର ଲେଖିଛନ୍ତି ଯେ 'ଆରେ ଆପଣ ଏହା ବହୁତ ଜଣା କେଉଁ କୋର୍ଟ କାହା ପାଇଁ କି କାର୍ଯ୍ୟ କରୁଛି । ଆଚ୍ଛା, ତୁମେ କେବେ ପଡୋଶୀ ଦେଶ ଯାଉଛ, ଖାନ ଟିକେଟ୍ ପଠାଇଛ ଦେଇଛନ୍ତି କି ?'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details