ଓଡିଶା

odisha

ETV Bharat / entertainment

ବିବାହର 5 ମାସ ପରେ ଖୁସି ଖବର ଦେଲେ ସ୍ବରା, ଦେଖାଇଲେ ବେବି ବମ୍ପ - ସ୍ୱରା ଭାସ୍କର ଏବଂ ଫହାଦ୍ ଅହମ୍ମଦ

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମା' ହେବାକୁ ଯାଉଛନ୍ତି ଅଭିନେତ୍ରୀ । ସୋସିଆଲ ମିଡିଆରେ ସ୍ୱାମୀ ଫହାଦ୍ ଅହମ୍ମଦଙ୍କ ସହ ନିଜ ବେବି ବମ୍ପ ଲୁକ ଫଟୋ ସେୟାର କରି ଏହି ଗୁଡ ନ୍ୟୁଜ ଦେଇଛନ୍ତି ସ୍ବରା । ଅଧିକ ପଢନ୍ତୁ,

ସ୍ୱରା ଭାସ୍କରଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ବମ୍ପ ଲୁକ ସେୟାର କରି ଦେଲେ ଗୁଡ ନ୍ୟୁଜ
ସ୍ୱରା ଭାସ୍କରଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ବମ୍ପ ଲୁକ ସେୟାର କରି ଦେଲେ ଗୁଡ ନ୍ୟୁଜ

By

Published : Jun 7, 2023, 7:16 AM IST

ମୁମ୍ବାଇ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସ୍ୱରା ଭାସ୍କର ଏବଂ ଫହାଦ୍ ଅହମ୍ମଦଙ୍କ ଘରକୁ ଆସିବେ ନୂଆ ଅତିଥି । ସୋସିଆଲ ମିଡିଆରେ ସ୍ୱାମୀ ଫହାଦ୍ ଅହମ୍ମଦଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏହି ଗୁଡ ନ୍ୟୁଜ ଦେଇଛନ୍ତି ସ୍ବରା । ଫଟୋରେ ସ୍ବରା ବେବି ବମ୍ପ ଲୁକ ମଧ୍ୟ ଦେଖାଇଛନ୍ତି । ଏହି ଫଟୋ ସେୟାର ହେବା ପରେ ଅନେକ ତାରକାଙ୍କ ସମେତ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱରା ନିଜ ଇନଷ୍ଟାଗ୍ରାମରେ ସ୍ୱାମୀ ଫହାଦ୍ ଅହମ୍ମଦଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସ୍ବରାଙ୍କ ବେବି ବମ୍ପ ଲୁକ ମଧ୍ୟ ଦେଖିବାକୁ ମିଳିଛି । ଫଟୋରେ ସ୍ବରା ପିଙ୍କ ରଙ୍ଗର ଫ୍ରକରେ ନଜର ଆସିଥିବା ବେଳେ ସ୍ୱାମୀ ଫହାଦ ଅହମ୍ମଦ ୟେଲୋ ଆଉଟଫିଟରେ ନଜର ଆସିଛନ୍ତି । ଫଟୋ ଗୁଡିକ ସେୟାର କରି ସ୍ୱରା ଲେଖିଛନ୍ତି, ବେଳେବେଳେ ତୁମର ସମସ୍ତ ପ୍ରାର୍ଥନାର ଉତ୍ତର ଏକ ସମୟରେ ମିଳିଯାଏ । ଆମ୍ଭେ ଏକ ନୂତନ ଦୁନିଆରେ ପାଦ ଦେବାକୁ ଯାଉଥିବାରୁ ଆଶୀର୍ବାଦ, କୃତଜ୍ଞତା କାମନା କରିବା ସହ ଉତ୍ସାହିତ ଅଛୁ ।

ଏଥିସହ ସ୍ୱରା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କର ଅକ୍ଟୋବରରେ ଡେଲିଭରି ହେବ । ସେହି ଅନୁଯାୟୀ, ସ୍ୱରା ପାଞ୍ଚ ମାସର ଗର୍ଭବତୀ ଅଟନ୍ତି । ସ୍ୱରାଙ୍କ ଠାରୁ ଏହି ଖୁସି ଖବର ଶୁଣି ପରିବାର ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସମ୍ପର୍କୀୟ, ଅନେକ ତାରକାଙ୍କ ସମେତ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉ କି, 34 ବର୍ଷୀୟ ସ୍ବରା ପ୍ରଥମ ଥର ପାଇଁ CAA ବିରୋଧରେ ଆନ୍ଦୋଳନ ସମୟରେ ସମାଜବାଦୀ ପାର୍ଟୀ ନେତା ଫହାଦ ଅହମ୍ମଦଙ୍କୁ ଭେଟିଥିଲେ ଏବଂ ଦୀର୍ଘ ସମୟର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପରେ ଉଭୟେ ବିବାହ କରିବାକୁ ସ୍ଥିର କଲେ । ସ୍ୱରା ଜାନୁଆରୀ 6ରେ ଫହାଦ୍ ଅହମ୍ମଦଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ପରେ ଫେବୃଆରୀ 16ରେ ଉଭୟ ହିନ୍ଦୁ ରୀତିନୀତିରେ ପୁଣି ବିବାହ କରିଥିଲେ । ନୂଆଦିଲ୍ଲୀରେ ସପରିବାର, ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ସମାରୋହର ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ସ୍ବରା । ମାର୍ଚ୍ଚ 16ରେ ଉଭୟ ଗ୍ରାଣ୍ଡ ରିସ୍ପେସନର ଆୟୋଜନ କରିଥିଲେ । ଏଥିରେ ରାହୁଲ ଗାନ୍ଧୀ, ଜୟା ବଚ୍ଚନଙ୍କ ସମେତ ଅନେକ ତାରକା ସାମିଲ ହୋଇଥିଲେ । ତେବେ ବର୍ତ୍ତମାନ ମା' ହେବାକୁ ଯାଉଛନ୍ତି ସ୍ବରା । ଏନେଇ ସ୍ବରା ଏବଂ ଫହାଦ ବେଶ ଖୁସି ଥିବା ଜଣାପଡିଛି ।

ABOUT THE AUTHOR

...view details