ଓଡିଶା

odisha

ETV Bharat / entertainment

ଝିଅ ଆଲିସାଙ୍କ ଜନ୍ମଦିନର ଭିଡିଓ ସେୟାର କଲେ ସୁସ୍ମିତା ସେନ୍, ନଜର ଆସିଲେ ପୂର୍ବତନ ପ୍ରେମିକ ରୋହମନ - Alisah Sen birthday

ସୁସ୍ମିତା ସେନ୍‌ଙ୍କ ଝିଅ ଆଲିସା ସେନ୍ ତାଙ୍କର 14 ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ବିଶେଷ ଉତ୍ସବରେ ଅଭିନେତ୍ରୀ ତାଙ୍କ ଝିଅର ଏକ ସୁନ୍ଦର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି । ଏହି ଭିଡିଓରେ ସୁସ୍ମିତାଙ୍କ ପୂର୍ବତନ ପ୍ରେମିକ ରୋହମନ୍‌ ଶାଲ ମଧ୍ୟ ନଜର ଆସିଛନ୍ତି । ଅଧିକ ପଢ଼ନ୍ତୁ

ଆଲିସାଙ୍କ ଜନ୍ମଦିନ
ଆଲିସାଙ୍କ ଜନ୍ମଦିନ

By ETV Bharat Odisha Team

Published : Aug 29, 2023, 10:24 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ସାନ ଝିଅ ଆଲିସାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଆଲିସାଙ୍କୁ 14 ବର୍ଷ ବୟସ ହୋଇଛି । ଏହି ବିଶେଷ ଉତ୍ସବରେ ଅଭିନେତ୍ରୀ ତାଙ୍କ ଲାଡଲିଙ୍କ ପାଇଁ ଏକ ସୁନ୍ଦର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି ।

ଅଭିନେତ୍ରୀ ଆଲିସାଙ୍କ ରିଲ୍ ସେୟାର କରି ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ମୋ ଜୀବନର ଲଭ୍‌ ! ଭଗବାନ ତୁମକୁ କେତେ ସ୍ବତନ୍ତ୍ର କରିଛନ୍ତି ଏବଂ ତୁମ ମାଆ ହେବାର ଏହି ସୌଭାଗ୍ୟ ।" ମୋତେ ଏହାଠାରୁ ଅଧିକ ଗର୍ବ ହୋଇପାରିବ ନାହିଁ ଆଲିସା, ମୁଁ ତୁମକୁ ବହୁତ ଭଲ ପାଏ ଶୋନା । # apowerfuldestinyawaits # duggadugga #angel #maa।" ଏହି ଭିଡିଓରେ ଆଲିସାଙ୍କ ନାନା-ନାନୀ ଅର୍ଥାତ ସୁସ୍ମିତା ସେନଙ୍କ ପିତାମାତା, ବଡ଼ ଭଉଣୀ ରେନି ଏବଂ ସୁସ୍ମିତାଙ୍କ ପୂର୍ବତନ ପ୍ରେମିକ ମଧ୍ୟ ନଜର ଆସିଛନ୍ତି ।

ଉଲ୍ଲେଖନୀୟ ଯେ, ଆଲିସା ତାଙ୍କ ଅଧ୍ୟୟନ ପାଇଁ ବିଦେଶରେ ଅଛନ୍ତି । ଅତୀତରେ ସେ ତାଙ୍କ ମାଆଙ୍କ ସହ ପ୍ୟାରିସ ଯାତ୍ରା କରିବାକୁ ଯାଇଥିଲେ । ସୁସ୍ମିତା ତାଙ୍କ ଝିଅ ସହିତ ସ୍ମରଣୀୟ ମୁହୂର୍ତ୍ତ ସାଉଁଟିବାକୁ ଚାହୁଁଥିଲେ ଯାହାଦ୍ବାରା ଯେତେବେଳେ ତାଙ୍କ ଝିଅ ଅଧ୍ୟୟନ କରିବାକୁ ବିଦେଶ ଯିବେ, ସେତେବେଳେ ସେ ଏହି ମୁହୂର୍ତ୍ତଗୁଡ଼ିକୁ ମନେ ପକାଇବେ । ଯଦିଓ ସୁସ୍ମିତା ଏକଥା କେବେ କହିନାହାନ୍ତି ଯେ, ଆଲିଶା କେଉଁ ପାଠ ପଢିବାକୁ ଏବଂ କେଉଁ ଦେଶ ଯାଉଛନ୍ତି, କିନ୍ତୁ ଏହି ସମୟରେ ସେ ନିଶ୍ଚିତ ଭାବରେ ଖୁସି ଥିବା ସ୍ପଷ୍ଟ ଜଣାପଡୁଛି ।

ଏହା ମଧ୍ୟ ପଢନ୍ତୁ: Taali: ପରଦାରେ ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷ କାହାଣୀ

ସୁସ୍ମିତା ସେନଙ୍କର ଦୁଇଟି ଝିଅ ଅଛନ୍ତି । ସେ ଉଭୟଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । 24 ବର୍ଷ ବୟସରେ ସେ ବଡ଼ ଝିଅ ରେନି ସେନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ସେଠାରେ ଥିବାବେଳେ ସେ ତାଙ୍କର ଦ୍ୱିତୀୟ ଝିଅ ଆଲିସାଙ୍କୁ 2010 ମସିହାରେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତେବେ ପ୍ରାରମ୍ଭରେ ସୁସ୍ମିତାଙ୍କ ମାଆ ତାଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ। ନିକଟରେ ଅଭିନେତ୍ରୀ ଏହା ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ତାଙ୍କ ପିତା ତାଙ୍କୁ ସାହାଯ୍ୟ କରିଛନ୍ତି ।

ସୁସ୍ମିତାଙ୍କ ବୃତ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରି ନିକଟରେ ତାଙ୍କର ନୂତନ ୱେବ୍ ସିରିଜ୍ ତାଲି ମୁକ୍ତିଲାଭ କରିଥିଲା, ଯାହା ଦର୍ଶକ ପସନ୍ଦ କରିଥିଲେ। ତାଲିରେ ସୁସ୍ମିତା ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଶ୍ରୀ ଗୌରୀ ସାୱନ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଖୁବ୍ ଶୀଘ୍ର ଲୋକପ୍ରିୟ ୱେବ୍ ସିରିଜ୍ ଆର୍ଯ୍ୟ-3ରେ ନଜର ଆସିବେ ।

ABOUT THE AUTHOR

...view details